ସାବିତ୍ରୀ ବ୍ରତ ପୂଜା ମନ୍ଦିରରେ କରିବା ଠିକ ନା ଭୁଲ ? ଋତୁଶ୍ରାବ ସମୟରେ କିପରି ପୂଜା କରିବେ ? ବାପଘରେ କରିବା ଉଚିତ ନା ଅନୁଚିତ ଦେଖନ୍ତୁ…

ବନ୍ଧୁଗଣ, ସାଧାରଣତ ସମସ୍ତଙ୍କ ପ୍ରଶ୍ନ ରହିଥାଏ ସାବିତ୍ରୀ ବ୍ରତ କୁ ନେଇ ଯେ ପିରିୟଡ୍ସ ଟାଇମ ରେ ସାବିତ୍ରୀ ପୂଜା କରି ପାରିବେ କି ନାହିଁ ? ମାତ୍ର ପିରିୟଡ୍ସ ଟାଇମ ରେ ପୂଜା କରାଯାଇନଥାଏ । 5 ଦିନରେ ସ୍ନାନ ସାରି ପୂଜା ଆରମ୍ଭ କରି ପାରିବେ କେବଳ ମହାଦେବ ଙ୍କ ପୂଜା କୁ ସାରି । ସାବିତ୍ରୀ ବ୍ରତ ଦିନ ଆପଣ ନିଶ୍ଚିତ ଅରୁଆ ଖାଇ ରହିବାକୁ ଚେଷ୍ଟା କରିବେ । ସାବିତ୍ରୀ ବ୍ରତ କୁ ନେଇ ବହୁତ କିଛି ଚିନ୍ତାଧାରା ରହିଅଛି, ବ୍ରତ ଆପଣ ଯେଉଁଦିନ ପିନ୍ଧିଲେ ପୂଜା ଆପଣ ସେହି ଦିନ ସମାପ୍ତ କରିଦେଲେ ।

ଏଣୁ ଏହାପରେ ଆପଣ ବ୍ରତ ପିନ୍ଧିବାର କୌଣସି ଆବଶ୍ୟକ ନାହିଁ । ଆପଣ ରାତିରେ ଶୋଇଲା ବେଳେ ବ୍ରତ ଓହ୍ଲାଇ ରଖିଦେବେ । ଏହା ପରଦିନ ସକାଳୁ ଆପଣ ବିସର୍ଜନ କରିବେ । ସାବିତ୍ରୀ ବ୍ରତ ପୂର୍ବ ରୁ ନୂଆ ଚୁଡି କେଉଁଦିନ ପିନ୍ଧିବେ ? ଚୁଡି ପିନ୍ଧିବା ପାଇଁ ଗୁରୁବାର କୁ ବରଣ କରାଯାଇଥାଏ ଯେ ସେ ଦିନ ଚୁଡି ଉତାରିବା ଉଚିତ ନୁହେଁ ।

ସାବିତ୍ରୀ ବ୍ରତ କୁ ଡାହାଣ ହାତ ରେ ପିନ୍ଧିବେ ଏବଂ ନିଜର ବାହୁରେ ପିନ୍ଧିବେ । ସାବିତ୍ରୀ ଅମାବାସ୍ୟା ସୋମବାର ଦିନ ରହୁଅଛି । ତେବେ ସାବିତ୍ରୀ ପୂଜା ମନ୍ଦିରରେ କରିବା ଠିକ ନା ଘରେ କରିବା ଠିକ ? ମନ୍ଦିରରେ ପୂଜା କରିବାକୁ ଆମ୍ଭେ ଭୁଲ ବୋଲି କହି ପାରିବା ନାହିଁ । ମନ୍ଦିରରେ ଦେବତା ଅଛନ୍ତି ଆମ୍ଭେ ପୂଜା ସାମଗ୍ରୀ ନେଇ ଗଲେ ପୂଜା କରିଲେ ତାହା ଠିକ ଅଛି ମାତ୍ର ଆପଣ ଟିକିଏ ସଂକଲ୍ପ କରିବା ଉଚିତ ।

ଯଦି ମନ୍ଦିର ଭିଡ ରହୁଛି ତେବେ ଆପଣ ନିଜେ ନିଜେ ପାଣି ଧରି ସଂକଳ୍ପ କରିପାରିବେ । ଯଦି ନୂଆ ବିବାହ କରିଛନ୍ତି ତେବେ ନିଜ ଶାଶୁଘରେ ରହି ପୂଜା କରିବା ଉଚିତ । ଯେଉଁ ମାନେ ନୂଆ ସାବିତ୍ରୀ ବ୍ରତ କରିଥାନ୍ତି ସେମାନଙ୍କ ଭାର ମଧ୍ୟ ଆସିଥାଏ ବାପଘରୁ, ଶାଶୁଘରକୁ ଭାର ମଧ୍ୟ ଆସିଥାଏ, ମାତ୍ର ଶାସ୍ତ୍ର ଏହା କୁହେ ଯେ ଶାଶୁ ଘରର ପୂଜା ସାମଗ୍ରୀ ରେ ସାବିତ୍ରୀ ବ୍ରତ କରିବା କଥା । ମାତ୍ର ଲୋକାଚାର ଅନୁସାରେ ବାପ ଘରୁ ଭାର ଆସିଥାଏ ଏବଂ ସେଥିରେ ହିଁ ପୂଜା କରାଯାଇଥାଏ ତଥା ବ୍ରତ ଆରମ୍ଭ କରାଯାଇଥାଏ ।

ତେବେ କ’ଣ କ’ଣ ଭାର ଆସିଥାଏ ନୂଆ ସାବିତ୍ରୀ ରେ ଆସନ୍ତୁ ଜାଣିବା । ନୂଆ ସାବିତ୍ରୀ ରେ ଝିଅ ପାଇଁ ବାପଘରୁ ପ୍ରଥମ ଜିନିଷ ଆସିବ ପୂଜା ସାମଗ୍ରୀ, ପୂଜା ସାମଗ୍ରୀ ଭିତରେ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ଏ ସବୁ ଜିନିଷ ରହିବ, ବ୍ରତ ରହିବ ଏବଂ ଶୃଙ୍ଗାର ଜିନିଷ ରହିବ ତଥା ଝିଅମାନେ ଯାହାସବୁ ସଜେଇ ହେବାକୁ ବ୍ୟବହାର କରନ୍ତି ସେ ସବୁ ରହିବ । ଯାହା ସବୁ ଶୃଙ୍ଗାର ଜିନିଷ ଝିଅ ପାଇଁ ଆସିବ ସେହି ସବୁ ଜିନିଷ ଦେବୀ ଙ୍କ ପାଇଁ ମଧ୍ୟ ଆସିବ ଏବଂ ବୃନ୍ଦାବତୀ ଙ୍କ ପାଇଁ ମଧ୍ୟ ଶଙ୍ଖା ଏବଂ ବସ୍ତ୍ର ଆସିବ ।

ବ୍ରତ ପୂଜା କରିବା ପରେ ବ୍ରାହ୍ମଣ ଙ୍କୁ ଯେଉଁ ଦକ୍ଷିଣା ଦିଆଯାଏ ଏବଂ ଯେଉଁ ବସ୍ତ୍ର ଟି ଦିଆଯାଏ, ତାହା ମଧ୍ୟ ସାବିତ୍ରୀ ବ୍ରତ ର ଭାର ସହିତ ଆସିଥାଏ । ପୁରୁଣା ନିୟମ ଅନୁଯାୟୀ କିଛି ରଗଡା ଚାଉଳ ଏବଂ ରଗଡା ମୁଗ ମଧ୍ୟ ଆସିଥାଏ । ସାବିତ୍ରୀ ବ୍ରତ ର ଭାରରେ ବହୁତ ପ୍ରକାରର ଫଳ ଆସିଥାଏ । ଏହା ସହିତ ପାରିବା ଆସେ ଏବଂ ମିଠା ଆସିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *