ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି କାମ, ହୋଇଥାଏ ଧନର ବର୍ଷା

ବନ୍ଧୁଗଣ ଆପଣ ନିଜ ଜୀବନରେ ସୁଖ, ସମୃଦ୍ଧି, ଧନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି କି ଆପଣ ଜୀବନକୁ ସୁଖରେ ଅତିବାହିତ କରିବାକୁ ଚାହୁଁଛନ୍ତି କି ତେବେ ଆଜିର ଆମର କାହାଣୀ ନିଶ୍ଚୟ ଥରେ ପଢନ୍ତୁ । ଜଣେ ଭକ୍ତଙ୍କର ଦୁଇ ଜଣ ପୁତ୍ର ଥିଲେ । ଭକ୍ତ ଦୁଇ ପୁତ୍ରଙ୍କୁ କହୁଥିଲେ ତୁମେ ୮୪ ହଜାର ଯୋନିରେ ବୁଲିବା ପରେ ଏବେ ତୁମେମାନେ ଦୁର୍ଲଭ ମଣିଷ ଶରୀରର ପ୍ରାପ୍ତ ହୋଇଛ । ବାପାଙ୍କ କଥା ମାନି ଗୋଟେ ପୁତ୍ର ସର୍ବଦା ହରି ଭଜନ କରୁଥିଲେ ।

ଅନ୍ୟ ପୁଅଟି ଖରାପ କାମରେ ଲିପ୍ତ ରହୁଥିଲେ । ହଠାତ ଦିନେ ଦୁଇ ପୁତ୍ର ଘରୁ ବାହାରିଗଲେ । ଜଣେ ପୁଅ ସତସଙ୍ଗ ଶୁଣିବାକୁ ଆଉ ଜଣେ ସିନେମା ଦେଖିବାକୁ ଚାଲିଗଲେ । ସତସଙ୍ଗ ସାରି ଯେଉଁ ପୁତ୍ରଟି ଫେରୁଥିଲା ବାଟରେ ତାର ଗୋଡରେ କଣ୍ଟା ପଶିଗଲା । ସେ ରକ୍ତ ଜୁଡୁବୁଡୁ ହୋଇ ଘରକୁ ଫେରିଲା । ଦ୍ଵିତୀୟ ପୁତ୍ରଟି ସିନେମା ଦେଖି ଫେରିବା ବେଳେ ୧୦ ଗୋଟି ସ୍ଵର୍ଣ୍ଣ ମୁଦ୍ରା ପାଇଲା ।

ଏହା ଦେଖିବା ପରେ ସାନ ପୁଅ ପିତାଙ୍କୁ ପଚାରିଲେ ଆପଣ କହୁଥିଲେ ଭଲ କର୍ମ କର ଯାହା ମୁଁ କରୁଥିଲି କିନ୍ତୁ ମୋ ଗୋଡରେ ସତସଙ୍ଗରୁ ଫେରିବା ବେଳେ କଣ୍ଟା ଫୁଟିଗଲା । ହେଲେ ବଡ ଭାଇ ଯିଏକି ଖରାପ କାମରେ ଲିପ୍ତ ତାଙ୍କୁ ସ୍ଵର୍ଣ୍ଣ ମୁଦ୍ରା ମିଳିଗଲା । ଏ କଥା ଶୁଣିବା ପରେ ଭକ୍ତ ଜଣକ କହିଲେ ହେ ପୁତ୍ର ତୁମ ଜୀବନରେ ଆଜି ଗୋଟେ ଦୁର୍ଘଟଣା ଥିଲା ଆଉ ବଡ ପୁଅ ଜୀବନରେ ରାଜଯୋଗ ହେବାର ଥିଲା କିନ୍ତୁ ସେ ଜୀବନକୁ ଏତେ ଖରାପ ଆଡକୁ ନେଇଗଲା ଯେ ଯାହା କ୍ଷୀଣ ହୋଇ ମାତ୍ର ୧୦ଟି ସ୍ଵର୍ଣ୍ଣ ମୁଦ୍ରା ପ୍ରାପ୍ତ ହେଲା ।

ଯାହା ଜୀବନରେ ରାଜା ହେବାର ଯୋଗ ଥିଲା ସେ ଖରାପ କାମରେ ଲିପ୍ତ ହୋଇ ୧୦ଟି ସୁନା ପାଇଲା । ଆଗକୁ ଭକ୍ତ ଜଣକ କହିଲେ ତୁମେ ହରି ଭଜନ କରୁଥିଲ ଭଲ କର୍ମ କରୁଥିଲ ସେଥିପାଇଁ ତୁମର ବଡ ଦୁର୍ଘଟଣା ଛୋଟରେ ହୋଇଗଲା । ତେଣୁ ସବୁବେଳେ ନିଜ କର୍ମ ଠିକ ରଖିବା ଉଚିତ । କେବେ ବି କାହାକୁ ଖରାପ କଥା କହିବ ଉଚିତ ନୁହେଁ ।

ମଣିଷ ସକାଳୁ ଶଯ୍ୟା ତ୍ୟାଗ କରିବା ପରେ ମଣିଷ ଚିନ୍ତା କରିବା ଦରକାର ମୋ ପାଇଁ ଆଜି ଦିନଟି ଆନନ୍ଦମୟ ହେଉ ଆଉ ଜଗତରେ ରହୁଥିବା ସବୁ ଜୀବଙ୍କ ପାଇଁ ଆନନ୍ଦମୟ ହେଉ । ସକଳ ଜୀବ ଜଗତରେ ଥିବା ସବୁ ପ୍ରାଣୀ ସୁଖରେ, ନିରୋଗ ଜୀବନଯାପନ କରନ୍ତୁ ଆଉ ସମସ୍ତେ ଭଦ୍ରତା ସହ ବ୍ୟବହାର କରନ୍ତୁ ।

ଭଗବାନ କାହା ମନରେ ଦୁଖ ଦିଅନ୍ତୁ ନାହି ଏଭଳି ବିଚାର କରି ଯଦି ମଣିଷ ସକାଳୁ ଶଯ୍ୟା ତ୍ୟାଗ କରିବ ତେବେ ନିଶ୍ଚୟ ତା ଜୀବନ ସୁଖ, ସମୃଦ୍ଧି ଓ ଆନନ୍ଦରେ ଭରି ଉଠିବ । ଶଯ୍ୟା ତ୍ୟାଗ କରିବା ପରେ ହାତର ପାପୁଲିକୁ ଦର୍ଶନ କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭରୁ ଧନ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *