ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସିନ୍ଦୂର କୁ ବହୁତ ପବିତ୍ର ଜିନିଷ ବୋଲି କୁହାଯାଏ । ବିବାହ କାର୍ଯ୍ୟ ରେ ଏହାକୁ ସର୍ବଶ୍ରେଷ୍ଠ ମର୍ଯ୍ୟାଦା ମିଳିଥାଏ । ମହିଳା ମାନଙ୍କ ମଥାରେ ଥିବା ସିନ୍ଦୂର ରୁ ହିଁ ପରିଚୟ ମିଳିଥାଏ କି ସେ ସଧବା ବୋଲି ଅର୍ଥାତ ସେ ବିବାହିତା ବୋଲି ।
ଏହି ସିନ୍ଦୁର ନିଜ ସ୍ୱାମୀ ଙ୍କ ର ଦୀର୍ଘ ଆୟୁଷ ପାଇଁ ବିବାହିତା ମହିଳା ମାନେ ନିଜ ମଥାରେ ଲଗାଇଥାନ୍ତି । କୁହାଯାଏ ଯେ ଥରେ ପ୍ରଭୁ ହନୁମାନ ମାତା ସୀତାଙ୍କୁ ପଚାରି ଥିଲେ କି ଆପଣ କାହିଁକି ସିନ୍ଦୂର ନାଇଁଛନ୍ତି? ଉତ୍ତର ରେ ମାତା ସୀତା କହିଥିଲେ ନିଜ ସ୍ୱାମୀ ଙ୍କ ଦୀର୍ଘ ଆୟୁଷ ପାଇଁ ଏହି ସିନ୍ଦୂର ମଥାରେ ଲଗାଇଥାଉ । ସେତେବେଳେ ହନୁମାନ ଏହା ଶୁଣି ନିଜ ସମ୍ପୂର୍ଣ୍ଣ ଦେହ ରେ ସିନ୍ଦୂର ଲଗେଇଲେ ଯାହା ଦ୍ୱାରା ତାଙ୍କ ସ୍ୱାମୀ ତାଙ୍କ ଗୁରୁ ଅର୍ଥାତ ଶ୍ରୀ ରାମଚନ୍ଦ୍ର ଙ୍କ ଆୟୁଷ ବଢିବ ବୋଲି ।
ଆଜି ପର୍ଯ୍ୟନ୍ତ ମଧ୍ୟ ହନୁମାନ ଙ୍କୁ ସିନ୍ଦୂର ରେ ଅଭିଷେକ କରାଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ସଧବା ନାରୀ ମାନେ ମଥା ରେ କିପରି ସିନ୍ଦୁର ଲଗାଇବା ଦ୍ଵାରା ସ୍ୱାମୀ ଙ୍କ ଆୟୁଷ ବଢ଼ିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେ, ଯେଉଁ ସ୍ତ୍ରୀ ନିଜ ମଥାରେ ମଝିରେ ସିନ୍ଦୂର ଲଗାଇ ଥାଏ ଏବଂ ଯେତେ ଲମ୍ବା ସିନ୍ଦୂର ଗାର ଟାଣି ଥାଏ ତାଙ୍କ ସ୍ୱାମୀ ଙ୍କୁ ସମାଜରେ ସେତେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ । ତାଙ୍କ ରୋଜଗାର ଏବଂ ଆୟୁଷ ମଧ୍ୟ ବୃଦ୍ଧି ହୋଇଥାଏ । ଏହାଛଡା ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଏବଂ ନିବିଡ ହୋଇଥାଏ ।
୨. ଯେଉଁ ନାରୀ ମାନେ ନିଜର କର ସୁତାଣି ରେ ସିନ୍ଦୂର ଲଗେଇ ଥାଆନ୍ତି ସେମାନଙ୍କ ସମ୍ପର୍କରେ ଦୂରତା ଆସି ଥାଏ ଏବଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇ ଥାଏ । ଏହା ସହିତ ଯେଉଁ ନାରୀ ମାନେ ନିଜ ମଥାରେ ଲୁଚାଇବା ଭଳି ସିନ୍ଦୂର ଲଗେଇ ଥାଆନ୍ତି । ସେମାନଙ୍କ ସ୍ୱାମୀ ଙ୍କ ପ୍ରତିଷ୍ଠା ଏବଂ ସମ୍ମାନ ରେ ଆଞ୍ଚ ଆସିଥାଏ । ବୈବାହିକ ଜୀଵନ ଦୁଃଖମୟ ହୋଇଥାଏ ।
୩. ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି ଯେ, ଯଦି କୌଣସି ସ୍ତ୍ରୀ ସିନ୍ଦୂର ଲଗାଇବା ବେଳେ କିଛି ସିନ୍ଦୁର ତାଙ୍କ ନାକ ଉପରେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇ ଥାଏ ଏବଂ ଆପଣଙ୍କ ସ୍ୱାମୀ ଆପଣଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି ।
୪. ବନ୍ଧୁଗଣ କିଛି ଲୋକଙ୍କ ମନରେ ପ୍ରଶ୍ନ ଥାଏ କି ବଜାର ରେ ମିଳୁଥିବା ଆଧୁନିକ ଉପାୟ ରେ ଲିକ୍ବିଡ଼ ସିନ୍ଦୂର ଶୁଭ ହୋଇଥାଏ ଅଥବା ନୁହେଁ । ଏହା ଶୁଭ ହୋଇଥାଏ କାରଣ ସିନ୍ଦୂର ମାତ୍ରେ ହିଁ ଶୁଭ । ତେଣୁ ଏହା ବ୍ୟବହାର କଲେ କୌଣସି ଅସୁବିଧା ହୁଏ ନାହିଁ ।
୫. ମହିଳା ମାନଙ୍କ ର ମାସିକ ଧର୍ମ ଚାଲୁଥିବା ସମୟରେ କେବେବି ସିନ୍ଦୁର ଲଗାଇବା ଉଚିତ ନୁହେଁ । ଏହା ସହିତ ଯେଉଁ ନାରୀ ମାନେ ସନ୍ତାନ କୁ ଜନ୍ମ ଦେଇଥାନ୍ତି ସେମାନେ ବାର ଦିନ ପର୍ଯ୍ୟନ୍ତ ମଥା ରେ ସିନ୍ଦୂର ଲଗାଇବା ଉଚିତ ନୁହେଁ । ଘରେ ଠାକୁର ପୂଜା କରିବା ପୂର୍ବରୁ ଏବଂ ପରେ ଆପଣ ସିନ୍ଦୂର ଲଗେଇ ପାରିବେ । ସର୍ଵଦା ସିନ୍ଦୂର ଲଗାଇବା ସମୟରେ ମୁଣ୍ଡ ରେ ଓଢଣା ଦେଇ ଲଗେଇବା ଉଚିତ ଏବଂ ସିନ୍ଦୂର କୁ ନିଜ ବେକ ଏବଂ ଚୁଡି ରେ ମଧ୍ୟ ଲଗାଇବା ଉଚିତ । ଏହାଦ୍ବାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।