ଶୀତ ଦିନେ ଲାଗି ରହୁଛି କି ଥଣ୍ଡା କାଶ ସମସ୍ଯା ! ନିଶ୍ଚୟ ଜାଣି ରଖନ୍ତୁ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଲୋକମାନେ ନିଜ କାମରେ ବହୁତ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇ ପାରୁ ନାହାନ୍ତି । ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ଲୋକମାନଙ୍କୁ ଅନେକ ପ୍ରକାରର ରୋଗ ଘାରିଥାଏ । ସାଧାରଣତଃ ଲୋକମାନଙ୍କୁ ବହୁତ କମ ବର୍ଷରେ ଅନେକ ଭୟଙ୍କର ରୋଗ ଘାରିଥାଏ ।

ଏହି ସବୁ ରୋଗ ଗୁଡିକ ଆଜୀବନ ରହିଥାଏ ଆଉ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ବନ୍ଧୁଗଣ ଶରୀର ଅଛି ତ ରୋଗ ଅଛି ଆଉ ସେହିଭଳି ଗୋଟେ ସମସ୍ୟା ହେଉଛି କାସ ସମସ୍ୟା । ସାଧାରଣତଃ କାଶ ସମସ୍ୟା ଶୀତ ଋତୁରେ ଅଧିକ ଦେଖିବାକୁ ମିଳିଥାଏ । ଏହି ଦୁନିଆରେ ଅଧିକାଂଶ ଲୋକଙ୍କୁ ଶୀତ ଋତୁ ବହୁତ ପସନ୍ଦ ହେଲେ ଶୀତ ଋତୁ ହେଉଛି ଏକ ଏପରି ଋତୁ ଯେଉଁ ସମୟରେ ଜ୍ଵର ଓ କାଶ ଆଦି ସମସ୍ୟା ହେବା ସ୍ଵାଭାବିକ ।

ବନ୍ଧୁଗଣ ଏହି କାଶ ସମସ୍ୟା ପାଇଁ ଲୋକମାନେ ଅନେକ ପ୍ରକାରର ମେଡ଼ିସିନ ଓ ଉପଚାରର ପ୍ରୟୋଗ କରିଥାନ୍ତି ହେଲେ ସେମାନଙ୍କୁ କୌଣସି ସୁଫଳ ମିଳି ନଥାଏ । କାଶକୁ ଦୂର କରିବା ପାଇଁ ଏକ ଏପରି ଔଷଧ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରି ଆପଣ ମାନେ କାଶ ଜନିତ ସମସ୍ୟାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

କାଶ ଗୋଟେ ଏମିତିଆ ସମସ୍ୟା ବହୁତ ଲୋକ କଷ୍ଟ ପାନ୍ତି ଆଉ ଶୀତ ଦିନରେ ବୁଢା ବୁଢୀ ଲୋକମାନେ ବହୁତ କଷ୍ଟ ପାଇଥାନ୍ତି । କାଶ ହେଲେ ଆମେ ଦୋକାନରୁ ଯାଇ ମେଡ଼ିସିନ ଓ କପ୍ ଶିରପ ଆଣି ଖାଇଥାଉ । ହେଲେ କପ୍ ଶିରପରେ ଆଲ୍କୋହଲ ମିଶି ଥାଏ ତେଣୁ ତାହା ଆମ ଶରୀର ପାଇଁ କ୍ଷତି କାରକ । ହେଲେ ମନେ ରଖନ୍ତୁ କ୍ଷତିରେ କାଶ ନିଶ୍ଚୟ ଭଲ ହେବ ଦୁଇ ଦିନ ମଧ୍ୟରେ ।

ଚେର ମୂଳିକା ଦୋକାନରେ ଏକ ଔଷଧ ମିଳୁଛି ଯେଉଁଠି ଖୋଜିଲେ ଆପଣ ପାଇବେ । ସେହି ଔଷଧର ନାମ ହେଉଛି ଯଷ୍ଟିମଧୁ । ଯଷ୍ଟିମଧୁ ହେଉଛି ଚେର ଭଳି ଜିନିଷ ତାକୁ ଖଣ୍ଡେ ପାଟିରେ ପକାନ୍ତୁ ଚୋବାଇ ଚୋବାଇ ତାର ରସକୁ ଢୋକି ଦିଅନ୍ତୁ । ମାତ୍ର ଦୁଇ ଦିନ ଖାଆନ୍ତୁ ତୃତୀୟ ଦିନରେ କାଶ ନଥିବ ପରୀକ୍ଷା କରି ଦେଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *