Vastu Shastra- ସକାଳୁ ଉଠି ଅଧୂଆ ମୁହଁରେ କ’ଣ ଦେଖିଲେ ଶୁଭ ? ମିଳିଥାଏ ସଫଳତା

ବନ୍ଧୁଗଣ, ଦୈନଦିନ ଜୀବନରେ ଏଭଳି ଅନେକ କଥା ଅଛି ଯାହାକୁ ମାନିବାକୁ ପଡିଥାଏ ତଥା ଯାହା ଶାସ୍ତ୍ର ସମ୍ମତ ଅଟେ । ବିଛଣାତ୍ୟାଗ କରିବାଠାରୁ ଆରମ୍ଭ କରି ଦିନମାନ ଭିତରେ ଯେଉଁ ଯେଉଁ କାର୍ଯ୍ୟକ୍ରମ ଆମ୍ଭେ କରୁଛେ ତାହା ସବୁ ଶାସ୍ତ୍ର ସମ୍ବନ୍ଧୀୟ ଅଟେ । ଯଦି ଆମ୍ଭେ ଶାସ୍ତ୍ରକୁ ଫଲୋ କରିବାଶାସ୍ତ୍ର କୁ ମାନି ଚଳିବା ତେବେ ନିଶ୍ଚିତ ଭାବରେ ଆମ୍ଭ ଜୀବନରେ ଅଗ୍ରଗତି ଦେଖାଦେବ । ଆମ୍ଭ ଜୀବନରେ ଯେଉଁସବୁ ଦୁର୍ଘଟଣା ଘଟୁଛି ସେଥିରୁ ଆମ୍ଭକୁ ନିବୃତ୍ତି ମିଳିବ । ବିଛଣା ତ୍ୟାଗ କରିବା ପରେ ପରେ ଆମ୍ଭକୁ ତିନୋଟି କାମ କରିବାକୁ ପଡିବ ।

ଯଦି ଆମ୍ଭେ ଏହି ୩ ଟି କାମକୁ କରୁଛେ ତଥା ଶାସ୍ତ୍ରର ନିୟମକୁ ମାନୁଛେ, ତେବେ ଆମ୍ଭ ଜୀବନରେ ଯେଉଁ ଘଟଣା ଘଟୁଛି ସେଥିରୁ ଆମ୍ଭକୁ ନିବୃତ ମିଳିବ । ଆମ୍ଭକୁ ବ୍ରହ୍ମ ମୂହୁର୍ତ୍ତରୁ ଶଯ୍ୟାତ୍ୟାଗ କରିବାକୁ ପଡିବ । ଶାସ୍ତ୍ରରେ ବ୍ରହ୍ମ ମୂହୁର୍ତ୍ତ କହିଲେ ସୂର୍ଯ୍ୟ ଉଦୟର ୪ ଘଡି ପୂର୍ବରୁ ଅର୍ଥାତ ସୂର୍ଯ୍ୟ ଉଦୟର ଦେଢଘଣ୍ଟା ପୂର୍ବରୁ ଆମ୍ଭକୁ ଶଯ୍ୟାତ୍ୟାଗ କରିବାକୁ ପଡିବ ।

ଯଦି ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରୁଛେ ତେବେ ପୂଣ୍ୟ ଫଳ ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରାପ୍ତ ହେବ । ଏଣୁ ଆପଣ ମାନେ ନିଶ୍ଚିତବ ଭାବରେ ଚେଷ୍ଟା କରନ୍ତୁ ବ୍ରହ୍ମ ମୂହୁର୍ତ୍ତରୁ ଶଯ୍ୟାତ୍ୟାଗ କରିବା ନିମନ୍ତେ । ଯେଉଁ ବ୍ୟକ୍ତି ବ୍ରହ୍ମମୂହୁର୍ତ୍ତରେ ଶଯ୍ୟାତ୍ୟାଗ କରିଲେ ତାକୁ ଅନେକ ପ୍ରକାରର ପୂଣ୍ୟଫଳ ମିଳିବ ସହିତ ଯେଉଁ କର୍ମପନ୍ଥା ରଖିଥାଏ ଅଥବା କର୍ମଯୋଜନା ରଖିଥାଏ ସେଥିରେ ସେ ସଫଳ ହୋଇଥାଏ । ନିଦ୍ରା ଭାଙ୍ଗିବା ପରେ ପ୍ରଥମେ ନିଜ ଦୁଇ ପାପୁଲି କୁ ଦର୍ଶନ କରିବା ।

“କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କରମୂଳେ ସ୍ତିତୋ ବ୍ରହ୍ମା, ପ୍ରଭାତେ କର ଦର୍ଶନମ” । ତେବେ କରର ଅଗ୍ର ଭାଗରେ ଲକ୍ଷ୍ମୀ, କରର ମଧ୍ୟ ଭାଗରେ ସରସ୍ଵତୀ, କରମୂଳେ ବ୍ରହ୍ମାଙ୍କର ବିଦ୍ୟମାନ ରହିଅଛି । ଏଣୁ ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ କରପଲ୍ଲବକୁ ଦର୍ଶନ କରିବା ଆବଶ୍ୟକ । ଏହାପରେ ହାତକୁ ଭଲ ଭାବରେ ଘଷି ଦୁଇ ହାତରେ ଆଖିକୁ ସ୍ପର୍ଶ କରିବା । ଦ୍ଵିତୀୟରେ ଆପଣ ଯେତେବେଳେ ବେଡରୁ ଯେତେବେଳେ ତଳକୁ ଓହ୍ଳାଇବେ ସେତେବେଳେ ଧ୍ୟାନ ଦେବେ ପ୍ରଥମେ ଆପଣ ଭୂମି ଅଥବା ଧରିତ୍ରି ମାତାକୁ ପ୍ରଣାମ କରି କ୍ଷମା ପ୍ରାର୍ଥନା କରନ୍ତୁ ।

କାରଣ ଆମ୍ଭର ଦିନ ସେଠାରୁ ଆରମ୍ଭ ହେଉଛି । ଏଥିପାଇଁ ଆମ୍ଭେ ସକାଳୁ ଉଠିବା ମାତ୍ରେ ଭୂମିକୁ ଧରି କ୍ଷମା ପ୍ରାର୍ଥନା କରିବା ନିହାତି ଆବଶ୍ୟକ । ଯଦି ଆମ୍ଭେ ଏଭଳି କରୁଛେ ତେବେ ନିଶ୍ଚିତ ଭାବରେ ଆମ୍ଭ ଦିନମାନଙ୍କର କାର୍ଯ୍ୟ ସଫଳ ହୋଇପାରିବ । ଏହାପରେ ଆପଣ ଦର୍ପଣରେ ନିଜ ମୁଖକୁ ଦର୍ଶନ କରନ୍ତୁ । ଏହାପରେ ଆପଣ ଗୁରୁ, ଅଗ୍ନି ତଥା ସୂର୍ଯ୍ୟଙ୍କୁ ପ୍ରଣାମ କରିପାରିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *