Vastu Tips- ଶନିବାର ଦିନ ଭୁଲରେ ମଧ୍ୟ କିଣନ୍ତୁ ନାହିଁ ଏହି 8 ଟି ଜିନିଷ, ବନେଇ ଦିଏ କଙ୍ଗାଳ

ଶନିବାର ଶନି ଦେବଙ୍କ ବାର ବୋଲି କୁହାଯାଏ। ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ଓ ତାଙ୍କ ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡ଼ିଥାଏ। ତେବେ କିଛି ଏପରି ବସ୍ତୁ ରହିଛି ଶନିବାର କିଣିବା ଅନୁଚିତ୍ ଅଟେ।

ନଚେତ୍ ଆପଣଙ୍କୁ ସବୁଠୁ ବଡ଼ ସମସ୍ୟାର ସାମନା କରିବାକୁ ପଡିପାରେ। ତେବେ ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୋଟି ମୁଖ୍ୟ ବସ୍ତୁ ଗୁଡ଼ିକ ବିଷୟରେ ଜଣାଇବୁ ଯାହା ଆପଣ ଶନିବାର ଦିନ କିଣିବାରୁ ନିବୃତ ରହିବା ଉଚିତ୍।

ଚମଡା ଜିନିଷ

ଶନିବାର ଦିନ ଚମଡାରେ ତିଆରି ବେଲ୍ଟ, ବ୍ୟାଗ୍, ଜୋତା ଆଦି କେବେ ମଧ୍ୟ କିଣିବା ଉଚିତ୍ ନୁହେଁ। ଏପରି କଲେ ଶନିଦେବ ରୋଷ କରନ୍ତି ଓ ଆପଣଙ୍କ ସୁଖ ସମୃଦ୍ଧି ନାଶ ହୋଇପାରେ।

ତେଲ

ଘରେ ଯେକୌଣସି ପ୍ରକାର ତେଲର ଅଭାବ ଥିଲେ ମଧ୍ୟ ତାହା କେବେ ଶନିବାର ଦିନ କିଣି ଘରକୁ ଆଣନ୍ତୁ ନାହିଁ। ଏବଂ ଏହି ଦିନ ପଡୋଶୀ ମାନଙ୍କୁ ମଧ୍ୟ ତେଲ ମାଗି ଆସନ୍ତୁ ନାହିଁ। ଏପରି କଲେ ଘରେ ଅଧିକ ଦୋଷ ବଢିଯାଏ ଯାହାର ନିବାରଣ କାଟିବା କଷ୍ଟ ହୋଇପଡେ ବୋଲି କୁହାଯାଏ।

ଝାଡୁ

ଶନିବାର ଦିନ ଝାଡୁ ବା ଅନ୍ୟ କୌଣସି ସଫା ସୁତୁରା କରିବା ସାମଗ୍ରୀ ଘରକୁ ଆଣନ୍ତୁ ନାହିଁ। ଏହି ଦିନ ଝାଡୁ କିଣିଲେ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ଓ ଘରେ ରୋଗ ଗୁଡ଼ିକ ପ୍ରବେଶ କରନ୍ତି ବୋଲି କୁହାଯାଏ।

କଳା ଜିରା

ଶନିବାର ଦିନ କଳା ଜିରା ଶନିଦେବଙ୍କୁ ଅର୍ପଣ କରାଯାଏ। ମାତ୍ର କେବେ ମଧ୍ୟ ଶନିବାରରେ କଳା ଜିରା କିଣନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅଶୁଭ ପରିଣାମ ଆଣିପାରେ। ଯଦି ଶନିଦେବଙ୍କୁ କଳା ଜିରା ଅର୍ପଣ କରିବାକୁ ଚାହାଁନ୍ତି ତେବେ ପୂର୍ବରୁ କିଣି ରଖନ୍ତୁ।

ଖାଇବା ଲୁଣ

ଲୁଣ ଏପରି ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ଯାହା ଶନିବାର ଦିନ କିଣିବା ପାଇଁ ମଧ୍ୟ ମନା କରାଯାଇଛି। ଯେକୌଣସି ଖାଇବା ଲୁଣ ଦରକାର ଥିଲେ ମଧ୍ୟ ଶନିବାର ଦିନ ଏହା କିଣନ୍ତୁ ନାହିଁ। ଏପରି କଲେ ଘରେ ରୋଗର ବାସ ହୋଇଥାଏ ଓ କୌଣସି ପ୍ରକାରର ବିପତ୍ତି ମଧ୍ୟ ଆସିପାରେ।

ଲୁହା ଜିନିଷ

ଯେକୌଣସି ଲୁହା ଜିନିଷ ଛୋଟ ହେଉ ବା ବଡ଼ ତାହା ଶନିବାର ଦିନ କିଣି ଆଣିବା ଉଚିତ୍ ନୁହେଁ। ଏହା ଦ୍ବାରା ଶନିଦେବ ଅପ୍ରସନ୍ନ ହୁଅନ୍ତି। ମାତ୍ର ସେଦିନ ଲୁହା ଦାନ କରିବା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ।

ଜୋତା ଚପଲ

ଶନିବାର ଦିନ ନୂଆ ଜୋତା ଚପଲ କିଣିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଶେଷ ହୋଇଯାଏ। ମାତ୍ର ଏହିଦିନ ନିଜର ପୁରୁଣା ଚପଲ ଜୋତା ଦାନ କଲେ ଆପଣଙ୍କ ଗ୍ରହ ଶାନ୍ତି ହୋଇଥାଏ ଓ ଆପଣଙ୍କ ଉପରେ ହେବାକୁ ଥିବା ବିପତ୍ତି ମଧ୍ୟ ଟଳିଯିବ।

କଳା ରଙ୍ଗର ଜିନିଷ

ଶନିବାର ଦିନ କଳା ରଙ୍ଗର କୌଣସି ଜିନିଷ ମଧ୍ୟ କିଣିବା ଉଚିତ୍ ନୁହେଁ। ଏପରି କଲେ ଶନି ଦେବ ନାରାଜ ହୁଅନ୍ତି ବୋଲି କୁହାଯାଏ ଓ ଆପଣଙ୍କ ଦିନ ମଧ୍ୟ ଅଶୁଭ ହୋଇଥାଏ। ଜରୁରୀ ଥିଲେ ଅନ୍ୟ କେଉଁ ଦିନ କଳା ରଙ୍ଗର ଜିନିଷ କିଣି ନିଜ ଉପରେ ଆସିବାକୁ ଥିବା ବିପତ୍ତିକୁ କମ୍ କରି ପାରିବେ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *