ଭୁଲରେ ବି ସାବିତ୍ରୀ ବ୍ରତ (10 ଜୁନ 2021) ଦିନ କରନ୍ତୁ ନାହିଁ ଏହି 5 ଟି ଭୁଲ, କମିଯାଏ ସ୍ବାମୀଙ୍କର ଆୟୁଷ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସାବିତ୍ରୀ ବ୍ରତ ର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ଙ୍କ ପାଇଁ ଏହା ଏକ ମୁଖ୍ୟ ପର୍ବ ଅଟେ । ପ୍ରତି ବର୍ଷ ଜ୍ୟୋଷ୍ଠ ମାସରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ ।

ଏହି ବର୍ଷ ଜୁନ ମାସ ୧୦ ତାରିଖ ଦିନ ସାବିତ୍ରୀ ବ୍ରତ ପଡୁଛି । ଏହି ଦିନ ସଧବା ନାରୀ ମାନେ ନିଜର ପତି ଙ୍କ ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି । ଏହି ଶୁଭ ଅବସର ରେ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ନିମନ୍ତେ ସାବିତ୍ରୀ ମାଆ ଙ୍କ ମନ୍ଦିର ଯାଇଥାନ୍ତି ଏବଂ ସାବିତ୍ରୀ ମାତା ଙ୍କୁ ନୂଆ ଶାଢ଼ୀ, ସିନ୍ଦୁର, ଅଳତା ଓ ଭୋଗ ଅର୍ପଣ କରି ନିଜ ପତି ଙ୍କ ଦୀର୍ଘ ଆୟୁଷ ନିମନ୍ତେ ପ୍ରାର୍ଥନା କରିଥାନ୍ତି ଓ ସାବିତ୍ରୀ ଉପାଖ୍ୟାନ ମଧ୍ୟ ପାଠ କରିଥାନ୍ତି ।

ସାବିତ୍ରୀ ଯମରାଜ ଙ୍କ କବଳ ରୁ ନିଜ ପତି ଙ୍କ ଜୀବନ କୁ ଫେରାଇ ଆଣିଥିଲେ । ସେବେଠାରୁ ଏହି ସାବିତ୍ରୀ ବ୍ରତ ର ମାହାତ୍ମ୍ୟ ରହିଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ଅନୁସାରେ କିଛି ଏଭଳି କଥା ସମ୍ବନ୍ଧରେ କୁହାଯାଇଛି ଯାହା ଏହି ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଭୁଲ ରେ ବି କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଏହି ପବିତ୍ର ସାବିତ୍ରୀ ବ୍ରତ ଦିନ କୌଣସି ବି ସଧବା ନାରୀ ମାନେ କଳା ରଙ୍ଗ ର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଏହାଦ୍ବାରା ପତି ଙ୍କ ଆୟୁଷ କ୍ଷୀଣ ହୋଇଥାଏ । ସଧବା ନାରୀ ଙ୍କ ପ୍ରତୀକ ହେଉଛି ନାଲି ସିନ୍ଦୂର ଓ ନାଲି ରଙ୍ଗର ବସ୍ତ୍ର । ତେଣୁ ପ୍ରତ୍ୟେକ ସଧବା ନାରୀ ମାନେ ଏହି ଦିନ ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଏହି ସାବିତ୍ରୀ ଅମାବାସ୍ୟା ଦିନ ଭୁଲ ରେ ମଧ୍ୟ ରାତ୍ରି ସମୟ ରେ ଲୁଗାପଟା ବାହାରେ ଶୁଖାନ୍ତୁ ନାହଁ । କାରଣ ଏହି ଅମାବାସ୍ୟା ର ରାତ୍ରି କାଳ ରାତ୍ରି ହୋଇଥାଏ । ତେଣୁ କୌଣସି ବି ନାରୀ ଏହି ଦିନ ନିଜର ଓ ନିଜ ପତି ଙ୍କ ବସ୍ତ୍ର କୁ ବାହାରେ ଶୁଖାନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଏହି ପବିତ୍ର ସାବିତ୍ରୀ ବ୍ରତ ପର୍ବ ରେ ସ୍ୱାମୀ ଓ ସ୍ତ୍ରୀ ଶା-ରୀ-ରି-କ ସ-ମ୍ପ-ର୍କ ରଖନ୍ତୁ ନାହିଁ । ଏହାଛଡା ଅନ୍ୟ କୌଣସି ବ୍ରତ ପର୍ବ ରେ ମଧ୍ୟ ସ୍ୱାମୀ ସ୍ତ୍ରୀ ପରସ୍ପର ସହିତ ସ-ମ୍ବ-ନ୍ଧ ରଖିବା ଉଚିତ ନୁହେଁ । ଏହାଦ୍ବାରା ପତି ଙ୍କ ଆୟୁଷ କ୍ଷୀଣ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଏହି ସାବିତ୍ରୀ ପର୍ବ ଦିନ ସମସ୍ତ ସଧବା ନାରୀ ଭୁଲ ରେ ମଧ୍ୟ କୌଣସି ଜିନିଷ କୁ କାଟିବେ ନାହିଁ ଏବଂ ନିଜ ପତି ଙ୍କୁ ମଧ୍ୟ କାଟିବା ବା ହାଣିବା ପାଇଁ କହିବେ ନାହିଁ । ଯେପରିକି ଭୁଲ ରେ ମଧ୍ୟ ଗଛ କାଟିବେ ନାହିଁ । ଧ୍ୟାନ ରଖିବେ ଯେପରି ଏପରି ଭୁଲ ଆପଣଙ୍କ ଦ୍ଵାରା ନ ହେଉ ।

୫. ବନ୍ଧୁଗଣ ପଞ୍ଚମତଃ, ସାବିତ୍ରୀ ବ୍ରତ ରେ ଭୁଲ ରେ ମଧ୍ୟ କୌଣସି ନାରୀ ରନ୍ଧା ଖାଦ୍ୟ ଖାଇବେ ନାହିଁ । ଏହି ବ୍ରତ ରେ ଉପବାସ ବା କାଷ୍ଟା ରଖା ଯାଇଥାଏ । ଆପଣ ଯେଉଁ ଜିନିଷ ଭୋଗ ଲଗାଇ ଥିବେ ଯେପରିକି ଗଜାମୁଗ ଓ ଫଳମୂଳ ଆଦି ଖାଇ ପାରିବେ ଏବଂ ପାଣି ଓ ସର୍ବତ ପିଇ ପାରିବେ । କିନ୍ତୁ ଭୁଲ ରେ ବି ରନ୍ଧା ଖାଦ୍ୟ ଖାଇବେ ନାହିଁ । ଏହାଦ୍ବାରା ଅଶୁଭ ହୋଇଥାଏ ଏବଂ ପତି ଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *