Ajira Anuchinta- ସକାଳୁ ଉଠି ଅଧୂଆ ମୁହଁରେ କଣ ଦେଖିଲେ ଦିନଟି ଶୁଭ ହୋଇଥାଏ ? ଓ କଣ ଦେଖିଲେ ପୁରା ଦିନ ଅଶାନ୍ତିରେ ବିତେ ?

ନମସ୍କାର ବନ୍ଧୁଗଣ , ଆମ ନୀତିଦିନ ଜୀବନରେ ଶର୍ଯ୍ୟା ତ୍ୟାଗ ପର ଠାରୁ ଶାସ୍ତ୍ର ରେ କିଛି ନିୟମମନ ରହିଅଛି । ଯାହାକୁ କରିବା ନିହାତି ଜରୁରୀ ହୋଇଥାଏ । ଯଦି ଆମେ ଏହାକୁ ପାଳନ କରିଥାଉ ତେବେ ଆମ ଜୀବନରେ ଉନତି ହୋଇଥାଏ । ଆମେ ଯେକୋଣସି କାମ କରିଲେ ମଧ୍ୟ ସଫଳ ହେଇଥାଉ । ଆସନ୍ତୁ ଜାଣିବା ଶର୍ଯ୍ୟା ତ୍ୟାଗ କରିବା ପରେ  ଆମ କୁ କ’ଣ କରିବାକୁ ପଡିବ । ଶାସ୍ତ୍ର ଅନୁସାରେ ଶର୍ଯ୍ୟା ତ୍ୟାଗ ପରେ   ଆମକୁ ତିନୋଟି କାମ କରିବାକୁ ପଡିଥାଏ ।

ଶାସ୍ତ୍ର ନିୟମ ଅନୁସାରେ ବ୍ରହ୍ମା ମୂହୁର୍ତ୍ତର ଚାରି ଘଣ୍ଟା ପୂର୍ବରୁ ଶର୍ଯ୍ୟା ତ୍ୟାଗ କରିବା ଉଚିତ୍ ।  ଗଣନା କରାଯାଏ ତେବେ ସୂର୍ଯ୍ୟାଙ୍କର  ଆସିବାର   ଦୁଇ ଘଣ୍ଟା ପୂର୍ବରୁ ଉଠିବା ଉଚିତ୍ । ଆପଣ ଯଦି ବ୍ରହ୍ମା ମୂହୁର୍ତ୍ତ ରେ ଶର୍ଯ୍ୟା ତ୍ୟାଗ କରୁଛନ୍ତି , ତେବେ ନିଶ୍ଚିତ ଏହା ର ଫଳ ପାଇବେ , ଯାହା ବି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।

ସେହି ସବୁ ଗୁଡାକ ଦୂର ହୋଇଥାଏ । ଏହା ସହିତ ଆମେ ସେହି ଦିନର ଯେଉଁ ସବୁ କାର୍ଯ୍ୟ କରିବାର ଯୋଜନା କରିଥାଉ , ତାହା ସବୁ ସଫଳ ହୋଇଥାଏ । ଠିକ ସମୟରେ ଶର୍ଯ୍ୟା ତ୍ୟାଗ କରିବା ଆମ ପାଇଁ ଓ ଘରର ସୁଖ ସମବୃଦ୍ଧି ପାଇଁ ଶୁଭଦାୟକ ହୋଇଥାଏ । ତେଣୁ କରି ଆପଣମାନେ ସମସ୍ତେ ବ୍ରହ୍ମା ମୂହୁର୍ତ୍ତ ପୂର୍ବରୁ ଶର୍ଯ୍ୟା ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ । ଶାସ୍ତ୍ର ରେ ଲିଖିତ ହୋଇଛି ଯେ ବ୍ରହ୍ମା ମୂହୁର୍ତ୍ତ ରେ ଶଯ୍ୟା ତ୍ୟାଗ କରିଥାଏ , ତାହାକୁ ଅନେକ ମଙ୍ଗଳ ପୂଣ୍ୟ ମିଳିଥାଏ ।

ବ୍ୟକ୍ତି ତାର ଦିନ ସାରା ଯାହା ବି କାମ କରିଥାଏ ବା କରିବାର ସଂକଳ୍ପ ନେଇଥାଏ । ସେ ସବୁ ବିଷୟବସ୍ତୁ ଆଶା ପୂରଣ ହୋଇଥାଏ । ଆମେ ଯେବେ ବ୍ରହ୍ମା ସମୟରେ ଉଠୁ ତେବେ ପ୍ରଥମେ ଶର୍ଯ୍ୟା ଉପରେ ବସିବା ଓ ନିଜର ହାତ ପାପୁଲି କୁ ଦର୍ଶନ କରିବା ଦରକାର । ଯଦି ଆପଣ ନିଜର କର କୁ ଦର୍ଶନ କରୁଛନ୍ତି । ସୁନ୍ଦାରା  ଆଶ୍ଚାର୍ଯା ଗ୍ରନ୍ଥରେ ଲେଖାଯାଇଛି ଯେ ଆମ ହାତ ର   ଅଗ୍ର ଭାଗରେ ଲକ୍ଷ୍ମୀ  , ମଧ୍ୟ ଭାଗରେ ସରସ୍ଵତୀ ଓ ମୂଳ ଭାଗରେ ବ୍ରହ୍ମା ବିଦ୍ୟମାନ ବୋଲି କୁହାଯାଇଛି ।

ତେଣୁ କରି ଶର୍ଯ୍ୟା ତ୍ୟାଗ ପରେ କରର ଦର୍ଶନ କରିବା  ଏବଂ ଦୁଇ ହାତ କୁ ଭଲ ଭାରେ ଘୋଷି ମୁହଁରେ ଲଗେଇବା ଉଚିତ୍ ।  ଶେଷରେ ଯେବେ ଆମେ ଶର୍ଯ୍ୟା ତ୍ୟାଗ କରି ଖଟ ରୁ ତଳକୁ ପାଦ ରଖିଥାଉ । ସେତେ ବେଳେ ଭୂମିକି ଚୁଇ  ପ୍ରଣାମ କରିବା ଓ କ୍ଷମା ମାଗିବା  । କାରଣ ଆମେ ଦିନସାରା କେତେ ଥର ମାଟି ମାତାଙ୍କ ଉପରେ ଆଘାତ କରିଥାଉ ତାଙ୍କୁ ବହୁତ କଷ୍ଟ ଦେଇଥାଉ ।

ତେଣୁ କରି ତାଙ୍କୁ କ୍ଷମା ମାଗି ଦିନକୁ ଆରମ୍ଭ କରିବା ଉଚିତ୍ । ଶେଷରେ ସୂର୍ଯ୍ୟା ଙ୍କୁ ନମସ୍କାର କରନ୍ତୁ ।  ଶର୍ଯ୍ୟା ତ୍ୟାଗ ପରେ ଏହି ତିନିଟି ବିଷୟ କରିବା ଉଚିତ । ଏହା ଦ୍ଵାରା ଆମ ଜୀବନରେ କୋଣସି ବାଧା ବିଘ୍ନ ହୋଇନଥାଏ । ଏହି ପୋଷ୍ଟ ଆପଣଙ୍କୁ ଭଲଲାଗିଥାଏ ତେବେ ଲାଇକ , ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *