ନମସ୍କାର ବନ୍ଧୁଗଣ । , ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଅନୁଚିନ୍ତା, ଯାହା ଜାଣି ଆପଣ ଯଦି ନିଜ ଜୀବନରେ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ଆପଣ ଙ୍କର ଭାଗ୍ଯର ସଂପୂର୍ଣ୍ଣ ସାଥ ମିଳି ପାରିବ । ଏହାସହ ଆପଣ ଙ୍କୁ ଭଗବାନ ଙ୍କର ମଧ୍ୟ ଅପାର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆମର ଶାସ୍ତ୍ର ପୁରାଣ ରେ ମାନଙ୍କରେ ଏପରି ନୀତି ନିୟମ ମାନ ବର୍ଣ୍ଣନା ହୋଇଅଛି । ଯାହାକୁ କି ପ୍ରତ୍ଯେକ ମନୁଷ୍ୟକୁ ଜାଣି ପାଳନ କରିବା ଉଚିତ ।
ଯାହାଦ୍ୱାରା ମଣିଷ ଚିରକାଳ ପାଇଁ ସୁଖୀ ହୋଇ ରହିଥାଏ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଘରେ ଠାକୁର ପୂଜା କରିବା ସମୟରେ ଦୀପରେ ଦୁଇଟି ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଘର ର ସମସ୍ତ ନକରାତ୍ମକତା ଶକ୍ତିର ନାସ ହୋଇଥାଏ । ଯଦି ଘରର କୌଣସି ବ୍ୟକ୍ତି ବାରମ୍ବାର ରୋଗଗ୍ରସ୍ତ ହେଉଛନ୍ତି, ତେବେ 7ଟି ଲବଙ୍ଗ କୁ ଜଳାଇ ଚାରି ଦିନକୁ ଥରେ ଘରର କୌଣସି କୋଣରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
ଘରେ କେବେବି କୌଣସି ଶୁଖିଯାଇଥିବା ଗଛ କିମ୍ବା ତୁଳସୀ ଗଛ ରଖିବା ଠିକ ହୋଇନଥାଏ । ଏହାଦ୍ବାରା ଘରେ କିଛି ସଙ୍କଟ ଦେଖା ଦେବାର ସମ୍ଭାବନା ରହିଥାଏ । ଘରେ କେବେ ମଧ୍ୟ କୌଣସି କଣ୍ଟା ଜାତୀୟ ଗଛ ଲାଗିବା ଠିକ ହୋଇ ନଥାଏ । ଏହାଦ୍ବାରା ଘରେ ସବୁବେଳେ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଦେଇଥାଏ ।
ସନ୍ଧ୍ୟା ସମୟରେ ଘରର ମୁଖ ଦ୍ଵାରା କେବେବି ବନ୍ଦ କରିବା ଉଚିତ ହୋଇ ନଥାଏ । କାରଣ ଏହାଦ୍ବାରା ଘରେ ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇ ପାରି ନଥାଏ । ଏବଂ ଘରେ ସବୁବେଳେ ଦରିଦ୍ରତା ଦେଖା ଦେଇଥାଏ । ସନ୍ଧ୍ୟା ସମୟରେ କେବେବି କାହାକୁ ରସୁଣ, ପିଆଜ, ଲୁଣ କିମ୍ବା କୌଣସି ଖଟା ଜିନିଷ ଦେବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।
ସନ୍ଧ୍ଯା ସାମୀରେ କେବେ ମଧ୍ୟ ଟଙ୍କା ପଇସା ଧାର କରଜ ଦେବା କିମ୍ବା ନେବା ଅଶୁଭ ହୋଇଥାଏ । ଏହାଦ୍ବାରା ପଇସା ଫେରି ପାଇବାର ସମ୍ଭାବନା କମ ଥାଏ । ତାହାଛଡା ସନ୍ଧ୍ୟା ସାମୀରେ କେବେବି ଶୋଇବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅର୍ଥହାନି ହେବାସହିତ ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଘରର ମୁଖ୍ୟଦ୍ଵାରରେ ଅଳିଆ ବା ଡଷ୍ଟବିନ ରଖିବା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ ।
ଘରେ ଗାଧୋଇବା ଘରେ ବାଲଟି କେବେ ଖାଲି ରଖିବା ଉଚିତ ହୋଇ ନଥାଏ । କାରଣ ଏହାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଘରର ବୈଠକ ଘରେ ଅଥବା ଡ୍ରଇଂ ରୁମରେ ବସିବା ସ୍ଥାନର ପଛପଟ ରେ ପାହାଡ ପର୍ବତର ଚିତ୍ର ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଏବଂ ଆତ୍ମ ବିଶ୍ବାସ ମଧ୍ୟ ବୃଦ୍ଧି ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପେଜ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ