ବନ୍ଧୁଗଣ, ଶନିବାର ଟି ଭଗବାନ ଶନି ଙ୍କର ଦିନ ଅଟେ । ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହ କୁ ସବୁଠାରୁ ଉଗ୍ର ଏବଂ ମହତ୍ଵପୂର୍ଣ୍ଣ ବୋଲି ମାନାଯାଇଥାଏ । ଶନିଗ୍ରହ ଙ୍କ ନାମ ଶୁଣିଲେ ଅଧିକାଂଶ ଲୋକ ଡଋଯାଇଥାନ୍ତି ।
କିନ୍ତୁ ଏହା ଆପଣଙ୍କର ଭୁଲ ଧାରଣା ଅଟେ । କାରଣ ଶନିଦେବ ନିଷ୍ପାପ, ସର୍ବଦା ନ୍ୟାୟ ମାର୍ଗ ରେ ଚାଲୁଥିବା ଲୋକଙ୍କୁ ସହାୟ ହୋଇଥାନ୍ତି । ଏହା ସହିତ ଶନି ଙ୍କ ପ୍ରଭାବ ପ୍ରତ୍ୟକ ରାଶି ଉପରେ ଅଲଗା ଅଲଗା ପଡିଥାଏ । ଶନିବାର ଦିନ ୮ ଟି ବସ୍ତୁ ରହିଅଛି ଯାହାକୁ କିଣିବା ଉଚିତ ନୁହେଁ ।
୧- ଲୁହା- ଶନିବାର ଦିନ ଆପଣ ଲୁହାରେ ନିର୍ମିତ କୌଣସି ବସ୍ତୁ କିଣନ୍ତୁ ନାହିଁ । ଯଦି ଆପଣ କିଣନ୍ତି ତେବେ ଶନିଦେବ ଙ୍କ ବକ୍ର ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ ।
୨- ଚମଡା- ଶନିବାର ଦିନ ଚମଡା ରେ ନିର୍ମିତ କୌଣସି ବସ୍ତୁ କିଣିବା ଉଚିତ ନୁହେଁ । ଯଦି ଆପଣ ଏହାକୁ କିଣିଥାନ୍ତି ତେବେ ଆପଣଙ୍କ ସଫଳତାରେ ବାଧା ଆସିଥାଏ ।
୩- ତେଲ- ଶନିବାର ଦିନ କୌଣସି ପ୍ରକାରର ତେଲ କିଣନ୍ତୁ ନାହିଁ । ଏହି ଦିନ ତେଲ ଘରକୁ ଆଣିବା ଦ୍ଵାରା ଘରକୁ କଷ୍ଟ ଏବଂ ରୋଗ ଆସିଥାଏ ।
୪- କୋଇଲା- ଶନିବାର ଦିନ ଘରକୁ କୋଇଲା ଆଣିବା ଉଚିତ ନୁହେଁ । ଏହାର ରଙ୍ଗ କଳା ଅଟେ ଏହାକୁ ଘରକୁ ଆଣିବା ର ଅର୍ଥ ଶନିଦେବ ଙ୍କ ସ୍ୱରୂପ କୁ ଘରକୁ ଆଣିବା ।
୫- ଇନ୍ଧନ- ଶନିବାର ଦିନ କୌଣସି ପ୍ରକାରର ଇନ୍ଧନ ଘରକୁ ଆଣିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଘରେ ଖରାପ ସମୟର ଆଗମନ ହୋଇଥାଏ ।
୬- ଝାଡୁ- ଭୁଲରେ ମଧ୍ୟ ଶନିବାର ଦିନ ଝାଡୁ କିଣନ୍ତୁ ନାହିଁ । ଝାଡୁ କିଣିବା ଦ୍ଵାରା ଆପଣଙ୍କ ଘରର ଧନସମ୍ପତ୍ତି କମିଯାଇଥାଏ ।
୭- କଳାରାଶି- ଶନିବାର ଦିନ କଳାରାଶି କିଣିବା ବର୍ଜିତ ଅଟେ । ଯାହାର ଶନିଦଶା ଚାଲିଥିବ ସେହି ସମୟରେ କଳା ରାଶି ଦାନ କରିବାର ଏକ ବିଶେଷ ମହତ୍ଵ ରହିଅଛି ।
୮- ଲୁଣ- ଶନିବାର ଦିନ ଲୁଣ କିଣିବା ଉଚିତ ନୁହେଁ । ଏହା ରୋଗର ବାତାବରଣ ସୃଷ୍ଟି କରିଥାଏ ।
ସର୍ବପ୍ରଥମେ ଆପଣ ଶନିବାର ଦିନ ହନୁମାନ ଙ୍କ ମନ୍ଦିରକୁ ଯାଇ ହନୁମାନ ଙ୍କର ଦର୍ଶନ କରନ୍ତୁ । ହନୁମାନ ଙ୍କୁ ସିନ୍ଦୁର ଏବଂ ପୂଜା ସାମଗ୍ରୀ ଅର୍ପଣ କରନ୍ତୁ । ଶନିଦଶା ଦୂର କରିବା ନିମନ୍ତେ ଆପଣ ମଙ୍ଗଲ ବାର ଦିନ ଶନି ମନ୍ଦିର କୁ ଯାଇ ହନୁମାନ ଚାଳିଶା ପାଠ କରନ୍ତୁ । ଆପଣ ହନୁମାନ ମନ୍ଦିରରେ ଦୀପ ଜଳାନ୍ତୁ । ଆପଣ ଶନିବାର ଦିନ ଶନି ଦେବ ଙ୍କ ମନ୍ଦିରକୁ ଯାଇ ପ୍ରାର୍ଥନା କରି ନତମସ୍ତକ ହୁଅନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ ହୋଇଯିବ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ