Health Tips- ଶରୀରରେ Calcium ଅଭାବ ଦୂର କରିଥାଏ ଏହି 10 ଟି ଖାଦ୍ଯ, କେବେ ବି ହୁଏ ନାହିଁ ଆଣ୍ଠୁ ଗଣ୍ଠି ଓ ହାଡ କମ୍ଜୋର

ନମସ୍କାର ବନ୍ଧୁଗଣ, ଶରୀରରେ କ୍ୟାଲସିୟମର ମାତ୍ରା କମ ରହିବା ଦ୍ଵାରା ଭିଟାମିନ D3,B12 ଏବଂ ହିମୋଗ୍ଲୋବିନ ଅଭାବ ଦେଖା ଦେଇଥାଏ । ଶରୀରରେ ମଜବୁତ ହାଡ ଏବଂ ସୁସ୍ଥ ଦାନ୍ତ ପାଇଁ କ୍ୟାଲସିୟମ ନିହାତି ଆବଶ୍ୟକ । ଶରୀରର ପ୍ରତ୍ୟକ କୋଷ ସଠିକ ଭାବରେ କାର୍ଯ୍ୟ କରିବା ପାଇଁ କ୍ୟାଲସିୟମ ଆବଶ୍ୟକ କରିଥାଏ । ତେଣୁ ଯଦି ଶରୀରରେ କ୍ୟାଲସିୟମର ଅଭାବ ଦେଖାଦିଏ ତେବେ ଶରୀରର ସୁସ୍ଥ ଅବସ୍ତା ବିଗିଡିଯାଏ ।

ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କ୍ୟାଲସିୟମ ଅଭାବ ଥିଲେ ଆପଣ କେଉଁ ଖାଦ୍ୟ ଖାଇବା ଦ୍ଵାରା କ୍ୟାଲସିୟମର ମାତ୍ରା ବଢାଇପାରିବେ । ଆପଣଙ୍କୁ ସର୍ବପ୍ରଥମେ କ୍ୟାଲସିୟମ ଯୁକ୍ତ ଖାଦ୍ୟକୁ ଆପଣଙ୍କ ଖାଦ୍ୟରେ ଗ୍ରହଣ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ହାଡ ଏବଂ ଦାନ୍ତ ବହୁତ ଦିନ ଧରି ମଝବୁତ ରହିବ । କ୍ୟାଲସିୟମ ପାଇଁ ସବୁଠାରୁ ଭଲ ଉତ୍ସ ହେଉଛି କ୍ଷୀର । କ୍ଷୀରତେ ପ୍ରଚୁର ପରିମାଣରେ କ୍ୟାଲସିୟମର ମାତ୍ରା ଭରପୁର ରହିଥାଏ । କ୍ଷୀର ବ୍ୟତିତ ଆପଣ କ୍ଷୀରରୁ ତିଆରି ସମସ୍ତ ଖାଦ୍ୟ ମଧ୍ୟ ଖାଇପାରିବେ ।

ଯଥା ଦହି, ପନିର, ଛେନା ଇତ୍ୟାଦି ମଧ୍ୟ କ୍ୟାଲସିୟମ ଯୁକ୍ତ ଖାଦ୍ୟ ହୋଇଥାଏ । ଆପଣ ପ୍ରତ୍ୟକ ଦିନ କ୍ଷୀର ପିଇବା ଦ୍ଵାରା ଆପଣଙ୍କ କ୍ୟାଲସିୟମ ଅଭାବ ଦୂର ହେବାକୁ ଲାଗିଥାଏ । ବଢୁଥିବା ପିଲାଙ୍କୁ ଏକ ଗ୍ଳାସ ଲେଖାଏଁ କ୍ଷୀର ଦେବା ଦ୍ଵାରା ତାଙ୍କର ଗ୍ରୋଥ ବହୁତ ଶୀଘ୍ର ହୋଇଥାଏ । ସବୁଜ ପନିପରିବାରେ ଅଧିକ ମାତ୍ରାରେ କ୍ୟାଲସିୟମ ରହିଥାଏ ।

ପାଳଙ୍ଗ ଶାଗ, ଲେଉଟିଆ ଶାଗ, ବ୍ରୋକୋଲି, ମୂଳା ଶାଗ, ଭେଣ୍ଡି ଇତ୍ୟାଦିରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ । ଯଦି ଆପଣଙ୍କ ଠାରେ କ୍ୟାଲସିୟମର ଅଭାବ ରହିଥାଏ ତେବେ ଆପଣ ଏହିସବୁ ପନିପରିବା ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ । ଅଁଳା ମଧ୍ୟ କ୍ୟାଲସିୟମର ଉତ୍ସ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ମଧ୍ୟ କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଏହା ଛଡା ବିଲାତିରେ ମଧ୍ୟ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି । ଏହା ହାଡକୁ ମଜବୁତ କରିବା ପାଇଁ ପ୍ରମୁଖ ହୋଇଥାଏ ।

ବିଲାତିରେ ଥିବା ଲାଇକୋପିନ ଅସ୍ତିକୁ ମଜବୁତ କରିଥାଏ । ଏବଂ ଅଷ୍ଟିଓପୋରୋସିସ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଫଳ ମଧ୍ୟରେ କଦଳୀ, କମଳା, ପିଜୁଳି, ଅମୃତ ଭଣ୍ଡା ଏବଂ ଆତ ଇତ୍ୟାଦି ଫଳରେ କ୍ୟାଲସିୟମ ରହିଥାଏ । ତେଣୁ ଶରୀରରେ କ୍ୟାଲସିୟମ ମାତ୍ରା ଠିକ ରଖିବା ପାଇଁ ଏହିସବୁ ଫଳର ପ୍ରଚୁର ପରିମାଣରେ ଖାଆନ୍ତୁ ।

ଡ୍ରାଏ ଫୃଟ ଭିତରେ ପେସ୍ତାବାଦାମ ଏବଂ ଖଜୁରୀରେ କ୍ୟାଲସିୟମ ରହିଥାଏ । ଅଳସୀ ମଞ୍ଜିରେ ମଧ୍ୟ କ୍ୟାଲସିୟମ ରହିଥାଏ । ରାଜମା, କାବୁଲି ଚଣା, ଖସା, ସୋୟାବିନ ଇତ୍ୟାଦିରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଆପଣ ଏହି ସମସ୍ତ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ କ୍ୟାଲସିୟମ ଅଭାବ ପୂରଣ ହୋଇଯାଏ ସହଜରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *