ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଚମତ୍କାରୀ ମନ୍ତ୍ର, ଯାହାକୁ ଶ୍ରାବଣ ମାସରେ ନନ୍ଦୀ ଙ୍କ କାନରେ କହିଦେଲେ ମିଳିଥାଏ ଭଗବାନ ଭୋଳାନାଥ ଙ୍କର ଅପାର କୃପା । ପୂରଣ ହୋଇଯାଇଥାଏ ସବୁ ମନୋସ୍କାମନା ତଥା ଜୀବନରେ ସୁଖ ଶାନ୍ତି ଆସିବା ସହ ହୋଇଥାଏ ଧନର ବର୍ଷା । ଆପଣ ଦେଖି ପାରିବେ ଜୀବନରେ କୌଣସି ପ୍ରକାରର ଦୁଃଖ କଷ୍ଟ ଆଉ ରହିବ ନାହିଁ ।
ବନ୍ଧୁଗଣ ଆପଣ ମାନେ ଜାଣନ୍ତି ଯେ, ହିନ୍ଦୁ ଧର୍ମାନୁସାରେ ଶ୍ରାବଣ ମାସ ଟି ଭଗବାନ ଶିବଙ୍କର ଅତ୍ୟନ୍ତ ହି ପ୍ରିୟ ମାସ ଅଟେ । ଶ୍ରାବଣ ମାସର ସଂପୂର୍ଣ୍ଣ ମାସ ଯାକ ମହାଦେବ ଙ୍କର ବିଶେଷ ପୂଜା ପାଠ କରାଯାଇଥାଏ । ଏହି ମାସକୁ ପ୍ରେମ ର ମାସ ବୋଲି ମଧ୍ୟ କୁହାଯାଇଥାଏ । ଏହି ମାସରେ ଭକ୍ତ ମାନେ ଶ୍ରାବଣ ସୋମବାର ବ୍ରତ ମଧ୍ୟ କରିଥାନ୍ତି ।
ଏହି ମାସରେ ଭକ୍ତ ମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପବିତ୍ର ନଦୀ ମାନଙ୍କରେ ବୁଡ ଦେଇ ସେଠାରୁ ଜଳ ଆଣି ଭଗବାନ ଶିବଙ୍କ ଉପରେ ଚଢାଇଥାନ୍ତି । କିନ୍ତୁ କିଛି କାର୍ଯ୍ୟ ରହିଛି ଯାହାକି ଏହି ମାସରେ କରିବା ଅନୁଚିତ । ଯେପରିକି ଏହି ମାସରେ କଦାପି କାହାର ଖରାପ ଚିନ୍ତା କିମ୍ବା କାହାକୁ ଅସଭ୍ୟ କିମ୍ବା କଟୁ କଥା ଆଦି କହିବା ଖରାପ ହୋଇଥାଏ । ଏହା ଏକ ଅତ୍ୟନ୍ତ ପବିତ୍ର ମାସ, ତେଣୁ ଏହି ମାସରେ ପବିତ୍ର କାମ କରି ଭଗବାନ ଙ୍କୁ ପ୍ରସନ୍ନ କରିବା ଉଚିତ୍ ।
କୁହାଯାଏ ବିନା ବୃଷଭ ପୂଜାରେ ମହାଦେବ ଙ୍କର ପୂଜା ସେସ ହୋଇ ନଥାଏ । ତେଣୁ ମହାଦେବ ଙ୍କୁ ଖୁସି କରିବାକୁ ହେଲେ ବୃଷଭଙ୍କୁ ମଧ୍ୟ ଖୁସି କରିବାକୁ ହେବ । ଏହି ମାସରେ ମଦିର କୁ ଯାଇ ମହାଦେବ ଙ୍କର ବିଶେଷ ପୂଜା କରିବା ଉଚିତ । ଏହା ପରେ ମଦିର ର ପାର୍ଶ୍ଵ ଦେବା ଦେବୀ ଙ୍କର ପୂଜାର୍ଚ୍ଚନା କରିବା ଉଚିତ୍ । ଏହା ପରେ ନନ୍ଦୀସ୍ଵର ଙ୍କ ଉପରେ କ୍ଷୀର ଚଢାଇ ତାଙ୍କୁ କିଛି ମିଠା ଭୋଗ ରୂପେ ଦେଇ ତତ୍ପଶ୍ଚାତ, ତାଙ୍କ କାନରେ ” ଓଁ ନନ୍ଦିଶ୍ଵରାୟ ନମଃ । ” ଏହି ମନ୍ତ୍ର ଟିକୁ ତିନି ଥର କହିବାର ଅଛି । ଏହା ପରେ ବୃଷଭ ଙ୍କ କାନରେ ନିଜର ଦୁଃଖକଷ୍ଟ ଜଣାନ୍ତୁ । ମନେରଖନ୍ତୁ ନନ୍ଦିଶ୍ଵର ଙ୍କର ଡାହାଣ କାନ ପଟେ ମନ୍ତ୍ର ଏବ॰ ବାମ ପାର୍ଶ୍ଵ ରେ ନିଜର ଦୁଃଖ କଷ୍ଟ ଜଣାଇବେ ।
ଆଉ ଧ୍ୟାନ ରଖିବେ ଯେତେ ବେଳେ ଆପଣ କହୁଥିବେ ସେତେବେଳେ ଯେମିତି କେହି ଆପଣଙ୍କୁ ନ ଶୁଣନ୍ତି । ଏପରି କରିବା ଦ୍ଵାରା ଆପଣ ଙ୍କର ସମସ୍ତ ଦୁଃଖ କଷ୍ଟ ର ନାସ ହୋଇଯିବ । ପୂରାଣ ଅନୁସାରେ ଭଗବାନ ଶିବ ନନ୍ଦୀ ଙ୍କୁ ବରଦାନ ଦେଇଥିଲେ କି ଯେଉଁ ଭକ୍ତ ନିଜର ଦୁଃଖ କଷ୍ଟ ନନ୍ଦୀ ଙ୍କ କାନରେ କହିବ, ସେହି ବ୍ୟକ୍ତି ଜୀବନ ର ସମସ୍ତ ଦୁଃଖ ନାଶ ହୋଇଯିବ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ