ଜୀବନ ଚାଲିଗଲେ ବି ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 ଟି କାମ, ପୁରା ପରିବାର ହେଇଯାଏ ବର୍ବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବାର ସହିତ କୌଣସି ନା କୌଣସି ଭଗବାନଙ୍କର ସଂଯୋଗ ରହିଥାଏ । ଯେପରି ସୋମବାରକୁ ଆମେ ଭଗବାନ ମହାଦେବଙ୍କର ନାମରେ ଜାଣିଥାଉ । ଏହି ବାରରେ ପ୍ରଭୁ ଶିବଶଙ୍କରଙ୍କର ଯିଏ ଅତି ନିଷ୍ଟାର ସହ ପୂଜା କରିବା ସହିତ ଶିବ ମନ୍ଦିର ଯାଇଥାଏ । ସେ ପ୍ରଭୁ ଭୋଳାନାଥଙ୍କର ଶୁଭ ଦୃଷ୍ଟିରେ ସର୍ବଦା ରହିଥାଏ । ଆଜି ଆପଣ ଜାଣିବାକୁ ପାଇବେ ।

ସୋମବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ କରିବା ଅନୁଚିତ । ସୋମବାର ଦିନ ଯେଉଁ ଭକ୍ତ କୌଣସି ମନବାଞ୍ଛା ରଖି ଅତି ନିଷ୍ଟାର ସହ ବ୍ରତ କରିଥାଏ। ତାହାର ମନବାଞ୍ଛା ଅତି ଶୀଘ୍ର ପୂରଣ ହୋଇଥାଏ । କୁମାରୀ ଝିଅ ମାନେ ଭଲ ବର ପାଇବାର କାମନାରେ ସୋମବାର ବ୍ରତ ରଖିଥାନ୍ତି । ସୋମବାର ଦିନ ଶିବ ମନ୍ଦିର ଯାଇ ଭଗବାନଙ୍କୁ ବେଲ ପତ୍ର ଓ ଗଙ୍ଗାଜଳ ବା କ୍ଷୀର ଚଢେଇବା ଉଚିତ । ଯଦି ସମ୍ଭବ ନହୁଏ ।

ତେବେ ସାଧାରଣ ପାଣି ମଧ୍ୟ ଶିବଳିଙ୍ଗରେ ଭକ୍ତିର ସହ ସମର୍ପଣ କରିବା ଉଚିତ । ଭଗବାନ ଶିବଙ୍କୁ ଚନ୍ଦନ ଘର୍ଷଣ କରିବା ମଧ୍ୟ ଉଚିତ । ସୋମବାର ଭଗବାନ ଶିବଙ୍କର ବାର ହେବା ସହିତ ଚନ୍ଦ୍ରମାଙ୍କର ମଧ୍ୟ ବାର ବୋଲି କୁହାଯାଇଥାଏ । ତେଣୁ ଏହି ବାରରେ ସନ୍ଧ୍ୟା ସମୟରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଚଢାଇବା ସହ ତାଙ୍କର ପୂଜା ଅର୍ଚନା କରିବା ଦରକାର ।

ଭଗବାନ ମହାଦେବଙ୍କର ଧଳା ରଙ୍ଗ ଅତୀବ ପ୍ରିୟ ହୋଇଥାଏ । ସେଥିପାଇଁ ଧଳା ରଙ୍ଗର କ୍ଷୀର, ଫୁଲ ଚଢାଇବା ଶୁଭ ହୋଇଥାଏ । ସୋମବାର ଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ବହୁତ ହିଁ ଶୁଭ ମନାଯାଇଥାଏ । ସୋମବାର ଦିନ କୌଣସି କାର୍ଯ୍ୟରେ ଘରୁ ବାହାରିକି ଯିବା ସମୟରେ ଘରୁ ଆଇନା ଦେଖିକି ଯିବା ବହୁତ ହିଁ ଶୁଭ ହୋଇଥାଏ ।

ଏହି ସବୁ କାର୍ଯ୍ୟ ସୋମବାର ଦିନ କରିବା ଦ୍ଵାରା ଭଗବାନଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ସୋମବାର ଦିନ ବିଶେଷ ରୂପରେ କିଛି କାର୍ଯ୍ୟ କରିବାକୁ ବର୍ଜନ କରାଯାଇଥାଏ । ଏହି ଦିନ କୌଣସି ବ୍ୟକ୍ତି ମଧ୍ୟ ଆମିଷ ଭୋଜନ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହି ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା କିମ୍ବା ପିନ୍ଧି ମନ୍ଦିର ଯିବା ବିଲକୁଲ୍ ମଧ୍ୟ ଉଚିତ ନୁହେଁ । ସୋମବାର ଦିନ ନିଜ ମୁହଁରୁ କାହାକୁ କୌଣସି ପ୍ରକାରର କଟୁ କଥା କହିବା ଆଦ୍ଵୋ ଉଚିତ ନୁହେଁ ।

ଘରେ କଳି ଝଗଡା ମଧ୍ୟ ସୋମବାର ଦିନ ଭୁଲ୍ ରେ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ମହାଦେବ ଅସନ୍ତୁଷ୍ଠ ହୋଇଥାନ୍ତି । ସୋମବାର ଦିନ ଶିବ ପୂଜା ସହ ଶଣ୍ଢର ମଧ୍ୟ ପୂଜା କରିବା ଉଚିତ । ଏହା ସହିତ କୌଣସି ଜୀବଜନ୍ତୁ ପ୍ରତି କେବେ ମଧ୍ୟ ହତାଦର କରିବା ଅନୁଚିତ । ଏହି ସବୁ କଥା ପ୍ରତି ଯତ୍ନବାନ ହେବା ଆବଶ୍ୟକ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *