ସବୁବେଳେ ଯଦି ଘରେ ଅଭାବ ଅନାଟନ ଲାଗି ରହିଥାଏ… ତେବେ କରନ୍ତୁ ଏହି ଏକ ଉପାୟ ! Sadhu Vani

ନମସ୍କାର ବନ୍ଧୁଗଣ, ଜୀବନର ସୁଖ କଣ ତାହାକୁ ଜାଣିବା ପାଇଁ ହେଲେ ହାତରେ ଟଙ୍କା ଥିବା ଦରକାର । ଏହା ଦୁନିଆର ଏକ ନିରାଟ ସତ୍ୟ ଅଟେ । ଯେଉଁମାନେ ଅଭାବରେ ଥାନ୍ତି ସେମାନଙ୍କ ଦୁଃଖ କଷ୍ଟ ସ୍ଵଭାବରେ ଥିବା ମଣିଷ ବୁଝିପାରନ୍ତି ନାହିଁ ଏବଂ ତାଙ୍କୁ ଅପମାନ ଦେବା ସହ ଘୃଣା ଭାବନାରେ ମଧ୍ୟ ଦେଖିଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଯଦି ଆପଣ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କଣ କରିବା ଦ୍ଵାରା ଧନ କମାଇପାରିବେ ଏବଂ ଆପଣଙ୍କ ଅଭାବ ଦୂର ହେବ ଆସନ୍ତୁ ଜାଣିବା ।

1- ଘରର ଡାହାଣ ପାଖରେ ତୁଳସୀ ଚଉରା ରହିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ । 2- ସୂର୍ଯ୍ୟସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ । 3- ଠାକୁରଙ୍କୁ ପୂଜା କରିବା ବେଳେ ତଳେ, ପିଢା ଉପରେ କିମ୍ବା ପଥର ଉପରେ ବସିକି ପୂଜା କରନ୍ତୁ ନାହିଁ । ଆସନ ପକାଇ ପୂଜା କରନ୍ତୁ ।

4- ଘରର ପାଣି ଟ୍ୟାପରୁ ପାଣି ଟପ ଟପ ପଡିଲେ ଅଶୁଭ ହୋଇଥାଏ ତୁରନ୍ତ ମରାମତି କରନ୍ତୁ । 5- ଟଙ୍କା ରଖୁଥିବା ଆଲାମାରୀର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ । ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ । 5- ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ । ବସିଥିବା ଫଟୋ ରଖିଲେ ମଙ୍ଗଳ ହୋଇଥାଏ ।

6- ଘରେ ଚାଲୁନଥିବା ଘଣ୍ଟା ରଖନ୍ତୁ ନାହିଁ ଘଣ୍ଟା ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ । 7- ଘରେ ଶ୍ରୀ ଯନ୍ତ୍ର ଏବଂ ଲାଲ କପଡାରେ ଗୁରା ହୋଇଥିବା ନଡିଆ ରଖିଲେ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ । 8- ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛକୁ ସାତଥର ପରିକ୍ରମା କରି ତାର ଚେରକୁ ଘରେ ରଖନ୍ତୁ ।

9- ଗୋଟିଏ ଦିନରେ ଯଦି ବୋହୁ ବାପ ଘରେ କିମ୍ବା ଶାଶୁ ଘରେ ଭୋଜନ କରେ ତେବେ ଦୁର୍ଭାଗ୍ୟ ଆସିଥାଏ । 10- ଯଦି ଆପଣଙ୍କ ଘରେ ଅଭାବ ଲାଗି ରହୁଛି ତେବେ ଛୋଟ ପିତ୍ତଳ ଢାଳରେ କଏନ ଭର୍ତ୍ତିକରି ପଶ୍ଚିମ ପଟରେ ରଖନ୍ତୁ । 11- ଭୋଜନ କରିବା ସମୟରେ ଗୋଡରେ ହାତ ରଖନ୍ତୁ ନାହିଁ । କିମ୍ବା ମୁଣ୍ଡରେ ଟୋପି, ଗାମୁଛା ଭିଡନ୍ତୁ ନାହିଁ ।

12- ଆକାଶରେ ଇନ୍ଦ୍ରଧନୁ ଦେଖିଲେ କାହାକୁ କୁହନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । 13- ଭୂମିରେ ପଡିଥିବା ଫୁଲରେ ଠାକୁର ପୂଜା କରନ୍ତୁ ନାହିଁ । କିନ୍ତୁ ବଉଳ ଫୁଲ, ଶେଫାଳି, ବେଲପତ୍ର ଓ ତୁଳସୀ ପତ୍ର ଭୂମିରେ ପଡିଲେ ବି ଆପଣ ପୂଜା କରିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲବେନି ।

Leave a Reply

Your email address will not be published. Required fields are marked *