ବନ୍ଧୁଗଣ, ଶାଳଗ୍ରାମ ହେଉଛନ୍ତି ବିଷ୍ଣୁଶିଳା, ଭଗବାନ ବିଷ୍ଣୁଙ୍କର ପ୍ରତୀକ । ଯେଉଁଭଳି ଲିଙ୍ଗ ଶିବଙ୍କର ପ୍ରତୀକ, ଠିକ ସେହିଭଳି ଶାଳଗ୍ରାମ ହେଉଛନ୍ତି ବିଷ୍ଣୁଙ୍କର ପ୍ରତୀକ । ସବୁ ମନ୍ଦିର, ମଠ, ଧର୍ମାନୁଷ୍ଠାନରେ, ଶାଳଗ୍ରାମ ପୂଜାର ପ୍ରଚଳନ ରହିଅଛି । ଶାଳଗ୍ରାମକୁ ତୁଳସୀ ଚଢେଇ ପୂଜା କରିଲେ ବିଷ୍ନୁଙ୍କର କୃପା ପ୍ରାପ୍ତି ହୁଏ ବୋଲି ବିଶ୍ଵାସ ରହିଅଛି । ବହୁ ପୁରାତ୍ତନ କାଳରୁ ବିଶ୍ଵାସ ରହିଛି ଯେ ଯେଉଁ ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି, ସେହି ସିଂହାସନ ଗର୍ଭରେ ଲକ୍ଷେ ଶାଳଗ୍ରାମ ରହିଅଛି ।
ତେବେ ଆପଣ ଜାଣିଛନ୍ତି କି ଏହି ଶାଳଗ୍ରାମ କେଉଁଠାରେ ମିଳେ ତଥା ଏହାର ସୃଷ୍ଟି କିପରି ହୋଇଛି ? ଏହା ଦେଖିବାକୁ କେମିତି ? ଆସନ୍ତୁ ଜାଣିବା ଏହି ସମ୍ପର୍କରେ । ଶାଳଗ୍ରାମ ହେଉଛି ଏକ ଜାତିର ପଥର । ଯାହାକୁ ବୈଜ୍ଞାନିକ ମାନେ ଆମ୍ନୋନାଇଟ ବୋଲି କୁହନ୍ତି । ଏହା ଛିଦ୍ରଯୁକ୍ତ ଜୀବାତ୍ମା ପଥର ଅଟେ । କିନ୍ତୁ ହିନ୍ଦୁଶାସ୍ତ୍ର ଅନୁସାରେ ଏହା ହେଉଛି ବିଷ୍ଣୁଙ୍କର ଜୀବନ୍ତ ପ୍ରତିମା ।
ଶାଳଗ୍ରାମ ବିନା କୌଣସି ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ । ଶାଳଗ୍ରାମ କେବଳ ନେପାଳ ଅନ୍ତର୍ଗତ ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡୋକି ନଦୀ ପଠାରେ ଦେଖିବାକୁ ମିଳିଥାଏ । ଦ୍ଵାରିକା ସମୁଦ୍ର କୂଳରୁ ମଧ୍ୟ ଏକ ପ୍ରକାରର ଧଳା ପଥର ମିଳେ । ଯାହାକୁ ଚକ୍ରନିକା କୁହାଯାଏ । ଏହି ପଥର ମଧ୍ୟ ଶାଳଗ୍ରାମ ତୁଳନୀୟ । ଏହାକୁ ଶାଳଗ୍ରାମ ସହିତ ରଖି ପୂଜା କରାଯାଏ । କିପରି ସୃଷ୍ଟି ହୁଏ ଶାଳଗ୍ରାମ ?
ନେପାଳର ଗଣ୍ଡୋକି ନଦୀରେ ବଜ୍ରକୀଟ ନାମକ ଏକ ପ୍ରକାରର କୃମିପୋକ ବାସ କରନ୍ତି । ଯାହାର ଦାନ୍ତ ଏବଂ ନଖ ଗ୍ରାନାଇଟ ଶିଳାଠାରୁ ଶକ୍ତ ବୋଲି କୁହାଯାଇଅଛି । ସେହି କୀଟ ଗୁଡିକ ଏହି ଶିଳା ଉପରେ ଚକ୍ରାକୃତିର ଚିହ୍ନମାନ ଅଙ୍କନ କରିଥାନ୍ତି । ଏହି ଚକ୍ରସବୁ ଶିଳାର ଉପରି ଭାଗରେ ନରହି ଶିଳାର ଭିତରି ଭାଗରେ ମଧ୍ୟ ରହିଥାଏ । କାରଣ ଏହି କୀଟ ସେହି ଶିଳା ଭିତରେ ହିଁ ବାସ କରିଥାଏ ।
ଅସଲି ଶାଳଗ୍ରାମ ଚିହ୍ନିବା ନିମନ୍ତେ ଏହି ଚକ୍ରଚିହ୍ନ ହିଁ ମହତ୍ଵପୂର୍ଣ୍ଣ । ବିଶ୍ଵାସ ରହିଅଛି ଯେ ଭଗବାନ ବିଷ୍ଣୁ ନିଜେ କୀଟ ରୂପରେ ଆସି ଏହି ଶିଳାକୁ ପ୍ରସ୍ତୁତ କରିଥାନ୍ତି । ଅଧିକାଂଶ ଶାଳଗ୍ରାମ ଶିଳା କଳା ରଙ୍ଗର । ଏହାଛଡା ବିରଳ ଲାଲ ରଙ୍ଗର ମଧ୍ୟ ଶାଳଗ୍ରାମ ଦେଖାଯାଏ କିନ୍ତୁ ଏହାକୁ ଘରେ ରଖି ପୂଜା କରାଯାଏ ନାହିଁ । ଶାଳଗ୍ରାମ ୩ ପ୍ରକାରର ହୋଇଥାନ୍ତି । ସାଧାରଣ, କ୍ଷୁଦ୍ର, ଏବଂ ଅତି କ୍ଷୁଦ୍ର । ଅତିଖୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର ଅଥବା ଚକ୍ର ଦେଖିବାକୁ ମିଳେନାହିଁ ।
ହେଲେ ଏହାକୁ ଆଲୋକ ଆଗରେ ରଖିଲେ ଏହା ଭିତରଟା ଲାଲ ଦେଖାଯାଏ । ଏହାକୁ ରତ୍ନଗର୍ଭା କୁହାଯାଏ, ଏହି ପ୍ରକାରର ଶାଳଗ୍ରାମ ଅତି ବିରଳ ଅଟେ । ଯେଉଁ ଶାଳଗ୍ରାମ ରେ ୭ ଟି ଛିଦ୍ର ଏବଂ ୧୪ ଟି ପଦ୍ମ ଥାଏ ତାକୁ ଅନନ୍ତ ପଦ୍ମନାଭ ମୂର୍ତ୍ତି କୁହାଯାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।