ଶରୀରକୁ ଭିତରୁ ସଫା କରିବାର ସବୁଠୁ ଜବରଦସ୍ତ ଉପାୟ, ସୁଗାର, High BP, କୋଲେଷ୍ଟ୍ରୋଲ, LIver ସମସ୍ଯା କେବେ ବି ହେବ ନାହିଁ

ନମସ୍କାର ବନ୍ଧୁଗଣ, ମଣିଷ ଶରୀରେ ବିଭିନ୍ନ କାରଣ ପାଇଁ ବିଭିନ୍ନ ରୋଗ ହୋଇଥାଏ । ଯାହାଦ୍ୱାରା କ୍ଷତି ଶରୀର ସହିଥାଏ ଏବଂ ଦୁର୍ବଳ ହେବାକୁ ଲାଗିଥାଏ । ଶରୀର ଭିତରୁ ଦୂଷିତ ହେବା ଦ୍ଵାରା ହିଁ ରୋଗ ଆମକୁ ଆକ୍ରାନ୍ତ କରିଥାଏ । ତେଣୁ ସର୍ବ ପ୍ରଥମ କାମ ହୋଇଥାଏ ଶରୀରକୁ ଭିତରୁ ପରିଷ୍କାର ତଥା ଶୁଦ୍ଧ ରଖିବା । କିନ୍ତୁ ଆପଣ ମାନଙ୍କୁ ନିଜକୁ ମେଣ୍ଟେନ କରିବା ପାଇଁ ସମୟ ମିଳିନଥାଏ ତେଣୁ ରୋଗ ଆହୁରି ବଢିଚାଲେ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଉପାୟ ଜଣାଇବୁ  ଯାହାର ପ୍ରୟୋଗ ଆପଣଙ୍କ ଶରୀରକୁ ସମ୍ପୂର୍ଣ ସୁସ୍ଥ ରଖିବ । ଆମେ ଖାଉଥିବା ଖାଦ୍ୟ ହଜମ ହେବା ପାଇଁ ସମୟ ଲାଗିଥାଏ । ଯଦି ଆପଣ ଫଳ ଖାଉଛନ୍ତି ତେବେ ଏହା ସମ୍ପୂର୍ଣ ହଜମ ହେବାକୁ ଲାଗିଥାଏ ୩ ଘଣ୍ଟା । ଯଦି ଆପଣ ପନିପରିବା ଖାଉଛନ୍ତି ତେବେ ଏହିସବୁକୁ ଶରୀରରେ ସମ୍ପୂର୍ଣ ହଜମ ହେବାକୁ ଲାଗିଥାଏ ୬ ଘଣ୍ଟା । ଆଉ ଯଦି ଆପଣ ଶସ୍ୟ ଜାତୀୟ ଖାଦ୍ୟ ଖାଉଛନ୍ତି ତେବେ ତାହା ଶରୀରରେ ହଜମ ହେବା ପାଇଁ ୧୮ ଘଣ୍ଟା ଲାଗିଥାଏ ।

କିନ୍ତୁ କଣ ଆମେ ଖାଦ୍ୟ ହଜମ ହେବା ପରେ ଯାଇ ଆଉଥରେ ଖାଇବା ଖାଉଛେ ନା । କିନ୍ତୁ ଏହାଦ୍ୱାରା ହିଁ ଶରୀରରେ ବିଶୁଦ୍ଧତା ଜମା ହୋଇଥାଏ । କାରଣ ଖାଦ୍ୟ ହଜମ ହେବା ପରେ ଶରୀର ଭିତରୁ ଅନାବଶ୍ୟକ ଥିବା ପଦାର୍ଥ ବାହାରକୁ ଆସିବାର ପ୍ରୋସେସ ଆରମ୍ଭ ହୋଇଥାଏ ।

ଆଉ ଯଦି ଆପଣ ଏହି ସମୟରେ ପୁଣି ଆଉଥରେ ଖାଦ୍ୟ ଖାଇଦେଉଛନ୍ତି ତେବେ ଯେଉଁ ସବୁ ବିଶୁଦ୍ଧ ପଦର୍ଥ ସବୁ ଶରୀର ବାହାରକୁ ଯିବା ପାଇଁ ପ୍ରସ୍ତୁତ ହୋଇଥାଏ ତାହା ସେହି ନଳୀ ଭିତରେ ଜମା ହୋଇ ରାହିଯାଏ । ଆଉ କ୍ରମେ କ୍ରମେ ସେହି ବିଶୁଦ୍ଧ ପଦାର୍ଥ ସବୁ ପାଚିବାକୁ ଲାଗିଥାଏ । ସେହିଠାରୁ ଶରୀରରେ ଆରମ୍ଭ ହୋଇଯାଏ ଅନେକ ପ୍ରକାର ରୋଗ । ତେଣୁ ଆପଣଙ୍କୁ ପ୍ରତ୍ୟକ ଦିନ ୧୬ ଘଣ୍ଟାର ଉପବାସ ରଖିବା ଉଚିତ ତେବେ ଯାଇ ଆପଣଙ୍କ ଶରୀର ଭିତରେ ହେଉଥିବା ପ୍ରକ୍ରିୟା ଠିକ ଭାବରେ ଚାଲିଥାଏ ।

ଆମ ଶରୀର ଭିତରେ ଏକ ହିଲିଙ୍ଗ ପାୱାର ରହିଛି । ଏହା ବହୁତ ଶକ୍ତିଶାଳୀ ହୋଇଥାଏ ଏବଂ ଶରୀର ଭିତରେ ଥିବା ବଡରୁ ବଡ ରୋଗକୁ ଠିକ କରିବାର କ୍ଷମତା ରଖିଥାଏ । ତେଣୁ ଆପଣ ଉପବାସ କରିବା ଦ୍ଵାରା ଆପଣଙ୍କ ଶରୀର ଶାନ୍ତ ରହିଥାଏ ତଥା ଆପଣଙ୍କ ପେଟ ଖାଲି ରହିଥାଏ । ସେହି ସମୟରେ ଆପଣଙ୍କ ଏହି ହିଲିଙ୍ଗ ପାୱାର କାର୍ଯ୍ୟକାରୀ ହୋଇଥାଏ ।

ଏହା କାର୍ଯ୍ୟକାରୀ ହେବା ଦ୍ଵାରା ଆପଣଙ୍କ ଶରୀର ଭିତରେ ଯେଉଁ ସବୁ ରୋଗ ସୃଷ୍ଟି ହେଉଥାଏ ତାହାକୁ ନଷ୍ଟ କରିଥାଏ । ଆଉ ଅଧିକ ବଢିବାକୁ ଦେଇନଥାଏ । ଏଭଳି ଭାବରେ ନିଜ ଶରୀରକୁ ଶୁଦ୍ଧ ରଖିବା ସହ ରୋଗମୁକ୍ତ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *