Vastu Shastra- ସନ୍ଧ୍ୟା ସମୟରେ ଘରେ ଏମିତି ଭୁଲ କରୁଛନ୍ତି କି ? ସାବଧାନ ! ଭୟଙ୍କର ପରିଣାମ…

ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ଭୁଲ କରିଥାନ୍ତି ଯାହାର ପରିଣାମ ସ୍ୱରୂପ ଅନେକ କ୍ଷତି ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ସନ୍ଧ୍ୟା ସମୟରେ ଭଗବାନଙ୍କ ଆଗମନର ସମୟ ହେବା ସହ ନାକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଯଦି ବ୍ୟକ୍ତି ଭଲ କର୍ମ କରୁଥିବେ ତେବେ ଭଲ ଜିନିଷ ଓ ଖରାପ କାମ କରିଲେ ଖରାପ ଜିନିଷ ଗୃହକୁ ପ୍ରବେଶ କରିଥାଏ । ଏମିତି କିଛି କାମ ସନ୍ଧ୍ୟା ସମୟରେ କରିବା ଉଚିତ ନୁହେଁ ଯାହା ଦ୍ଵାରା ଘରର କ୍ଷତି ହେବା ସହ ପରିବାରର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ବିସ୍ତାର ଭାବେ ।

ସନ୍ଧ୍ୟା ସମୟରେ ଭୁଲରେ ବି ଖାଇବା ଉଚିତ ନୁହେଁ । କାରଣ ଅବହରେ ବୁଲୁଥିବା ଜୀବାଣୁ ଖାଦ୍ଯରେ ରହିଥିବା ଯାହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହା ସହ ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ । ଯଦି ଆପଣ ସୁସ୍ଥ ଅଛନ୍ତି ତେବେ ଶୋଇବା ଅନୁଚିତ । ଯଦି କାହାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ତେବେ ଶୋଇ ପାରିବେ । ଏହା ଦ୍ଵାରା ଲକ୍ଷ୍ମୀଛଡା ହେବା ସହ ଧନ ହାନି ହୋଇଥାଏ ।

ସନ୍ଧ୍ୟା ସମୟରେ ପିଲାଙ୍କୁ ପାଠ ପଢାଇବା ଉଚିତ ନୁହେଁ । ଏହା ଦ୍ଵାରା ସେମାନଙ୍କର ଶିକ୍ଷା ଉପରେ ଖରାପ ପ୍ରଭାବ ପଡିଥାଏ । ସନ୍ଧ୍ୟା ସମୟରେ ଶଙ୍ଖ ବଜାଇଲେ ଘରେ ଥିବା ଖରାପ ଶକ୍ତିର ପ୍ରବେଶ ହେବ ନାହି । ସନ୍ଧ୍ୟା ସମୟରେ ସହବାସ କରିବା ଉଚିତ ନୁହେଁ । କୌଣସି ପୁରୁଷ ବା ନାରୀ ଭୁଲ ରେ ବି ସହବାସ କରିବା କୁହିତ ନୁହେଁ ।

ଏହା ଦ୍ଵାରା ଅକାଳ ମୃତ୍ୟୁ ହେବା ଭଳି ସମସ୍ଯା ଦେଖାଯିବା ସହ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ତେଣୁ ସନ୍ଧ୍ୟା ସମୟରେ ଆଳତି କରିବା ସହ ପୂଜା ପାଠ କରିବା ଉଚିତ । ସନ୍ଧ୍ୟା ଆଳତି କରିବା ପରେ ଝୁଣା ଧୂପ ଦେବା ଦ୍ଵାରା ଖରାପ ଗ୍ରହ ଦୂର ହେବା ସହ ଘରେ ନେଗେଟିଭ ଜିନିଷ ଦୂରେଇ ଯିବ ।

ଯଦି ଆପଣ ଘରେ ଠାକୁର ରଖିଛନ୍ତି ତେବେ ସନ୍ଧ୍ୟା ସମୟରେ ନିଶ୍ଚିନ୍ତ ସନ୍ଧ୍ୟା ଦିଅନ୍ତୁ । ଏପରି ନ କରିଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଦେଖାଯିବା ସହ ଧନର ହାନି ହୋଇଥାଏ । ଏହା ସହ ଅନେକ ସମସ୍ୟାର ସାମନାକୁ କରିବାକୁ ପଡିଥାଏ । ଏହା ବ୍ଯତୀତ ସନ୍ଧ୍ୟା ସମୟରେ ଘଣ୍ଟା ଓ ଶଙ୍ଖ ବଜାଇବା ଉଚିତ ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ସନ୍ଧ୍ୟା ଦେବା ପରେ କିଛି ସମୟରେ ପରେ ଠାକୁରଙ୍କ ପରଦା ପକାଇବା ଉଚିତ ।

ଆପଣଙ୍କ ଦ୍ଵାରା ଘରେ ପଜେଟିଭ ଊର୍ଜା ରହିବା ସହ ଇଶ୍ଵରଙ୍କ ବାସ ରହିଥାଏ । ଘରେ ଭୁଲରେ ବି ଛୋଟ ପିଲାଙ୍କୁ ସନ୍ଧ୍ୟା ସମୟରେ ବାଡେଇବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୋପ ଦ୍ରୁଷ୍ଟି ପଡିବା ସହ ଅଯଥା ଟଙ୍କା ଖର୍ଚ୍ଚ ହୋଇଥାଏ । ଏହା ସହ ଅନେକ ଖରାପ ପ୍ରଭାବ ଘରେ ଉପରେ ପଡିଥାଏ । ତେଣୁ ଛୋଟ ପିଲାଙ୍କୁ ସନ୍ଧ୍ୟା ସମୟରେ କେବେ ବି ବାଡେଇବା ଉଚିତ ନୁହେଁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *