ଶରୀର ପାଇଁ ବରଦାନ ହୋଇଥାଏ ସୋରିଷ ତେଲ, ଏହାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ… Health benefits of mustard oil

ବନ୍ଧୁଗଣ ଆପଣ ସମସ୍ତେ ସୋରିଷ ତେଲର ଉପକାରୀତା ବିଷୟ ଅଳ୍ପ ବହୁତ ନିହାତି ଜାଣିଥିବେ । ଏହାରକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କଲେ ଖାଦ୍ୟର ସ୍ଵାଦ ଅଧିକ ବଢିଯାଇଥାଏ । ସୋରିଷ ତେଲରେ ଓମେଗା-3 ଏବଂ ଓମେଗା-6 ଭଲ ଫ୍ୟାଟି ଏସିଡ ରହିଥାଏ । ଏହି ତେଲ ଖାଦ୍ୟ ରୋଷେଇ କରିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ରୋଷେଇ ଛଡା ତ୍ଵଚା, ଗଣ୍ଠି, ମାଂସପେଶୀ ଓ ହୃଦୟ ଚିକିତ୍ସା ପାଇଁ ମଧ୍ୟ ଲାଭକାରୀ ଅଟେ ।

1- ସୋରିଷ ତେଲ ତ୍ଵଚା ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ । ଏହା ଭିଟାମିନ-ଈ ରେ ପରିପୂର୍ଣ୍ଣ ହୋଇଥାଏ । ଏହି ତେଲକୁ ଯଦି ଆପଣ ମାନେ ନିଜ ସଂପୂର୍ଣ୍ଣ ଶରୀରରେ ଲଗାନତି । ତେବେ ଏହା ଚର୍ମକୁ ନରମ ଓ ଚିକ୍କଣ ରଖିଥାଏ ।

2- ଗୋଟେ ରିସର୍ଚ ଅନୁଯାଇ ଖାଇବା ଜିନିଷରେ ସୋରିଷ ତେଲ ଉପଯୋଗ କଲେ ହୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ । ସୋରିଷ ତେଲରେ ଏୟୁଏଫଏ ଥାଏ ଯାହା ବ୍ଲଡରେ ଫ୍ୟାଟ ଲେବଲ ଠିକ ରଖିଥାଏ ଓ ବ୍ଲଡ ସରକୁଲେସନ ଭଲ କରିଥାଏ ଯାହା ଦ୍ଵାରା ହୃଦୟ ସ୍ଵସ୍ଥ ରୁହେ । ସୋରିଷ ତେଲରେ ଅଲ୍ଫା ଲିନୋଲେନିକ ଏସିଡ ଥାଏ, ଯାହା ହୃଦୟକୁ ଛୋଟ ଛୋଟ ରୋଗରୁ ବଞ୍ଚାଇ ଥାଏ ।

3- ଗଣ୍ଠି ଗୁଡିକ ଉପରେ ସୋରିଷ ତେଲ ମାଲିସ କଲେ ଲାଭ ମିଳିଥାଏ । ଏହା ଛଡା ସୋରିଷ ତେଲ ସେବନ କଲେ ଶରୀର ବ୍ୟଥାରୁ ଆରାମ ମିଳିଥାଏ ।

4- ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ ତାହେଲେ ସୋରିଷ ତେଲ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଏହି ତେଲ ଆମ ପେଟରେ ଏପିଟାଇଜର ରୂପରେ କାମ କରିଥାଏ ଯାହା ଦ୍ଵାରା ଭୋକ ଲାଗିଥାଏ ।

5- ସୋରିଷ ତେଲ ଏନ୍ଟି ବେକ୍ଟେରିଅଲ, ଏନ୍ଟି ଫଙ୍ଗଲ ଏବଂ ଏନ୍ଟି ଭାୟରଲ ହୋଇଥାଏ, ଏହାକୁ ଦେହ ଉପରେ ଲଗାଇବା ଦ୍ଵାରା ଓ ଏହି ତେଲରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ଵାରା ଆମେ ଅନେକ ପ୍ରକାର ଇନଫେକସନରୁ ବଞ୍ଚି ପାରିବୁ ।

6- ଆସଥ୍ମାରେ ପୀଡିତ ଲୋକଙ୍କ ପାଇଁ ସୋରିଷ ତେଲ ବରଦାନ ପରି କାମ କରିଥାଏ, ସୋରିଷ ତେଲରେ ପର୍ଯ୍ୟାପ୍ତ ମାତ୍ରାରେ ମ୍ୟାଗ୍ନେସିୟମ ରହିଥାଏ । ଯାହା ଆସଥ୍ମା ରୋଗୀଙ୍କ ପାଇଁ ବିଶେଷ ରୂପରେ ଲାଭକାରୀ ଅଟେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *