Hair Care Tips- ସୋରିଷ ତେଲରେ ଏହାକୁ ମିଶେଇ ଲଗାନ୍ତୁ, ଗୋଟି ଗୋଟି କେଶ କଳା ହୋଇଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ହେଉଛି ମନୁଷ୍ୟର ସୁନ୍ଦରତାର ଅନ୍ୟ ଏକ ବୈଶିଷ୍ଠ । କେଶ ଭଲ ଥିଲେ ବ୍ୟକ୍ତି ସୁନ୍ଦର ଦେଖାଯିବା ସହିତ ନିଜ ଭିତରେ ଆତ୍ମବିଶ୍ବାସ ବଢିଯାଇଥାଏ ।ବର୍ତ୍ତମାନ ସମୟରେ ପୁରୁଷ ହେଉ ଅବା ନାରୀ କେଶକୁ ନେଇ ସମସ୍ତଙ୍କର କିଛି ନା କିଛି ସମସ୍ଯା ରହିଥାଏ । ଯଦି ବ୍ୟକ୍ତି ନିଜର ଚୁଟିକୁ ମୂଳରୁ କଳା ସହିତ ସୁନ୍ଦର କରିବା ପାଇଁ ଚାହିଁଥାଏ ।

ତେବେ ଚୁଟି ଶୀଘ୍ର ଧଳା ହୋଇଯାଉଥିବା ବ୍ୟକ୍ତି ଏହି ଉପାୟକୁ ନିହାତି ଭାବେ କେଶରେ ପ୍ରୟୋଗ କରିବା ଉଚିତ । ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଏକ ଲୁହା କଢେଇର ଆବଶ୍ୟକତା ରହିଛି । ଯଦି ଲୁହା କଢେଇ ନଥାଏ । ତେବେ ଯେକୌଣସି କଢେଇଏରେ ମଧ୍ୟ ରେମିଡିଟିକୁ ପ୍ରସ୍ତୁତ କରିପାରିବେ ।

ଆପଣ ପ୍ରଥମେ ଗ୍ଯାସରେ ଏକ କଢେଇ ବସାଇ ସେଥିରେ ଏକ କପ୍ ସୋରିଷ ତେଲ ଢାଳନ୍ତୁ ।ତାପରେ ସେହି ତେଲରେ ଆପଣ ୨ ଚାମଚ ମେହେନ୍ଦୀ ପାଉଡର ମିଶାନ୍ତୁ । ମେହେନ୍ଦୀ ଚୁଟିକୁ କଳା କରିବା ପାଇଁ ଅଗ୍ରଣୀ ଭୂମିକା ନିଭାଇ ଥାଏ । ଏହି ପାଉଡର ଚୁଟିକୁ କଳା ସହିତ ଚୁଟିକୁ ହେଲଦି ମଧ୍ୟ ବନାଇ ଥାଏ ।

ତାପରେ ସେହି ତେଲରେ ଅଧ ଚାମଚ ମେଥି ଗୁଣ୍ଡ ପାଉଡର ପକାନ୍ତୁ । ମେଥିର ଆମ ଶରୀର ପାଇଁ ତଥା କେଶ ପାଇଁ ବହୁତ ବଡ ଅବଦାନ ରହିଥାଏ । ତେଣୁ ମେଥିରେ ଥିବା ତତ୍ଵ କେଶକୁ କଳା, ଲମ୍ବା ଓ ସୁନ୍ଦର କରିଥାଏ । ତାପରେ ସେହି ସୋରିଷ ତେଲରେ ଆପଣ ଅଧ ଚାମଚରୁ ଅଳ୍ପ ଅଁଳା ପାଉଡର ପକାନ୍ତୁ । ଏଥିରେ ଭିଟାମିନ – c ରହିଥାଏ । ଯାହା ଚୁଟି ପାଇଁ ଉପକାର କରିଥାଏ ।

ତାପରେ ଏହି ୩ ଟି ଯାକ ପାଉଡରକୁ ଭଲ ଭାବରେ ତେଲରେ ଗୋଳାଇ ଦିଅନ୍ତୁ । ଏହି ତେଲକୁ ଧିମା ଆଞ୍ଚରେ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । କାରଣ ଯଦି ତେଲକୁ ଅଧିକ ଆଞ୍ଚରେ ଫୁଟାଇବେ । ତେବେ ଏହି ତେଲ ଜଳିଯିବାର ସମ୍ଭାବନା ଥାଏ । ତେବେ ତେଲ ଫୁଟି ସାରିବା ପରେ ତେଲକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ତାପରେ ସେହି ତେଲକୁ ଆପଣ ଛାଣି ଦିଅନ୍ତୁ । ଏହି ତେଲକୁ ଆପଣ ୧ ରୁ ୨ ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ । ଏହି ତେଲକୁ ନିଜ ଚୁଟିର ମୂଳ ତଥା ସଂପୂର୍ଣ୍ଣ କେଶରେ ଭଲ ଭାବେ ଲଗାଇ ୨ ରୁ ୩ ଘଣ୍ଟା ପରେ ସାମ୍ପୁ ସାହାଜ୍ଯରେ ସଫା କରିଦେବେ ।

ଏହି ତେଲକୁ କିଛି ଥର ବ୍ୟବହାର କରିବା ପରେ ଆପଣଙ୍କ ଚୁଟି ଧୀରେ ଧୀରେ ମୂଳରୁ କଳା ହୋଇ ସୁନ୍ଦର ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *