ବନ୍ଧୁଗଣ, ଆମ୍ଭର ଜ୍ୟୋତିଷ ଶାସ୍ତ୍ର ତଥା ବସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ସୃଷ୍ଟି ରେ ଘଟିବା ପ୍ରତ୍ୟକ ଘଟଣା ର ସମ୍ବନ୍ଧ ମନୁଷ୍ୟ ଜୀବନରେ ଯୋଡି ହୋଇ ରହିଥାଏ । କିଛି ବିଶିଷ୍ଠ ଗଣନା ଙ୍କ ଆଧାରରେ ସେହି ଘଟଣା ଗୁଡିକ ଆମ୍ଭ ଜୀବନରେ କେଉଁ ପ୍ରଭାବ ପକାଇଥାଏ ?
ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହରେ ୭ ଦିନ ମାନଙ୍କର ସମ୍ବନ୍ଧ ଗ୍ରହ ମାନଙ୍କ ସହିତ ଜଡିତ ହୋଇଅଛି । ୭ ଦିନ ମଧ୍ୟରେ ଥିବା ଦିନ ଗୁଡିକ ଦେବତା ମାନଙ୍କ ସହିତ ବିଶେଷ ରୂପେ ଜଡିତ । ଯେଉଁ ଦିନ ଯେଉଁ ବାର ହୋଇଥାଏ ସେହି ଦେବତାଙ୍କ ଆରାଧନା ନିମନ୍ତେ ତାହା ଉଚିତ ଦିନ ବୋଲି ମାନଯାଇଥାଏ । ସେହି ଦିନ ଆମ୍ଭେ ଯଦି କିଛି ବିଶେଷ ନିୟମ ର ପାଳନ କରିବା ତେବେ ଏହା ଆମ୍ଭ ଜୀବନରେ ଗମ୍ଭୀର ପ୍ରଭାବ ପକାଇଥାଏ । ସୋମବାର ଦିନ କଣ କଣ କରିବା ଉଚିତ ଆସନ୍ତୁ ଜାଣିବା ।
ଏହି ଦିନ କୁ ଭଗବାନ ଶିବ ଙ୍କର ଦିନ ବୋଲି କୁହାଯାଇଥାଏ । ଏହି ଦିନର ଅଧିପତି ଚନ୍ଦ୍ର ଙ୍କୁ ମଧ୍ୟ କୁହାଯାଇଥାଏ । ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେଉ ତଥା ଆପଣଙ୍କୁ ଏକ ଉତ୍ତମ ସାଥି ମିଳୁ, ଏହି କାମନା କରି ଆପଣ ସୋମବାର ଦିନ ବ୍ରତ ରଖି ପାରିବେ । ଏହିଦିନ ଭଗବାନ ଶିବ ଙ୍କର ମନ୍ଦିରକୁ ଯାଇ ଭଗବାନ କୁ ଗଙ୍ଗାଜଳ ଅର୍ପଣ କରିବା ଉଚିତ । ସୋମବାର ଦିନ ଭଗବାନ ଶିବ ଙ୍କୁ ବିଶେଷ କରି ତ୍ରେୟ ବେଲପତ୍ର ଚଢାଇବା ଉଚିତ ।
ଭଗବାନ ଙ୍କୁ ଚନ୍ଦନ ର ଲେପ ମଧ୍ୟ ଲଗାଇବା ଉଚିତ । ଏହା ସହିତ ଚନ୍ଦ୍ରମା ଙ୍କ ପୂଜା କରି ରାତିରେ ଚନ୍ଦ୍ରମା ଙ୍କୁ ଆର୍ଘ୍ୟ ଦେବା ଉଚିତ । ଏହା ଦ୍ଵାରା ଆପଣଙ୍କ ଘରକୁ ଧନର ପ୍ରବେଶ ହୋଇଥାଏ । ଆପଣ ମାନେ ଜାଣିଥିବେ ଯେ ଭଗବାନ ଶିବ ଙ୍କୁ ସମସ୍ତ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ । ଏଣୁ ଆପଣ ସୋମବାର ଦିନ ଦୁଗ୍ଧ, ଦହି ତଥା ଧଳା ଫୁଲ ଆଦି ବିଶେଷ ରୂପେ ଅର୍ପଣ କରନ୍ତୁ ।
ଏହା ସହିତ ଯଦି ଆପଣ ଭୋଗ ଲଗାଉଛନ୍ତି ତେବେ ଧଳା ରଙ୍ଗର ମିଠା ଭୋଗ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ଭଗବାନ ଶିବ ଙ୍କ କୃପା ଅବଶ୍ୟ ବର୍ଷିବ । ବସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ସୋମବାର ଦିନ କୌଣସି ଜରୁରୀ କାମ ନିମନ୍ତେ ବାହାରକୁ ଯିବା ସମୟରେ ଘରେ ଥିବା ଆଇନା ରେ ଆପଣ ନିଜ ଚେହେରା ନିଶ୍ଚିତ ଦେଖି ଯିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
ଏହା ସହିତ ସୋମବାର ଦିନ ଆପଣ ଆମିଷ ଆଦୌ ଖାଆନ୍ତୁ ନାହିଁ । କଳା ରଙ୍ଗର କପଡା ପିନ୍ଧି ମନ୍ଦିର କୁ ଜାଆନ୍ତୁ ନାହିଁ । ଏହିଦିନ ସ୍ତ୍ରୀ ଲୋକ ମାନେ ନିଜ ମୁଣ୍ଡ ଧୁଅନ୍ତୁ ନାହିଁ । ଆପଣ ଭଗବାନ ନନ୍ଦୀ ମହାରାଜା ଙ୍କ ପୂଜା ମଧ୍ୟ ଅବଶ୍ୟ କରନ୍ତୁ ଆଶୀର୍ବାଦ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।