ବନ୍ଧୁଗଣ, ପ୍ରତ୍ୟକ ମାସର ସୋମବାର ସମସ୍ତ ଶିବ ଭକ୍ତ ଙ୍କ ପାଇଁ ପ୍ରିୟ । ଯଦି ଆପଣ ମନ୍ଦିର ଯାଉଛନ୍ତି ତେବେ କେତେଗୋଟି ନିୟମ ଅଛି ଯଦି ଆପଣ ସେହି ନିୟମ କୁ ପାଳନ କରି ସୋମବାର ବ୍ରତ କରନ୍ତି ତେବେ, ଆପଣ ଯେଉଁ କାର୍ଯ୍ୟ ନିମନ୍ତେ ଯାଉଥିବେ ସେହି କାର୍ଯ୍ୟ ଆପଣଙ୍କର ନିଶ୍ଚିତ ଭାବରେ ସଂପୂର୍ଣ୍ଣ ହେବ । ମହିଳା ମାନେ ବିଶେଷ ଭାବରେ ଭୁଲ କରିଥାନ୍ତି ସେମାନେ ଯେଉଁ ଭୋଗକୁ ନେଇକି ଯାଇଥିବେ ସେହି ଭୋଗ କୁ ସଂପୂର୍ଣ୍ଣ ଭାବରେ ଫେରାଇ ନେଇ ଆସନ୍ତି । ମହାଦେବ ହେଉଛନ୍ତି ତ୍ୟାଗର ପ୍ରତୀକ ।
ମାତ୍ର ଭୋଗରେ ଯଦି ଲୋଭ ରହିଲା ତେବେ ସେହିଠାରେ ଆମ୍ଭର ଭୁଲ ହୋଇଯିବ । ଆପଣ ପ୍ରଥମେ ଲୋଭକୁ ତ୍ୟାଗ କରିବେ । ମହାଦେବ ଙ୍କ ପ୍ରସାଦ କୁ ଯେତେ ବାଣ୍ଟି ପାରିବେ, ଗୋ ମାତା ଙ୍କୁ ଖୁଆଇବେ ଏବଂ ପିଲା ମାନଙ୍କୁ ଆପଣ ସବୁ ଭୋଗ ବାଣ୍ଟିଦେବେ ।
ଆପଣ ଯଦି ସୋମବାର ଦିନ ମନ୍ଦିର ଯିବାକୁ ଚାହୁଁଥିବେ ତେବେ ରବିବାର ଦିନ ଆପଣ କେବେ ମଧ୍ୟ ଆମିଷ ଖାଇବେ ନାହିଁ । ରବିବାର ଦିନ ଆମିଷ ଖାଇବାକୁ ମହାଲକ୍ଷ୍ମୀ ପୁରାଣରେ ମଧ୍ୟ ବାରଣ କରାଯାଇଅଛି । ଏହା ସହିତ ରବିବାର ଦିନ ଯଦି ଆପଣ ଆମିଷ ଖାଇଥିବେ, ତେବେ ସେହି ଆମିଷ ଥିବ ଆପଣଙ୍କ ପେଟରେ ଥିବା ସୋମବାର କୁ । ଏଣୁ କେବେ ମଧ୍ୟ ଆପଣ ଆମିଷ ଖାଇ ସୋମବାର ଦିନ ମନ୍ଦିର ଯିବେ ନାହିଁ ।
ଯେଉଁମାନେ ସୋମବାର ବ୍ରତ କରୁଥିବେ ସେମାନେ ସୋମବାର ଦିନ ହବିଷ କରିବେ ଅର୍ଥାତ ଗୋଟିଏ ବେଳା ଖାଇବେ । ମନ୍ଦିର ଯିବା ସମୟରେ ଧୁଆ ବସ୍ତ୍ର ପିନ୍ଧି ଯିବା ଆବଶ୍ୟକ । ମହାଦେବ ଙ୍କର ଶୁକ୍ଲବର୍ଣ୍ଣ ପ୍ରିୟ ଯେଉଁମାନେ ମହାଦେବ ଙ୍କ ଭକ୍ତ ସେମାନେ ଶୁକ୍ଲବସ୍ତ୍ର ଧାରଣ କରି ପାରିବେ । ମହିଳା ମାନେ ଯେ କୌଣସି ବସ୍ତ୍ର ପିନ୍ଧି ପାରିବେ । ଆପଣ ମନ୍ଦିରକୁ ଗଲା ସମୟରେ ଖାଲି ପାଦରେ ଯିବାକୁ ଚେଷ୍ଟା କରିବେ ।
ଖାଲି ପାଦରେ ଆମ୍ଭେ ପ୍ରସାଦ ନେଇ ଯିବା କୁ ଶୁଭ ବୋଲି ଧରାଯାଇଥାଏ । ମହାଦେବ ଙ୍କ ପାଖକୁ ପ୍ୟାକେଟ କ୍ଷୀର କେବେ ମଧ୍ୟ ନେବେ ନାହିଁ । ଗୁଆଘିଅ ର ଦୀପ ଆପଣ ମହାଦେବ ଙ୍କ ପାଖରେ ଜଳାଇବେ । ମନ୍ଦିର ଗଲା ସମୟରେ ବେଲପତ୍ରଟି ନିଶ୍ଚିତ ନେଇ ଯିବେ । ବନ୍ଧୁଗଣ ଏହି ନିୟମ ମାନ ପାଳନ କରିଲେ ମଙ୍ଗଳ ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ