ବନ୍ଧୁଗଣ ଶନିବାର ହେଉଛି ଶନି ଦେବତାଙ୍କ ମୁଖ୍ୟବାର । ଶନି ଦେବତା ହେଉଛନ୍ତି ନ୍ୟାୟର ଦେବତା ଯିଏ ମଣିଷଙ୍କୁ ତାଙ୍କ କର୍ମ ଅନୁଯାଇ ଫଳ ଦେଇଥାନ୍ତି । ଯେଉଁ ଲୋକମାନଙ୍କ ଉପରେ ଭଗବାନ ଶନି ଦେବତାଙ୍କ କୃପା ରହିଥାଏ ସେହି ମଣିଷ ତାର ଜୀବନରେ ସମସ୍ତ ପ୍ରକାରର ସୁଖ ଓ ସୁବିଧା ପାଇଥାଏ ।
ଏହା ସହିତ ଯେଉଁ ଲୋକ ମାନଙ୍କ ଉପରେ ଭଗବାନ ଶନି ଦେବତା ରୁଷ୍ଟ ହୋଇଯାଇଥାନ୍ତି ସେହି ମଣିଷ ମାନଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ । ଶନି ଦେବତା ହେଉଛନ୍ତି ସୂର୍ଯ୍ୟ ଦେବତାଙ୍କ ପୁତ୍ର ।
ତେଣୁ ବ୍ରହ୍ମା ଦେବତାଙ୍କ ଆଶୀର୍ବାଦ ହେତୁ ସୂର୍ଯ୍ୟଙ୍କ ଠାରୁ ଶନି ଦେବତାଙ୍କ ଶକ୍ତି ବହୁତ ଅଧିକ ଅଛି । ବନ୍ଧୁଗଣ ଯେଉଁ ଲୋକ ମାନଙ୍କର କୁଣ୍ଡଳୀରେ ଶନିଦୋଷ ଲାଗିଯାଇଥାଏ ସେହି ଲୋକ ମାନଙ୍କ ଜୀବନ ନର୍କ ହୋଇଯାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବସ୍ତୁ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଭୁଲ ସେ ମଧ୍ୟ ଶନିବାର ଦିନ କିଣନ୍ତୁ ନାହିଁ ନଚେତ ଆପଣଙ୍କ ଉପରେ ଶନି ଦେବତା କ୍ରୋଧିତ ହୋଇପାରନ୍ତି ।
ଯାହାଫଳରେ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଆସିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସବୁ ଜିନିଷ ଗୁଡିକୁ ଭୁଲ ସେ ମଧ୍ୟ ଶନିବାର ଦିନ କିଣିବେ ନାହିଁ । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଗୁଡିକ ବିଷୟରେ ।
୧. ବନ୍ଧୁଗଣ ଶନିବାର ଦିନ ଆପଣ ମାନେ ଭୁଲ ସେ ମଧ୍ୟ କୌଣସି ଲୁହା ବସ୍ତୁ କିଣନ୍ତୁ ନାହିଁ । ରାଜା ବିକ୍ରମାଦିତ୍ୟ ଶନି ଦେବତାଙ୍କୁ ଏକ ଲୁହାର ସିଂହାସନ ଦେଇଥିଲେ ହେଲେ ଶନି ଦେବତାଙ୍କ କ୍ରୋଧିତ ହୋଇ ନିଜର ବକ୍ରଦୃଷ୍ଟି ପକେଇଥିଲେ । ତେଣୁ ବନ୍ଧୁଗଣ ପୁରାଣରେ ଏହା ମାନ୍ୟତା ଅଛି ଯେ ଶନିବାର ଦିନ ଲୁହା କିଣିବା ବହୁତ ଅଶୁଭ ହୋଇଥାଏ । କିନ୍ତୁ ଯଦି ଆପଣ ନିଜ ଘରୁ ଲୁହା ଦାନ କରନ୍ତି ତା ହେଲେ ଶନି ଦେବତାଙ୍କ ବିଶେଷ କୃପା ଆପଣଙ୍କ ମାନଙ୍କ ଉପରେ ପଡିପାରେ ।
୨. ବନ୍ଧୁଗଣ ଶନିବାର ଦିନ ଆପଣ ଚମଡା ଜନିତ କୌଣସି ଜିନିଷ ତଥା ବେଲ୍ଟ, ଚପଲ ଓ ପର୍ସ ଆଦିକୁ ଭୁଲ ସେ ମଧ୍ୟ କିଣନ୍ତୁ ନାହିଁ । ବନ୍ଧୁଗଣ ଏହି ଦିନରେ ଏହି ଚମଡା ଜିନିଷ କିଣିବା ବହୁତ ଅଶୁଭ ହୋଇଥାଏ । ଏହା କିଣିବା ଦ୍ଵାରା ଆପଣ ନିଜର ସମସ୍ତ କାର୍ଯ୍ୟରେ ଅସଫଳ ହୋଇଯିବେ । ଏହା ସହିତ ଶନି ଦେବତାଙ୍କ କୋପ ଆପଣ ମାନଙ୍କୁ ସହିବାକୁ ପଡିବ ।
୩. ବନ୍ଧୁଗଣ ଶନିବାର ଦିନ ଆପଣ ମାନେ କୌଣସି ପ୍ରକାରର ତେଲ କିଣି ନିଜ ଘରକୁ ଆଣିବେ ନାହିଁ । ଶନିବାର ଦିନ ତେଲ କିଣି ଆଣିଲେ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ । ଏହା ସହିତ ବନ୍ଧୁଗଣ ଆପଣ ମାନଙ୍କୁ ଶନି ଦେବତାଙ୍କ କୋପର ସମ୍ମୁଖୀନ ମଧ୍ୟ ହେବାକୁ ପଡିବ । ତେଣୁ ବନ୍ଧୁଗଣ ଶନିବାର ଦିନ ଭୁଲ ସେ ମଧ୍ୟ କୌଣସି ପ୍ରକାରର ତେଲ କିଣନ୍ତୁ ନାହିଁ । ଏହା ବଦଳରେ ଆପଣ ଶନିବାର ଦିନ ରାଶି ତେଲ ନେଇ ଶନିଙ୍କ ଉପରେ ଅର୍ପଣ କରନ୍ତୁ । ଦେଖିବେ ଶନି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହେବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।