Jyotish Shastra- ସେପ୍ଟେମ୍ବର ମାସର ସବୁଠୁ ଧନୀ ରାଶି ଏହି 5 ରାଶି, ଭୋଲେନାଥଙ୍କ କୃପାରୁ ଧନ ଦୌଲତ ରେ ଭରିଯିବ ଭଣ୍ଡାର

ବନ୍ଧୁଗଣ, ଚଳିତବର୍ଷ ଅର୍ଥାତ ୨୦୨୧ ବର୍ଷ ର ସେପ୍ଟେମ୍ବର ମାସ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଦଶମୀ ତିଥି ମୃଗଶିରା ନକ୍ଷତ୍ର ବୁଧବାର ଠାରୁ ଆରମ୍ଭ ହୋଇଅଛି । ଏହି ମାସରେ ଅନେକ ପ୍ରମୁଖ ପର୍ବପର୍ବାଣି ମଧ୍ୟ ପଡୁଅଛି । ଶ୍ରୀ ଗଣେଶ ଚତୁର୍ଥୀ ଏହି ମାସରେ ପଡୁଥିବା ବେଳେ ଶ୍ରାଦ୍ଧ ପକ୍ଷ ମଧ୍ୟ ଏହି ମାସରେ ଆରମ୍ଭ ହେବାକୁ ଯାଉଅଛି । ଏହା ସହିତ ଅନେକ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ମଧ୍ୟ ଏହି ମାସରେ ହେବାକୁ ଯାଉଅଛି । ପ୍ରାଏ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବା ପାଇଁ ଯାଉଅଛି ।

କେତେକ ଙ୍କ ଭାଗ୍ୟ ଉଦୟ ହେଉଥିବା ସମୟରେ ଅନେକଙ୍କୁ ଚାକିରି ମିଳିବା ସହିତ ପ୍ରମୋଶନ ର ସୁଯୋଗ ମଧ୍ୟ ପ୍ରାପ୍ତ ହେବାକୁ ଯାଉଅଛି । ଆସନ୍ତୁ ଜାଣିବା ଏହି ସେପ୍ଟେମ୍ବର ମାସରେ କେଉଁ କେଉଁ ରାଶି ମାନଙ୍କ ଉପରେ କି କି ପ୍ରଭାବ ରହିଅଛି ?

୧- ମେଷ ରାଶି- ଏହି ମେଷ ରାଶିର ବ୍ୟକ୍ତି ମାନଙ୍କ ନିମନ୍ତେ ସେପ୍ଟେମ୍ବର ର ପ୍ରଥମ କିଛି ଦିନ ଶୁଭଫଳଦାୟୀ ରହିବ । ଆପଣଙ୍କ କ୍ୟାରିୟର ରେ ଆପଣଙ୍କର କ୍ୟାରିୟର ତଥା ବ୍ୟବସାୟ ରେ ପ୍ରଚୁର ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସହଯୋଗ ମିଳିପାରିବ । ରାଜନୀତି ସହିତ ଜଡିତ ବ୍ୟକ୍ତିଙ୍କୁ ମଧ୍ୟ ଶୁଭ ଫଳ ପ୍ରାପ୍ତି ହେବ ।

୨- ବୃଷ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ନିମନ୍ତେ ସେପ୍ଟେମ୍ବର ମାସ ମିଶ୍ର ଫଳଦାୟୀ ରହିବ । ମାସର ଆରମ୍ଭରେ ଦୀର୍ଘ ଦିନରୁ ଲାଗି ରହିଥିବା ଅପୂର୍ଣ୍ଣ କାମ ପୂର୍ଣ୍ଣ ହୋଇଯିବ । ମହିଳା କର୍ମଚାରୀ ମାନଙ୍କ ପାଇଁ ଏହା ଶୁଭଫଳ ଦାୟୀ ହେବ । ମାତ୍ର କିଛି ଗୁପ୍ତ ଶତ୍ରୁ ମାନେ ଆପଣ ମାନଙ୍କୁ କ୍ଷତି ପହଞ୍ଚାଇବା ନିମନ୍ତେ ଚେଷ୍ଟା କରି ପାରନ୍ତି । ଏଣୁ ଆପଣ ସତର୍କ ରୁହନ୍ତୁ ।

୩- ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସମୟ ଥାଉ ଥାଉ ନିଜ ନିଜର କାର୍ଯ୍ୟ ସମାପ୍ତ କରି ଦିଅନ୍ତୁ । କାର୍ଯ୍ୟରେ କୌଣସି ପ୍ରକାରର ଦାଇତ୍ଵ ହୀନତା ଆପଣଙ୍କ ନିମନ୍ତେ ଭାରି ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ମାନଙ୍କ ଠାରୁ ସତର୍କ ରୁହନ୍ତୁ । ଆପଣ ମାନେ ଏହି ସମୟରେ ନିଜର ସମସ୍ୟା ଗୁଡିକର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

୪- କର୍କଟ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ସେପ୍ଟେମ୍ବର ମାସରେ ଭାଗ୍ୟ ନିଶ୍ଚିନ୍ତ ରୂପରେ ସାଥ ଦେବ । ଆପଣ ମାନଙ୍କୁ ପ୍ରତୀଟି କ୍ଷେତ୍ରରେ ମନମୁତାବକ ସଫଳତା ନିଶ୍ଚିତ ରୂପେ ମିଳିବ । ଏହି ମାସର ମଧ୍ୟ ଭାଗରେ ଚାକିରି କ୍ଷେତ୍ରରେ ଆପଣଙ୍କ ପଦୌନ୍ନତି ହେବ । ଏହି ଦିନ ମାନଙ୍କ ମଧ୍ୟରେ ମିଳିଥିବା ଦାଇତ୍ଵ ଗୁଡିକୁ ବୁଦ୍ଧିମତା ର ସହିତ ସମାଧାନ କରିବା ନିମନ୍ତେ ଚେଷ୍ଟା କରନ୍ତୁ ।

୫- ସିଂହ ରାଶି- ଏହି ରାଶିର ଲୋକ ମାନଙ୍କ ନିମନ୍ତେ କୌଣସି କ୍ଷେତ୍ରରେ ନିବେଶ କରିବା ଉଚିତ ନୁହେଁ । କାରଣ ଆପଣଙ୍କର କଷ୍ଟ ଅର୍ଜିତ ଧନ ବୁଡି ଯିବାର ଆଶଙ୍କା ରହିଅଛି । ଏହା ସହିତ ଆପଣ କୌଣସି ବ୍ୟକ୍ତିଙ୍କୁ ବୁଝି ବିଚାରୀ ଧନ ଧାର ଆକାରରେ ଦିଅନ୍ତୁ । ପାରିବାରିକ ସମସ୍ୟା ହେଉ ଅଥବା କାର୍ଯ୍ୟ କ୍ଷେତ୍ର ସହିତ ଜଡିତ ସମସ୍ୟା ହେଉ, ଆପଣ ସେ ସବୁକୁ ଧର୍ଯ୍ୟର ସହିତ ସମାଧାନ କରିବା ନିମନ୍ତେ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ କୁ ନେଇ ଆପଣ ବିଶେଷ ଧ୍ୟାନ ଦିଅନ୍ତୁ । ପ୍ରେମ ଜନିତ ସମ୍ପର୍କରେ କୌଣସି ତୃତୀୟ ଜଣଙ୍କ ଆଗମନ ଆପଣଙ୍କ ସମ୍ପର୍କରେ ବିବାଦ ଆଣିପାରେ ।

୬- କନ୍ୟା ରାଶି- ଆପଣ ମାନଙ୍କୁ ଏହି ସେପ୍ଟେମ୍ବର ମାସରେ ମିଶ୍ର ଫଳ ମିଳିବାକୁ ଯାଉଅଛି । ମାସର ପ୍ରଥମ ଭାଗ ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭ ରହିଥିବା ବେଳେ, ଦ୍ଵିତୀୟ ଭାଗରେ ଆପଣଙ୍କୁ କ୍ଷତି ସହିବାକୁ ହୋଇପାରେ । ଆପଣଙ୍କ ମନ ଅଶାନ୍ତ ରହିପାରେ ।

୭- ତୁଳା ରାଶି- ଏହି ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ ଜଗିରଖି କାର୍ଯ୍ୟ କରିବା ଉଚିତ । ନିଜ କ୍ୟାରିୟର ତଥା ବ୍ୟବସାୟରେ ପରିଶ୍ରମ କରି କାର୍ଯ୍ୟ କଲେ ଆପଣଙ୍କୁ ନିଶ୍ଚିତ ରୂପେ ସଫଳତା ମିଳିବ । ଆପଣ ଧନ ନିବେଶ କରିବା ପୂର୍ବ ରୁ ଆପଣଙ୍କୁ ସତର୍କ ହୋଇ ରହିବା ଆବଶ୍ୟକ । ପରୀକ୍ଷାର୍ଥୀ ମାନଙ୍କ ନିମନ୍ତେ ଏହି ମାସଟି ଏତେ ଅନୁକୂଳ ହେବ ନାହିଁ ।

୮- ବିଛା ରାଶି- ଏହି ରାଶି ମାନଙ୍କ ନିମନ୍ତେ ସେପ୍ଟେମ୍ବର ମାସ ଅତ୍ୟନ୍ତ ଫଳପ୍ରଦ ହେବ । ସଂପୂର୍ଣ୍ଣ ମାସ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥି ହୋଇ ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ବିଦେଶ ସହିତ ଜଡିତ କାର୍ଯ୍ୟ ରେ ସଫଳତା ମିଳିବ ।

୯- ଧନୁ ରାଶି- ଆପଣ ମାନଙ୍କୁ ଏହି ମାସରେ ସଫଳତା ମିଳିବାକୁ ଯାଉଅଛି । ଆପଣଙ୍କୁ ନିଜର ଅଳସୁଆ ପଣ କୁ ଦୂର କରିବାକୁ ହେବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଦାଇତ୍ଵ ବଢିଯାଇପାରେ । ମାସର ମଧ୍ୟ ଭାଗରେ ଧନର ଅଭାବ ଦେଖାଯିବ ।

୧୦- ମକର ରାଶି- ଏହି ରାଶି ମାନଙ୍କୁ ମଧ୍ୟ ଖୁବ ସତର୍କତାର ସହିତ କାର୍ଯ୍ୟ କରିବା ଉଚିତ । ପରିବାର ର ଚାପ ପଡିବାରୁ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡି ପାରେ । ଆପଣ ଅନାବଶ୍ୟକ ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ ।

୧୧- କୁମ୍ଭ ରାଶି- ଆପଣ ଭାଗ୍ୟ ବଦଳରେ ନିଜର କର୍ମ ଉପରେ ବିଶ୍ଵାସ ରଖନ୍ତୁ । ଆପଣ ଯେକୌଣସି ନିର୍ଣ୍ଣୟ ବୁଝି ବିଚାରୀ ଗ୍ରହଣ କରନ୍ତୁ ।

୧୨- ମୀନ ରାଶି- ଆପଣ ମାନଙ୍କ କଥାରୁ ଆପଣଙ୍କ ପରିସ୍ଥିତି ସୁଧୁରି ଯାଇପାରେ ଅଥବା ବିଗିଡି ଯାଇପାରେ ଏଣୁ ଆପଣ ନିଜର ଜିଭ ଉପରେ ଯଥାଶୀଘ୍ର ଅଙ୍କୁଶ ଲଗାଇବାକୁ ଚେଷ୍ଟା କରନ୍ତୁ । ନିଜର ଅଭିମାନ, କ୍ରୋଧ କୁ ଭୁଲି ଲୋକ ମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *