ନିଦ ପୁରା ହେବା ପରେ ଦିନ ସାରା ନିଦ ଓ ଥକାପଣ ଆସୁଥିଲେ କରନ୍ତୁ ଏହି 5 ଟି କାମ, ହୋଇପାରେ ଏହି ବଡ ରୋଗର ଲକ୍ଷଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବ୍ୟକ୍ତି ସବୁବେଳେ ସୁସ୍ଥ, ସତେଜ ଓ ଫୁର୍ତ୍ତି ବାଲା ଶରୀର ଚାହିଁଥାଏ । ତେବେ ବ୍ୟକ୍ତି ଯଦି ଠିକ ସମୟରେ ସନ୍ତୁଳିତ ସୁଷମ ଖାଦ୍ୟର ଆହରଣ କରିଥାଏ । ଶରୀରକୁ ଠିକ ଭାବରେ ବିଶ୍ରାମ ଦେଇଥାଏ । ବ୍ୟକ୍ତି ଶରୀର ସୁସ୍ଥ ଓ ସତେଜ ରହିଥାଏ । ଠିକ ଭାବରେ ଖାଇବା, ପିଇବା ସହ ସଠିକ ନିଦ୍ରା ରେ ଶୋଇବା ପରେ ବି ବ୍ୟକ୍ତି ଶରୀରରେ ଥକାପଣ ଅନୁଭବ କାହିଁକି ହୋଇଥାଏ ?

ବ୍ୟକ୍ତି ଶରୀରରେ ଦୁର୍ବଳ ଅନୁଭବ ହେବା ସହିତ କୌଣସି କାମ କାର୍ଯ୍ୟରେ ମନ ନଲାଗିବାର ପଛର କାରଣ କଣ ରହିଥାଏ । ସେହି ସମ୍ପର୍କିତ ତଥ୍ୟ ଚାଲନ୍ତୁ ଜାଣିବା । ଶରୀରରେ ଥକାପଣ ଲାଗିବାର ବହୁତ ଗୁଡିଏ କାରଣ ରହିଛି । ଯେପରି ବର୍ତ୍ତମାନ ସମୟର ବ୍ୟକ୍ତି ଆଧୁନିକ ଜୀବନଶୈଳୀରେ ପ୍ରାଧାନ୍ୟ ଅଧିକ ମାତ୍ରାରେ ଦେଉଛନ୍ତି । ଯାହା ଦ୍ଵାରା ଶାରୀରିକ କାର୍ଯ୍ୟ କିଛି ହେଉନାହିଁ ।

ଏହା ଦ୍ଵାରା ଶରୀର ଅଧିକ ମୋଟାପଣର ଶିକାର ମଧ୍ୟ ହୋଇଯାଇଥାଏ । ତେବେ ଅଧିକ  ମୋଟାପଣ ମଧ୍ୟ ଶରୀରରେ ଦିନସାରା ଥକାପଣ ଆଣିଥାଏ । ଯଦି ଶରୀରରେ ଭିଟାମିନ-b12 ଓ ଆଇରନ ର ଅଭାବ ହୋଇଥାଏ । ତେବେ ଶରୀରରେ ଦୁର୍ବଳ ଲାଗିଥାଏ । ମହିଳାଙ୍କ ଠାରେ ଅଧିକାଂଶ ଥାଇରଏଡ ସମସ୍ଯା ରହୁଥିଲେ । ଏହି କାରଣରୁ ବି ଶରୀରରେ ଥକାପଣ ଆସିଥାଏ ।

ତେବେ କୌଣସି ବ୍ୟକ୍ତିକୁ ଯଦି ବହୁତ ଦିନ ଧରି ଦିନମାନ ଥକାପଣ ଓ ଶରୀର ଦୁର୍ବଳ ଲାଗିଥାଏ । ତେବେ ଏହା ଶରୀର ଭିତରେ ହେଉଥିବା କୌଣସି ପ୍ରକାର ସମସ୍ଯାର ସୂଚନା ଦେଇଥାଏ । ଯେପରି ଡାଇବେଟିସ, ଟିବି, ଲିଭର କିମ୍ବା କିଡ୍ନୀ ଡାମେଜ ମଧ୍ୟ ଶରୀରକୁ ଦୁର୍ବଳ କରାଇଦେଇଥାଏ । ବେଳେବେଳେ ବ୍ୟକ୍ତିର ସ୍ଵାସ୍ଥଗତ ସମସ୍ଯା କିଛି ନଥାଇ ମଧ୍ୟ ଶରୀର ଦୁର୍ବଳ ଲାଗିଥାଏ ।

ତାହାର କାରଣ ହେଉଛି ଯଦି ବ୍ୟକ୍ତି କୌଣସି କାରଣରୁ ଅଧିକ ମାନସିକ ଚାପରେ ରହୁଥାଏ । ତେବେ ସେପରି କ୍ଷେତ୍ରରେ ମଧ୍ୟ ଶରୀର ଦୁର୍ବଳ ହୋଇଯାଇଥାଏ । ତେବେ ବ୍ୟକ୍ତିର ଶରୀରରେ ଯଦି କୌଣସି ରୋଗ ବେମାରୀ ନଥାଇ ଶରୀରରେ ଥକାପଣ ଓ ଦୁର୍ବଳ ଅନୁଭବ ହୋଇଥାଏ । ତେବେ ତାହାକୁ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବାକୁ ପଡିବ ।

ଯେପରି ବ୍ୟକ୍ତି ଠିକ ସମୟରେ ସୁଷମ ଓ ସନ୍ତୁଳିତ ଖାଦ୍ୟ ଖାଇବ । ଯେପରି ଖାଦ୍ୟରେ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ ରହିଥିବ । ଏହା ସହିତ ପ୍ରଚୁର ପାଣିର ସେବନ କରିବାକୁ ପଡିବ । ଏହା ସହିତ ବ୍ୟକ୍ତିକୁ ରାତି ସମୟରେ ୭ ରୁ ୮ ଘଣ୍ଟା ପ୍ରପର ଶୋଇବାକୁ ହେବ । ସବୁଦିନ ଘଣ୍ଟା ଘଣ୍ଟା ଧରି ଫୋନ, ଟିଭି, ଲାପଟପ ଆଦି ଇଲେକଟ୍ରୋନିକ ଉପକରଣରୁ ନିଜକୁ ଦୂରରରେ ରଖି ଅନ୍ୟ କୌଣସି ଶାରୀରିକ କାର୍ଯ୍ୟ ପ୍ରତି ଧ୍ୟାନ  ଦେବାକୁ ହେବ ।

ତେବେ ଆପଣଙ୍କର ଶରୀର ସୁସ୍ଥ ଓ ସତେଜ ରହିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *