ବନ୍ଧୁଗଣ, ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଅତ୍ୟନ୍ତ ମହତ୍ଵ ରହିଅଛି । ଶ୍ରାବଣ ମାସ କୁ ମନୋସ୍କାମନା ପୂର୍ଣ୍ଣ କରିବାର ମାସ କୁହାଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମାସ ଭଗବାନ ଶିବ ଙ୍କ ପ୍ରିୟ ମାସ ଅଟେ ।
ଯେଉଁ ଭକ୍ତ ମାନେ ସଂପୂର୍ଣ୍ଣ ବିଧି ବିଧାନ ଅନୁଯାୟୀ ଭଗବାନ ଶିବ ଙ୍କର ପୂଜା କରନ୍ତି ତାଙ୍କ ଉପରେ ଶିବ ଙ୍କର ବିଶେଷ କୃପା ରହିଥାଏ । ଶ୍ରାବଣ ମାସରେ ପଡୁଥିବା ସୋମବାର ର ମହତ୍ଵ ଅଧିକ ରହିଅଛି । ଏହି ସୋମବାର ଦିନ ଭଗବାନ ଶିବ ଙ୍କୁ କେଉଁ କେଉଁ ଜିନିଷ ଅର୍ପିତ କରିବା ଦ୍ଵାରା ଆପଣ ମାନଙ୍କ ଉପରେ ଭୋଳାନାଥ ଙ୍କ କୃପା ଦୃଷ୍ଟି ପଡିବ ତାହା ବିଷୟରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧- ଆପଣଙ୍କ ଜୀବନରେ ଯଦି ଶତ୍ରୁ ସଂଖ୍ୟା ବଢି ଯାଇଅଛି ତେବେ ଆପଣ ଜଳରେ ଏକ କଳା ଖସା ର ମଞ୍ଜି ପକାଇ ଭଗବାନ ଶିବ ଙ୍କୁ ଅର୍ପିତ କରନ୍ତୁ । ଏଥିରେ ଆପଣ ଙ୍କ ଶତ୍ରୁ ବିରୋଧୀ ଶାନ୍ତ ହୋଇଯାଇଥାନ୍ତି ।
୨- ସମାଜରେ ମାନ ସନମାନ ବୃଦ୍ଧି ଲାଗି ଭଗବାନ ଶିବ ଙ୍କୁ ଚନ୍ଦନ ଅର୍ପିତ କରନ୍ତୁ ।
୩- ଆପଣଙ୍କର ବୁଧ ଗ୍ରହ ସମ୍ବନ୍ଧିତ ଯଦି କିଛି ଦୋଷ ରହିଅଛି ତେବେ ଭଗବାନ ଶିବ ଙ୍କୁ ଅଳ୍ପ କିଛି ମୁଗ ଅର୍ପଣ କରନ୍ତୁ । ଏହାଦ୍ଵାରା ଆପଣଙ୍କର ବୁଧ ଗ୍ରହ ଶାନ୍ତ ରହିବେ ।
୪- ଭଗବାନ ଶିବ ଙ୍କୁ ଭାଙ୍ଗ ଅର୍ପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଘଟୁଥିବା ଅନିଷ୍ଠ ସବୁ କ୍ଷୟ ହୋଇଯାଇଥାଏ ।
୫- ଶ୍ରାବଣ ସୋମବାର ଦିନ ଭୋଳାନାଥ ଙ୍କୁ ଗୁଡ ଅର୍ପଣ କରିବା ଦ୍ଵାରା ଆପଣଙ୍କର ସୁଖ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ ।
୬- ଆପଣଙ୍କୁ ଆଖୁ ରସ ଯଦି ମିଳିଥାଏ ଆପଣ ଏହାକୁ ଭଗବାନ ଙ୍କୁ ଅର୍ପିତ କରିବା ଦ୍ଵାରା ବହୁତ ଶୁଭଫଳ ମିଳିଥାଏ ।
୭- ଯଦି ଆପଣ ଭଗବାନ ଶିବ ଙ୍କୁ କେଶର ଅର୍ପିତ କରନ୍ତି ତେବେ, ଆପଣଙ୍କୁ ଜୀବନର ସମସ୍ତ ଖୁସି ମିଳିଯାଇଥାଏ । ମାତ୍ର ଯଦି ଆପଣ କ୍ଷୀର ସହିତ କେଶର ମିଶାଇ ଭଗବାନ ଙ୍କୁ ଅର୍ପଣ କରନ୍ତି ତେବେ ଆପଣଙ୍କର ସମାଜରେ ସୁନାମ ମିଳିଥାଏ ।
୮- ଯଦି ଆପଣ ଶିବ ଲିଙ୍ଗ ଉପରେ ଇତର ଅର୍ପିତ କରନ୍ତି ତେବେ ଆପଣଙ୍କ ଜୀବନରେ ପବିତ୍ର ବିଚାର ଆସିଥାଏ । ଆପଣଙ୍କ ବାଣୀ ଭଲ ହୋଇଯାଇଥାଏ । ଆପଣଙ୍କ ମନ ମଧ୍ୟ ଉତ୍ତମ ରହିଥାଏ । ଶିବ ଲିଙ୍ଗ ଉପରେ ଯାହା ସବୁ ଅର୍ପିତ କରିବାର ବିଧାନ ରହିଅଛି ଆପଣ ସେ ସବୁ ଅର୍ପଣ କରିବା ଦ୍ଵାରା ଶ୍ରୀ ଙ୍କର ପ୍ରାପ୍ତି ହୋଇଥାଏ ।
ଏହା ସହିତ ଆପଣଙ୍କର ଧନ ର ଅଭାବ କେବେ ହେଲେ ହୋଇ ନଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଭଲ ଲାଗିଥିଲେ ନିଶ୍ଚୟ କମେନ୍ଟ କରନ୍ତୁ ଓଁ ନମଃ ଶିବାୟ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।