ଆଜି ମହା ଶିବରାତ୍ରୀ ! ଶିବଲିଙ୍ଗରେ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି 6 ଟି ଜିନିଷ ! ଭୟଙ୍କର କଥା !

ବନ୍ଧୁଗଣ, ମହାଶିବରାତ୍ରୀ ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଦିନ ପଡିବାକୁ ଯାଉଅଛି । ଏହିଦିନ ଶିବଙ୍କର ଭକ୍ତ ଭଗବାନ ଶିବ ଙ୍କୁ ବିଭିନ୍ନ ପ୍ରକାରର ଜିନିଷ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି । ଏହାଦ୍ଵାରା ଭଗବାନ ଶିବ ଆମ୍ଭ ଉପରେ ପ୍ରଶନ୍ନ ହୋଇ ଆମ୍ଭକୁ ଆଶୀର୍ବାଦ କରିଥାନ୍ତି । ମାତ୍ର ଏପରି ଅନେକ ଜିନିଷ ରହିଅଛି ଯାହା ଅର୍ପଣ କରିବା ଦ୍ଵାରା ଭଗବାନ ଶିବ ଆମ୍ଭ ଉପରେ ଅସନ୍ତୁଷ୍ଟ ହୋଇଯାଇଥାନ୍ତି । ଯାହା ଦ୍ଵାରା ଆମ୍ଭର ଆସୁଥିବା ଭଲ ସମୟ ଖରାପ ସମୟରେ ପରିଣତ ହୋଇଯାଇଥାଏ ।

ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ୬ ଟି ଜିନିଷ ମାଧ୍ୟମରେ କହିବାକୁ ଯାଉଅଛୁ ଯାହା ଆପଣ ମାନେ ପବିତ୍ର ମହାଶିବରାତ୍ରୀ ଦିନ ଭଗବାନ ଶିବ ଙ୍କୁ ଅର୍ପଣ କରିବା ବହୁତ ଭୟଙ୍କର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୬ ଟି ଜିନିଷ ବିଷୟରେ ।

୧;- ବେଲପତ୍ର, ଭଗବାନ ଶିବ ଙ୍କ ଲିଙ୍ଗରେ ଚଢାଉଥିବା ବେଲପତ୍ର ସତେଜ ଏବଂ ଅକ୍ଷୁର୍ଣ୍ଣ ହୋଇଥିବା ଦରକାର । ଅର୍ଥାତ ଏଥିରେ କଣା କିମ୍ବା ଫଟା ନଥିବା ଆବଶ୍ୟକ । ଅନେକ ସମୟରେ ଆମ୍ଭେ ଡେମ୍ଫ ନ ଛିଣ୍ଡାଇ ବେଲପତ୍ର ଶିବଲିଙ୍ଗ ଉପରେ ଚଢାଇ ଦେଇଥାଉ । ମାତ୍ର ଏପରି କରିବା ଅନୁଚିତ ଅଟେ । ଏହା ଦ୍ଵାରା ଭଗବାନ ଶିବ ଆମ୍ଭ ଉପରେ ଅସନ୍ତୁଷ୍ଟ ହୋଇଯାଇଥାନ୍ତି ।

୨;- ତୁଳସୀ ପତ୍ର, ଏହାର ହିନ୍ଦୁଧର୍ମ ରେ ବିଶେଷ ମହତ୍ଵ ରହିଅଛି । ପ୍ରତ୍ୟକ ପବିତ୍ର କାର୍ଯ୍ୟ ରେ ତୁଳସୀ ପତ୍ର ର ବ୍ୟବହାର କରାଯାଇଥାଏ । ମାତ୍ର ଭୁଲରେ ମଧ୍ୟ ଶିବରାତ୍ରୀ ରେ ଭଗବାନ ଶିବ ଙ୍କ ପାଖରେ ତୁଳସୀ ପତ୍ର ଅର୍ପଣା କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ମନୋଷ୍କାମନ ପୂର୍ଣ୍ଣ ହୋଇନଥାଏ ।

୩;- ସିନ୍ଦୁର, ଏହା ସୌଭାଗ୍ୟର ପ୍ରତୀକ ହୋଇଥାଏ, ଭଗବାନ ଶିବ ବୈରାଗୀ ହୋଇଥିବାରୁ ତାଙ୍କ ପାଖରେ ପବିତ୍ର ଶିବରାତ୍ରୀ ଦିନ ସିନ୍ଦୁର ଚଢାନ୍ତୁ ନାହିଁ । ନଚେତ ଭଗବାନ ଶିବ ଆମ୍ଭ ଉପରେ କୋପ ଦ୍ରୁଷ୍ଟି ପକାଇ ଥାନ୍ତି ।

୪;- ଭଙ୍ଗା ଅରୁଆ ଚାଉଳ, ଶାସ୍ତ୍ର ଅନୁସାରେ ଶିବ ଙ୍କୁ ଅରୁଆଚାଉଳ ଅର୍ପଣ କରିବା ଶୁଭ ହୋଇଥାଏ । କିନ୍ତୁ ଭଗବାନ ଶିବ ଙ୍କୁ କେବେ ହେଲେ ଭାଙ୍ଗିଯାଇଥିବା ଅରୁଆଚାଉଳ ଅର୍ପଣ କରନ୍ତୁ ନାହିଁ ।

୫;- କଳାରାଶି, ଭଗବାନ ଶିବ ଉପରେ କଳାରାଶି ଅର୍ପଣ କରନ୍ତୁ ନାହିଁ । କାରଣ କୁହାଯାଇଅଛି ଯେ ଏହା ବିଷ୍ଣୁ ଙ୍କ ମଳୀରୁ ଉତ୍ପନ୍ନ । ଏଣୁ ଭୁଲରେ ମଧ୍ୟ ଆପଣ ମହାଶିବରାତ୍ରୀ ଦିନ ଆପଣ କଳାରାଶି ଅର୍ପଣ କରନ୍ତୁ ନାହିଁ ।

୬;- ନଡିଆ, ନଡିଆ ପ୍ରତ୍ୟକ ଶୁଭକାର୍ଯ୍ୟ ରେ ପ୍ରଥମେ ଭଙ୍ଗା ଯାଇଥାଏ । କିନ୍ତୁ ନଡିଆ ପାଣିରେ ଭଗବାନ ଶିବ ଙ୍କର ଅଭିଷେକ କରାନ୍ତୁ ନାହିଁ । କାରଣ ନଡିଆ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଆପଣ ମାନେ ଏହି ପବିତ୍ର ମହାଶିବରାତ୍ରୀ ଦିନ ଭଗବାନ ଶିବ ଙ୍କୁ ଏହି ୬ ଗୋଟି ଜିନିଷ ଭୁଲରେ ମଧ୍ୟ ଅର୍ପଣ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *