ଶରୀରର କୌଣସି ଅଙ୍ଗରେ ଝିଟପିଟି ପଡିବାର ଅର୍ଥ କଣ ହୋଇଥାଏ ? ଜାଣନ୍ତୁ କଣ ଶୁଭ ଓ କଣ ଅଶୁଭ ?

ନମସ୍କାର ବନ୍ଧୁଗଣ ତେବେ ଏହା ସତ ଅଟେକି ଝିଟିପିଟି ଶୁଭ ଓ ଅଶୁଭ ସଂକେତର ଏକ ଉଦାହରଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଝିଟିପିଟି ସହ ଜଡିତ ଥିବା କିଛି ଶୁଭ ଓ ଅଶୁଭ ସଂକେତ ବିଷୟରେ । ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ବନ୍ଧୁଗଣ ଆଗାମୀ ଦିନ ମାନଙ୍କରେ କଣ ହେବ ଏହା ତ କାହାରିକୁ ବି ଜଣାନାହିଁ । କିନ୍ତୁ ଜୀବଜନ୍ତୁ ମାନେ ଆମକୁ ସମୟ ସମୟରେ ବିଭିନ୍ନ ପ୍ରକାରର ସାବଧାନ କରାଇ ଥାନ୍ତି ।

ଘର ମାନଙ୍କରେ ଦେଖା ଯାଉଥିବା ସାଧାରଣ ଝିଟିପିଟିକୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ସଂକେତ ଦେଇଥାଏ । ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଝିଟିପିଟି ସହିତ ଜଡ଼ିତ ଥିବା କିଛି ଶୁଭ ଓ ଅଶୁଭ ସଂକେତ ବିଷୟରେ । ତେବେ ଝିଟିପିଟି ଯଦି ମୁଣ୍ଡ ଉପରେ ପଡେ ତେବେ ଧନ ସମ୍ପତ୍ତି ବଢିବାର ସମ୍ଭାବନା ରହିଥାଏ । କିନ୍ତୁ ଝିଟିପିଟି ଯଦି ଆପଣଙ୍କର ଚୁଟି ଉପରେ ପଡେ ତାହାର ଅର୍ଥ ମୃତ୍ୟୁ ଆପଣଙ୍କ ସମୁଖରେ ଉପସ୍ଥିତ ।

ଝିଟିପିଟି ଡାହାଣ କାନ ଉପରେ ପଡିବାର ଅର୍ଥ କୌଣସି ଆଭୂଷଣ ପ୍ରାପ୍ତ ହୋଇପାରେ । ବାମ କାନ ଉପରେ ଝିଟିପିଟି ପଡିବାର ଅର୍ଥ ଆୟୁ ବୃଦ୍ଧି ହୋଇଥାଏ । ନାକ ଉପରେ ଯଦି ଝିଟିପିଟି ପଡେ ତେବେ ଅତିଶୀଘ୍ର ଭାଗ୍ୟ ଉଦୟ ହୋଇଥାଏ । ମୁହଁ ଉପରେ ଯଦି ଝିଟିପିଟି ପଡିଥାଏ ତାହେଲେ ମଧୁର ଭୋଜନ ପ୍ରାପ୍ତ ହେବାର ସମ୍ଭାବନା ଥାଏ । ବାମ ଗାଲରେ ଝିଟିପିଟି ପଡିବାର ଅର୍ଥ କୌଣସି ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ ।

ଡାହାଣ ଗାଲ ଉପରେ ଝିଟିପିଟି ପଡିବାର ଅର୍ଥ ଆପଣଙ୍କର ଆୟୁଷ ବୃଦ୍ଧି ହୋଇଥାଏ । ଯଦି ବେକ ଉପରେ ଝିଟିପିଟି ପଡେ ତାହାର ଅର୍ଥ ଆପଣ ନିକଟରେ ହିଁ କୌଣସି କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି । ଦାଢ଼ି ଉପରେ ଝିଟିପିଟି ପଡିବାର ଅର୍ଥ ଅତିଶୀଘ୍ର ହିଁ ଆପଣଙ୍କ ଉପରେ କୌଣସି ଭୟଙ୍କର ଘଟଣା ଘଟିପାରେ । ଆୟବ୍ର ଉପରେ ଝିଟିପିଟି ପଡିବାର ଅର୍ଥ ଅର୍ଥହାନି ହୋଇପାରେ ।

ଡାହାଣ ଆଖି ଉପରେ ଝିଟିପିଟି ପଡିଲେ କୌଣସି ବନ୍ଧୁଙ୍କ ସହ ସାକ୍ଷତ ହୋଇପାରେ । କିନ୍ତୁ ବାମ ଆଖି ଉପରେ ଝିଟିପିଟି ପଡିବାର ଅର୍ଥ ଅତିଶଘ୍ର କୌଣସି ବଡ଼ କ୍ଷତିର ସମୁଖୀନ ହେବାକୁ ପଡିବ । ଛାତିର ଡାହାଣ ପଟେ ଯଦି ଝିଟିପିଟି ପଡେ ତେବେ ଅତିଶଘ୍ର ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । କିନ୍ତୁ ଝିଟିପିଟି ଛାତିର ବାମ ପଟେ ପଡେ ତାହେଲେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ତେବେ ଏହା ଛଡା ନୂଆ ଘରର ପ୍ରବେଶ କରିବା ସମୟରେ ଯଦି ଗୃହ କର୍ତାଙ୍କୁ ଝିଟିପିଟି ମରିପଡିଥିବାର ଦେଖାଯାଏ କିମ୍ବା ଝିଟିପିଟି ଦେହରେ ମାଟି ଲାଗିଥିବାର ଦେଖାଯାଏ ତେବେ ସେହି ଗୃହରେ ନିବାସ କରିବା ଲୋକମାନେ ରୋଗୀ ହୋଇପାରନ୍ତି । ଏହି ଅଶୁଭତ୍ୱରୁ ବଞ୍ଚିବା ନିମନ୍ତେ ସମ୍ପୂର୍ଣ ବିଧିବିଧାନରେ ଗୃହ ପୂଜା କରି ସାରିବା ପରେ ହିଁ ଗୃହ ପ୍ରବେଶ କରିବା ଉଚିତ । ଯଦି ଝିଟିପିଟି ଝ-ଗଡା କରୁଥିବାର ଆପଣମାନେ ଦେଖନ୍ତି ତେବେ ଆପଣଙ୍କର ମଧ୍ୟ କାହା ସହିତ ଝ-ଗଡା ହେବାର ସମ୍ଭାବନା ଥାଏ ।

ଯଦି ଝିଟିପିଟିକୁ ଆପଣ ମାନେ ଅଲଗା ହେଉଥିବାର ଦେଖନ୍ତି ତେବେ କୌଣସି ପ୍ରିୟଜନଙ୍କ ଠାରୁ ଆପଣଙ୍କୁ ଅଲଗା ହେବାକୁ ପଡିପାରେ । ଶାସ୍ତ୍ର ଅନୁସାରେ ଦିନରେ ଭୋଜନ କରୁଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣାଯାଏ ତେବେ ଶୀଘ୍ର ହିଁ କୌଣସି ଶୁଭ ସମାଚାର ମିଳିପାରେ କିମ୍ବା କୌଣସି ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଅବଶ୍ୟ ଏହି ଘଟଣା ବହୁତ କମ ହୋଇଥାଏ । କାରଣ ଝିଟିପିଟିମାନେ ପ୍ରାୟତଃ ରାତ୍ରି ସମୟରେ ହିଁ ବୋବାଇ ଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *