ଶରୀରର ଏହି 2 ଟି ଅଙ୍ଗରେ ଭୁଲରେ ବି ଲଗାନ୍ତୁ ନାହିଁ ସାବୁନ, ନହେଲେ ପରେ ପସ୍ତେଇବେ…

ବନ୍ଧୁଗଣ, ବର୍ତ୍ତମାନ ସମୟରେ ସମସ୍ତେ ସଫା ସୁତରା ରହିବାକୁ ବହୁତ ପସନ୍ଦ କରିଥାନ୍ତି । ସଫା ସୁତରା ରହିବା ଶରୀର ନିମନ୍ତେ ଯେତିକି ଭଲ, ଶରୀରକୁ ବ୍ୟବହାର କରାଯାଉଥିବା ସାବୁନ ସ୍ୱାସ୍ଥ୍ୟ ପାଇଁ ସେତିକି ଖରାପ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କୁ କହିବୁ ଶରୀରର କେଉଁ ଅଙ୍ଗରେ ସାବୁନୁ ମାରିବା ଦ୍ଵାରା ତାହା ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ । ବ୍ୟସ୍ତ ବହୁଳ ସମାଜରେ ଲୋକେ ବହୁତ କିଛି କରିଯାଇଥାନ୍ତି ।

ସେଥି ମଧ୍ୟରୁ କିଛି ସଠିକ କାମ ରହିଥାଏ ତ ଆଉ କିଛି ଭୁଲ କାମ ରହିଥାଏ । ଯେଉଁ ସବୁ କାର୍ଯ୍ୟ ପାଇଁ ମଣିଷ ପରବର୍ତ୍ତୀ ସମୟରେ ପଶ୍ଚାତାପ କରିଥାଏ । ତେବେ ଆପଣ ନିଜ ଶରୀରକୁ ସଫା ସୁତରା କରିବା ନିମନ୍ତେ ଯେଉଁ ସାବୁନ ର ବ୍ୟବହାର କରୁଛନ୍ତି କଣ ଆପଣ ଜାଣିଛନ୍ତି କି ଏଥିରେ ଥିବା କେମିକାଲ ଆମ୍ଭ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ ଶରୀରର ସବୁ ସ୍ଥାନର ସାବୁନ କ୍ଷତିକାରକ ନୁହେଁ । ମାତ୍ର ଦୁଇଟି ଜାଗା ଅଛି ଯେଉଁଥିରେ ସାବୁନ ଲଗାଇଲେ ଆପଣଙ୍କୁ ଚରମ ରୋଗ ହୋଇଥାଏ ।

ଏହି ଦୁଇଟି ସ୍ଥାନ ମଧ୍ୟରୁ ପ୍ରଥମ ସ୍ଥାନ ଟି ହେଉଛି ଆପଣଙ୍କର ଗୁପ୍ତାଙ୍ଗ । ଏହାଦ୍ଵାରା ଚର୍ମରୋଗ ଅଥବା ଜାଦୁ, କାଚୁ, କୁଣ୍ଡିଆ ଭଳି ବିଭିନ୍ନ ରୋଗ ହୋଇଥାଏ । ଏହି ସାବୁନ କୁ ଆପଣ ଗୁପ୍ତାଙ୍ଗରେ ଲଗାଇଲେ ଏହା ସେହି ସ୍ଥାନ କୁ ଶୁଷ୍କ କରିଦେଇଥାଏ । ଅଥବା ସାବୁନ ରେ ଥିବା କେମିକାଲ ସେହି ସ୍ଥାନରେ ଲାଗି ରହିଥାଏ, ଯାହା ଝାଳ ସଂସ୍ପର୍ଶରେ ଆସି ଚର୍ମ ରୋଗ ସୃଷ୍ଟି କରିଥାଏ ।

ଏଣୁ ଯେତେବେଳେ ମଧ୍ୟ ଆପଣ ନିଜ ଶରୀରରେ ସାବୁନ ଲଗାଉଛନ୍ତି ଭୁଲ ରେ ମଧ୍ୟ ଗୁପ୍ତାଙ୍ଗରେ ସାବୁନ ଲଗାଇବେ ନାହିଁ । ନଚେତ ଆପଣ ବିଭିନ୍ନ ରୋଗରେ ପୀଡିତ ହୋଇ ପାରନ୍ତି । ଯଦି ଆପଣ ମାନେ ଏହା ଜାଣି ନଥିଲେ ତେବେ ଆଜିଠାରୁ ଏହାକୁ ମାନନ୍ତୁ । ଦ୍ଵିତୀୟ ସ୍ଥାନଟି ହେଉଛି ଆଖି, ପ୍ରତ୍ୟକ ଜୀବ ମାନଙ୍କର ଆଖି ସୂକ୍ଷ୍ମ ଟିସୂରେ ଗଠିତ ହୋଇଥାଏ । ସେହିପରି ମନୁଷ୍ୟ ର ଆଖି ମଧ୍ୟ ସୂକ୍ଷ୍ମ ଟିସୂ ରେ ଗଠିତ । ଯଦି ଆପଣ ଗାଧୋଇବା ସମୟରେ ଆପଣଙ୍କ ସାବୁନ ଆପଣଙ୍କ ଆଖିରେ ଲାଗିଯାଏ, ତେବେ ଏହା ଆପଣଙ୍କ ଆଖିକୁ ବହୁତ ଜଳାପଡା କରିଥାଏ ।

ଯଦି ଏହି ସାବୁନ ନିୟମିତ ଭାବରେ ଆପଣଙ୍କ ଆଖିରେ ଲାଗେ ତେବେ ଏହା ଧୀରେ ଧୀରେ ଆପଣଙ୍କ ଦୃଷ୍ଟିଶକ୍ତି କୁ କମାଇଦେଇ ପାରେ । ଏଣୁ ଆପଣ ମାନେ ଗାଧୋଇବା ସମୟରେ ଧ୍ୟାନ ଦିଅନ୍ତୁ ଯେ ସାବୁନ କେବେ ମଧ୍ୟ ଆପଣଙ୍କ ଆଖି ଅଥବା ଗୁପ୍ତାଙ୍ଗ ରେ ନ ଲାଗୁ । ଏପରି କରିବା ଦ୍ଵାରା ଆପଣଙ୍କୁ କୌଣସି ଚର୍ମ ରୋଗ ହୋଇ ନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *