ଶୋଇବା ସମୟରେ କରୁଛନ୍ତି କି ଏହି 4 ଭୁଲ୍ ! ତୁରନ୍ତ ବଦଳାନ୍ତୁ ଏହି ଖରାପ ଅଭ୍ଯାସ, ନହେଲେ ଅସୁବିଧାରେ ପଡିବେ…

ବନ୍ଧୁଗଣ ଦୁନିଆରେ ସମସ୍ତେ ବିଭିନ୍ନ ପୋଜିସନରେ ଶୋଇଥାନ୍ତି । କିନ୍ତୁ ପ୍ରାୟତଃ ସମସ୍ତେ ଏହି ୪ ଟି ପୋଜିସନରେ ଶୋଇଥାନ୍ତି । ଯେମିତି କି ଡାହାଣ ପଟେ, ବାମପଟେ, ସିଧା ଓ ପେଟ ମାଡି ସମସ୍ତେ ଶୋଇଥାନ୍ତି । ବେଳେ ବେଳେ ଆପଣ ଦେଖିଥିବେ କି ଯେତେବେଳେ ଆମେ ଶୋଇଥାଉ ତେବେ ଆମେ ଡରି ଯାଉ କିମ୍ବା ଆମକୁ ଅଜବ ଅଜବ ସ୍ଵପ୍ନ ମଧ୍ୟ ଆସିଥାଏ । କହିବାକୁ ଗଲେ ଏହା ସବୁ ଆପଣଙ୍କ ଶୋଇବା ପୋଜିସନ ହିସାବରେ ହିଁ ହୋଇଥାଏ ।

କିଛି ଥର ଆମେ ଏହିଭଳି ପୋଜିସନରେ ଶୋଇଯାଉ, ଯେଉଁଥି ପାଇଁ ଆମର ସ୍ୱାସ୍ଥ୍ୟ ଖରାପ ହୋଇଯାଏ ଓ ଆମେ ଏହା ଜାଣି ବି ପାରୁନା କି ଆମ ସ୍ୱାସ୍ଥ୍ୟ ଶୋଇବାର ପୋଜିସନ କାରଣରୁ ଖରାପ ହୋଇଛି । କିନ୍ତୁ କେତେ ଥର ସଠିକ ରୂପରେ ଶୋଇବା ଦ୍ଵାରା ଆମକୁ ଭଲ ନିଦ ବି ଆସିଥାଏ ଓ ମୁଣ୍ଡ ବି ଶାନ୍ତ ରହିଥାଏ ।

1- ଯଦି ଆପଣ ବାମ ପଟକୁ ମୁହଁ କରି ଶୋଉଛନ୍ତି ତେବେ ଆପଣଙ୍କ ଭୋଜନ ଧୀରେ ଧୀରେ ହଜମ ହୋଇଥାଏ ଓ ଏହିଭଳି କରିବା ଦ୍ଵାରା ଆପଣଙ୍କ ଶରୀରର ତାପମାତ୍ରା ବି ସଠିକ ରହିଥାଏ । କାରଣ ଶରୀରର ପାଚନ ତନ୍ତ୍ର ଓ ହୃଦୟ ବାମ ପଟେ ରହିଥାଏ । ଯେତେବେଳେ କି ଯଦି ଆପଣ ଏହାର ବିପରୀତ ମାନେ ଡାହାଣ ଦିଗରେ ଶୋଉଛନ୍ତି ତେବେ ଭୋଜନ ଜଲ୍ଦି ଜଲ୍ଦି ହଜମ ହୋଇଥାଏ ଓ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

2- ପ୍ରାୟତଃ ଆମେ ଶୋଇବା ସମୟରେ ମୁଣ୍ଡ ତଳେ ତକିଆ ଦେଇ ଶୋଇଥାଉ । ଯାହାକି ଉଚିତ ନୁହେଁ । ଏହା ଦ୍ଵାରା ପିଠି ହାଡ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଯଦି ଆପଣ ତକିଆ ଦେଇ ଶୋଉଛନ୍ତି ତେବେ ଆପଣ ବାମ ପଟକୁ ମୁହଁ କରି ଶୟନ କରନ୍ତୁ । ଏହିଭଳି କରିବା ଦ୍ଵାରା ପିଠି ହାଡ ସିଧା ରହିଥାଏ ।

3- ଧ୍ୟାନ ରଖନ୍ତୁ କି ଆପଣ କେବେ ବି ପେଟ ମାଡି ଶୋଇବେ ନାହିଁ । ଏହିଭଳି କରିବା ଦ୍ଵାରା ଶରୀରକୁ ସବୁଠୁ ଅଧିକ କ୍ଷତି ପହଞ୍ଚି ଥାଏ । ଏହିଭଳି ଶୋଇବା ଦ୍ଵାରା ଶରୀର ଉପରେ ଅଧିକ ଓଜନ ପଡିଥାଏ ଯାହା ଦ୍ଵାରା ହୃଦୟ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ରହିଥାଏ ।

4- ଏକ ରିସର୍ଚରେ ଏହା ଜଣା ପଡିଛି କି ଦୁନିଆର ପାଖାପାଖି 75 % ଲୋକମାନେ ଗୋଡକୁ ମୋଡି ଶୋଇଥାନ୍ତି । ଯାହା ଦ୍ଵାରା ତାଙ୍କର ହାଡର ଜଏନ୍ଟ ଉପରେ ବହୁତ ପ୍ରଭାବ ପଡିଥାଏ ଓ ଏହା ଦ୍ଵାରା ବ୍ୟଥା ଓ କ୍ଳାନ୍ତ ଭଳି ସମସ୍ୟା ବି ହୋଇଥାଏ । ଯେଉଁ ଲୋକମାନଙ୍କର ଗୋଡକୁ ମୋଡି ଶୋଇବାର ଅଭ୍ୟାସ ଅଛି ସେମାନେ ନିଜର ଗୋଡ ମଝିରେ ତକିଆ ରଖି ଦିଅନ୍ତୁ ।

ତେବେ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *