Motivational speech; – ସବୁବେଳେ ଆନନ୍ଦରେ ରହିବାକୁ ଚାହୁଁଥିଲେ, ଏହି କଥା ମନେ ପକାଇବେ, କେବେବି ନିରାଶ ହେବେ ନାହିଁ…

ବନ୍ଧୁଗଣ ଜୀବନର ସୁଖ ଏବଂ ଦୁଃଖ ହେଉଛି ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । ଜଣଙ୍କ ବିନା ଆଉ ଜଣେ ଅଧୁରା କହିଲେ ଚଳେ । ଠିକ ସେହିପରି ଜୀବନରେ ଦୁଃଖ ଅଛି ମାନେ ମଧ୍ୟ ନିହାତି ଅଛି । ସେଥିପାଇଁ ଆମକୁ ସବୁ ସମୟରେ ଧର୍ଯ୍ୟର ସହ ଆଗକୁ ବଢିବାକୁ ପଡିବ । କାରଣ ଯଦି ଆମେ କୌଣସି କଥା ପାଇଁ ଦୁଃଖିତ ହୋଇଯିବା ଏବଂ ତାହାକୁ ଆମ ଜୀବନର ହାର ବୋଲି ମାନିବସି ଆଗକୁ ଆଉ ବଢିବା ନାହିଁ । ତେବେ ସେଥିରେ ଆମର ହିଁ ଲସ୍ ହେବ ।

ତେଣୁ ଆମକୁ ସବୁବେଳେ ସବୁ ପରିସ୍ଥିତି ସହ ଖାପଖୁଆଇ ଚଳିବା ଦରକାର ଅଟେ । ତେବେ ବନ୍ଧୁଗଣ ଆପଣ ଯଦି ସବୁ ସମୟରେ ଆନନ୍ଦରେ ରହିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଆଜି ଆମେ କେତେ ଗୁଡିଏ ଭଲ ଟିପ୍ସ କହିବାକୁ ଯାଉଛୁ ।

1- ଯାହା ବି ହୁଏ ଭଲ ପାଇଁ ହୁଏ । ଯେଉଁ ଲୋକଙ୍କ ଚିନ୍ତାଧାରା ସବୁବେଳେ ସକାରାତ୍ମକ ରହିଥାଏ ଏହି ଲୋକ ସବୁ ପରିସ୍ଥିତିରେ ଖୁସି ରହିବା ଶିଖି ଯାନ୍ତି । ଯଦି ଆପଣ କିଛି କାମରେ ଅସଫଳ ହେଉଛନ୍ତି । ତେବେ ସେଥିରେ ଦୁଃଖୀ ହେବା ପରିବର୍ତ୍ତେ ନିଜ ଭୁଲରୁ ଶିଖନ୍ତୁ ଓ ଆଉଥରେ ଚେଷ୍ଟା କରନ୍ତୁ । ଏଭଳି ସକାରାତ୍ମକ ମନୋଭାବ ଜୀବନରେ ଆପଣଙ୍କୁ କେବେ ହାର ମାନିବାକୁ ଦେବ ନାହିଁ ।

2- ଯେଉଁ ଲୋକ ନିଜ ରାଗ ଉପରେ ଓ ନିଜ ଇଚ୍ଛା ଉପରେ କାବୁ କରିପାରନ୍ତି ସେ ଜୀବନରେ ସବୁବେଳେ ସୁଖୀ ରୁହନ୍ତି । କାରଣ ଶାନ୍ତ ରହୁଥିବା ଲୋକ ନିଜ ରାଗ ଉପରେ କାବୁ କରିବା ଦ୍ଵାରା ନିଜ ମନକୁ ଚିନ୍ତା ମୁକ୍ତ କରି ରଖିପାରେ ।

3- ସମୟ ଯାହା ବି ହେଉ ସବୁବେଳେ ନିଜ ମୁହଁରେ ଏକ ସ୍ମାଇଲ ରଖନ୍ତୁ । ଏଭଳି ଲୋକ ଜୀବନରେ ବହୁତ ଖୁସି ରୁହନ୍ତି । କାରଣ ସେମାନେ ଜାଣିଥାନ୍ତି ଯେ, ଜୀବନରେ କେତେବେଳେ ଯେ କଣ ଘଟିବ ତାହା କିଛି କହିହେବ ନାହିଁ, ତେଣୁ ସେଥିପାଇଁ ମଣିଷକୁ ନିଜ ଜୀବନରେ ସବୁ ମୂହୁର୍ତ୍ତକୁ ଖୁସି ସହିତ ବିତେଇବା ଉଚିତ ।

4- କିଛି ଲୋକଙ୍କ ଅଭ୍ୟାସ ଥାଏ କି ସେ କେବେ ବି ଟେନସନ ନିଅନ୍ତି ନହିଁ, ସବୁବେଳେ ଚିନ୍ତା ମୁକ୍ତ ରହିବାକୁ ପସନ୍ଦ କରନ୍ତି । ଏହିଭଳି ଲୋକ ହିଁ ଜୀବନରେ ସୁଖୀ ରହିପାରିଥାନ୍ତି ।

5- ଯେଉଁମାନଙ୍କ ଠାରେ ଆତ୍ମ ବିଶ୍ବାସ ରହିବା ସହ ନିଜ ନିଜ କର୍ମ ଉପରେ ଭରଷା ରଖିଥାନ୍ତି । କଠିନ ପରିଶ୍ରମ କରି ନିଜ ଲକ୍ଷ ସ୍ତଳରେ ପହଞ୍ଚିବାର ଆଶା ରଖିଥାନ୍ତି । ସେହି ଲୋକମାନେ କେବେବି କୌଣସି ଛୋଟ ଛୋଟ କଥାକୁ ନେଇ ଭୟଭୀତ ହୁଅନ୍ତି ନାହିଁ । ସେମାନେ ସବୁବେଳେ ଆନନ୍ଦରେ ରହିଥାନ୍ତି ।

ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *