Health Tips- ବାସ 5 ମିନିଟ ସବୁଦିନ ଏହିପରି ଶୁଅନ୍ତୁ, ପେଟର ଚର୍ବି ଗାୟବ !

ନମସ୍କାର ବନ୍ଧୁଗଣ, ବଢୁଥିବା ମୋଟାପଣ ତଥା ବଢୁଥିବା ଚର୍ବିକୁ କମାଇବାର ଉପାୟ ସହଜରେ ମଧ୍ୟ କାହାକୁ ମିଳୁନାହିଁ । ଏଥିପାଇଁ ବହୁତ କଷ୍ଟ କରିବା ପାଇଁ ପଡୁଛି ଡାଏଟ ମେଣ୍ଟେନ କରି ଦିନ ଦିନ ଧରି ଉପାସ ମଧ୍ୟ ରହୁଛନ୍ତି କିଛି ଲୋକ । କିନ୍ତୁ ଏତେସବୁ କଷ୍ଟ କରିବା ବଦଳରେ ଆପଣ କିଭଳି ଗୋଟିଏ ମାତ୍ର ଉପାୟକୁ ଅବଲମ୍ବନ କରି ବଢିଥିବା ଚର୍ବିକୁ କମାଇ ପାରିବେ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣଙ୍କୁ ଏହି ଉପାୟଟିକୁ କରିବା ପାଇଁ ପ୍ରଥମେ ଏକ ବଡ ସାଇଜର ଟାୱେଲ ଆବଶ୍ୟକ । ଏବଂ ପ୍ରତ୍ୟକ ଦିନର କେବଳ 5 ମିନିଟ ଆପଣ ଏଥିପାଇଁ ଦେବେ ବାସ । କେବଳ 5 ମିନିଟରେ ଏହି ଉପାୟ ନିଜର କାର୍ଯ୍ୟ କରିବା ଆରମ୍ଭ କରିଦେବ । ଟୱେଲକୁ ଆପଣ ୧୫ ଇଞ୍ଚ ଲମ୍ବାରେ ଭଲ ଭାବରେ ଫୋଲ୍ଡ କରିଦିଅନ୍ତୁ ଏବଂ ୪ ଇଞ୍ଚ ଚଉଡା ରଖନ୍ତୁ । ଏହା ପରେ ଆପଣ ଏହାକୁ କୌଣସି ଫିତାରେ ବାନ୍ଧି ଦିଅନ୍ତୁ । ଯେମିତି କି ଏହା ସହଜରେ ଖୋଲିବନି ।

ଆପଣ ତଳେ ହେଉ କିମ୍ବା କୌଣସି ଶକ୍ତ ଜାଗାରେ ବସିଯାନ୍ତୁ କିନ୍ତୁ ଆପଣ ବସୁଥିବା ଜାଗା ନରମ ହୋଇନଥିବା ଦରକାର । ଯଦି ଆପଣ ତଳେ ବସୁଛନ୍ତି ତେବେ ଆପଣ ଯୋଗ ମ୍ୟାଟ କିମ୍ବା ଦରି ପକାଇ ବସିପାରିବେ । ଆପଣ ଏହାକୁ ନିଜ ନାଭିର ପଛପଟରେ ଫୋଲ୍ଡ କରିଥିବା ଟାୱେଲକୁ ରଖି ସିଧା ଟାୱେଲ ଉପରେ ଶୋଇ ପଡନ୍ତୁ । ଧ୍ୟାନ ରଖିବେ କି ଏହି ଟାୱେଲର ପୋଜିସନ ବିଲକୁଲ ଆପଣଙ୍କ ନାଭି ତଳେ ରହିବା ଆବଶ୍ୟକ ।

ଯେତିକି ଦୂରତାରେ ଆପଣଙ୍କ ଦୁଇ କାନ୍ଧ ରହିଛି ସେତିକି ଦୂରତାରେ ଦୁଇ ଗୋଡ ରଖିଦିଅନ୍ତୁ । ଦୂରତାର ସହ ଦୁଇ ପାଦର ବୁଢା ଆଙ୍ଗୁଠିକୁ ସ୍ପର୍ଶ କରାଇ ରଖନ୍ତୁ । ଏହା ପରେ ଆପଣ ଆପଣଙ୍କ ଦୁଇ ହାତକୁ ମୁଣ୍ଡ ଉପରକୁ ସିଧା ଭାବରେ ନେଇଯାନ୍ତୁ । ଆପଣଙ୍କ ଦୁଇ କାଣୀ ଆଙ୍ଗୁଠି ସ୍ପର୍ଶ କରାଇ ସେମିତି ସିଧାରେ ହାତକୁ ତଳେ ରଖନ୍ତୁ ।

ଏହା ପରେ ଆପଣ ପାଞ୍ଚ ମିନିଟ ପାଇଁ ଏହିଭଳି ଭାବରେ ଶୋଇ ରୁହନ୍ତୁ । ଏହି ଉପାୟକୁ ଆପଣ କରିସାରିବା ପରେ ସଙ୍ଗେ ସଙ୍ଗେ ଉଠନ୍ତୁ ନାହିଁ । ପ୍ରଥମେ ଗୋଟିଏ ପଟକୁ ଅଣେଇ ହୁଅନ୍ତୁ ଏବଂ ଅଣ୍ଟା ତଳେ ଦେଇଥିବା ଟାୱେଲକୁ ବାହାର କରନ୍ତୁ ଆଉ ଧୀରେ ଧୀରେ ଉଠନ୍ତୁ ।

ବସିକି ଦୀର୍ଘ ନିଶ୍ଵାସ ନିଅନ୍ତୁ ଏହାପରେ ଆପଣ ସମ୍ପୂର୍ଣ ଉଠିଯାଅନ୍ତୁ । ବାସ ଆପଣଙ୍କୁ ପ୍ରତ୍ୟକ ଦିନ ୫ ମିନିଟ ପାଇଁ ଏହା କରିବା ଅଛି । ଏହାକୁ କରିବା ପରେ ଆପଣ କିଛି ଦିନରେ ଆପଣଙ୍କ ଚର୍ବି ଘଟିବାର ଦେଖିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *