ଶ୍ରୀମନ୍ଦିରରେ ଘଣ୍ଟା ବାଜେନାହିଁ କାହିଁକି ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟଭରା ତଥ୍ୟ…

ବନ୍ଧୁଗଣ ଜଗତର ନାଥ ହେଉଛନ୍ତି ଶ୍ରୀ ଜଗନ୍ନାଥ । ପୁରୀ ଜଗନାଥ ମନ୍ଦିର ଯିବା ପାଇଁ ସମସ୍ତଙ୍କ ମନରେ ଇଛା ରହିଥାଏ । କିନ୍ତୁ କଳିଆର ଡୋରୀ ଲାଗିଲେ ହିଁ ତାର ଦର୍ଶନ ମିଳିଥାଏ । ତେବେ ବନ୍ଧୁଗଣ ଶ୍ରୀମନ୍ଦିର ଯଦି ଯାଇଛନ୍ତି । ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ! ଶ୍ରୀମନ୍ଦିରରେ ଘଣ୍ଟି ବଜାଇବାର ବ୍ୟବସ୍ଥା କାହିଁକି କରାଯାଇ ନାହିଁ ? ଯଦିଓ ଅନ୍ୟ ପ୍ରାୟ ସବୁ ମନ୍ଦିରରେ ଘଣ୍ଟି ରହିଥାଏ । ହେଲେ ଶ୍ରୀମନ୍ଦିରରେ ଘଣ୍ଟି ନରହିବାର କାରଣ କିଛି ଏହିପରି ରହିଛି ଜାଣନ୍ତୁ ।

ପ୍ରଭୁ ଜଗନ୍ନାଥ ହେଉଛନ୍ତି ଅପୂର୍ବ ନେତ୍ର ଧାରି । ସେ ସଦ ସର୍ବଦା ଜାଗ୍ରତ ହୋଇରହିଥାନ୍ତି । ଘଣ୍ଟି ଏକ ଜାଗ୍ରତ ଧ୍ଵନି ସୃଷ୍ଟି କରିଥାଏ । ଭକ୍ତ ମନରେ ଜାଗ୍ରତ ଭାବନା ଆଣି ଦେଇଥାଏ । ଘଣ୍ଟି 2 ପ୍ରକାରର ଯେପରିକି ଘଣ୍ଟି ଏବଂ ଘଣ୍ଟା । ଜଣେ ପୂଜକ ଆସନ ଗ୍ରହଣ କଲା ପରେ ବାମ ପଟେ ଘଣ୍ଟା ପ୍ରାପ୍ତ କରିଥାଏ ବା ଗଜ ଧ୍ଵନି ସୃଷ୍ଟି କରି ଥାଏ । ସେହି ଘଣ୍ଟାକୁ ବଜାଇ ପୂଜା ଆରମ୍ଭ ହୋଇଥାଏ ।

ଯେତେବେଳେ ଭକ୍ତ ଆସନ୍ତି ସେମାନେ ଆସନରେ ବସିକି ପୂଜା କରିପାରିବେ ନାହିଁ । ସେ ପ୍ରଭୁଙ୍କୁ ଦର୍ଶନ କରିବେ । ତେବେ ବନ୍ଧୁଗଣ ଶିବମନ୍ଦିରରେ ଆପଣ ଘଣ୍ଟା, ଘଣ୍ଟି ଥିବାର ନିହାତି ଦେଖିଥିବେ । ଭଗବାନ ଶଙ୍କର ସଦା ସର୍ବଦା ନିତ୍ୟ ସ୍ମରଣ ଏବଂ ନିତ୍ୟ ଧ୍ୟାନ ଗତ ଥାଆନ୍ତି । ଘଣ୍ଟାନାଦରେ ଶିବ ଜାଗ୍ରତ ହୋଇଥାନ୍ତି ଗଜ ଧ୍ଵନି ବା ମନ୍ତ୍ର ପ୍ରାଠ ହେବା ଦ୍ୱାରା ଭଗବାନ ଶଙ୍କର ଜାଗ୍ରତ ହୋଇଥାନ୍ତି । ତେଣୁ ବିଶେଷ ଭାବରେ ଶିବ ମନ୍ଦିର ରେ ଘଣ୍ଟି ରହିବାର ବ୍ୟବସ୍ଥା ଥାଏ ।

କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଘଣ୍ଟି ରହିବାର ବ୍ୟବସ୍ଥା କରାଯାଇନଥାଏ । କାରଣ ସେ ଅପୂର୍ବ ନେତ୍ର ଧାରି ସେ ସର୍ବଦା ନିତ୍ୟ ଜାଗ୍ରତ ହୋଇ ରହିଥାନ୍ତି । ତେଣୁ ଘଣ୍ଟି ବଜାଇ ତାଙ୍କୁ ଜାଗ୍ରତ କରିବାର କିଛି ଆବଶ୍ୟକତା ନାହିଁ ।

କିନ୍ତୁ ପୂଜକ ପୂଜା ସମୟ ରେ ଘଣ୍ଟି ବଜାଇ ଜଗନ୍ନାଥଙ୍କୁ ପ୍ରସନ୍ନ କରିଥାନ୍ତି । ଜଗନ୍ନାଥ ମହାପ୍ରଭୁଙ୍କର ପୂଜା ପର୍ବ ଆଦିରେ ଦେବତା ମାନଙ୍କର ଦର୍ଶନର ବିଧି ଅନୁଯାୟୀ ଜଗନ୍ନାଥଙ୍କ ଦର୍ଶନ ସମୟରେ ଘଣ୍ଟାର କିଛି ଆବଶ୍ୟକତା ନାହିଁ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଆଗକୁ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *