ଶରୀରକୁ ବେମାରୀ ଠାରୁ ଦୂରରେ ରଖିବାରେ ରାମବାଣ ଭଳି କାର୍ଯ୍ୟ କରେ ଅଦା ! ଅଦାର ଲାଭକାରୀ ଉପକାରୀତା ଜାଣନ୍ତୁ – Health tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ସୁପରଫୁଡ୍ ବିଷୟରେ କହିବାକୁ ଯାଉଛୁ । ଯାହା ଖାଦ୍ଯକୁ ସୁସ୍ଵାଦୁ କରିବା ସହ ଆମ ଶରୀରକୁ ସୁସ୍ଥ ରଖିବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରେ । ତେବେ ତାହା ହେଉଛି ଅଦା । ରୋଷେଇ ଘରେ ପ୍ରାୟ ସବୁଦିନ ଏହାର ବ୍ୟବହାର ହୋଇଥାଏ । ଅଦା ଆମ ଶରୀରର ସବୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ସକାଳ ଚାହା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ସମୟରେ ଲୋକେ ଅଦାର ବ୍ୟବହାର କରିଥାନ୍ତି ।

ଏହାସହ ଅଦା ଆମ ଶରୀରର ଅନେକ ରୋଗରୁ ଉପଶମ ମଧ୍ୟ ଦେଇଥାଏ । ଖାଦ୍ଯରେ ବ୍ୟବହାର ହେବାସହ, ଖାଦ୍ଯହଜମ ଓ ଥଣ୍ଡାସର୍ଦ୍ଦି ଭଳି ଅନେକ ରୋଗରେ ରାମବାଣ ଭଳି କାମ କରେ ଅଦା । ଆଜିକାଲିର ଖାଦ୍ଯଶୈଳୀ ଅନୁସାରେ ଆମେ ଭଳିକି ଭଳି ଖାଦ୍ୟ ଖାଇବା ଯୋଗୁଁ ଆମ ଶରୀରର ହଜମ ପ୍ରକ୍ରିୟା ଅନେକ ସମୟରେ ବିଗିଡିଯାଏ । ଏହାସହ ଓଜନ ବଢିବାର ମଧ୍ୟ ସମ୍ଭାବନା ରହିଥାଏ ।

ତେଣୁ ସମୟ ସମୟରେ ଶରୀରକୁ ଡିଟକ୍ସ କରି ବିଷାକ୍ତ ପଦାର୍ଥକୁ ବାହାର କରିବା ଅତ୍ୟନ୍ତ ଜରୁରୀ ଅଟେ । ଯାହାଦ୍ୱାରା ମଣିଷ ଶରୀର ଆକ୍ଟିଭ ରୁହେ । ତେଣୁ ଆମେ ଆଜି ଅଦାପାଣିର କିଛି ଫାଇଦା ବିଷୟରେ ଜାଣିବା । ଅଦାପାଣି ପିଇବା ଦ୍ଵାରା ଦୀର୍ଘ ସମୟ ଯାଏଁ ଶରୀର ହାଇଡ୍ରେଟ ରୁହେ ।

ଅଦା ପାଣି ତିଆରି କରିବାର ଉପାୟ ମଧ୍ୟ ଖୁବ୍ ସହଜ । ଏହି ପାଣି ଆପଣଙ୍କ ତ୍ଵଚାକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରେ । ଅଦା ପାଣି ପେଟର ପ୍ରାୟ ସବୁ ସମସ୍ଯା ଯଥା ଗ୍ଯାସ, ହଜମ ସମସ୍ଯା ଓ ବାନ୍ତି ଭଳି ସମସ୍ଯାରୁ ଆରାମ ଦେଇଥାଏ । ଖାଦ୍ଯ ହଜମ ହେଉ ନଥିଲେ ସାମାନ୍ଯ ଅଦାପାଣି ଦ୍ଵାରା ଆପଣଙ୍କୁ ଅନେକ ଫାଇଦା ମିଳିବ । ଆପଣଙ୍କ ଶରୀରର କୋଲେଷ୍ଟ୍ରୋଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ଅଦାପାଣି ।

 


ନିୟମିତ ଅଦାପାଣିର ସେବନ ହୃଦୟକୁ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରେ । ଫଳରେ ହାର୍ଟ ଆଟାକ୍ ଭଳି ସମସ୍ଯାକୁ ବହୁ ପରିମାଣରେ କମ୍ କରିହେବ । ଖରାପ ଖାଦ୍ଯାଭ୍ଯାସ ଯୋଗୁଁ ଓଜନ ବଢିବା ସମସ୍ୟାରେ ମଧ୍ୟ ରାମବାଣ ଭଳି କାମ କରେ ଏହି ଅଦା ।

ତେଣୁ ଆପଣ ପ୍ରତ୍ଯେକ ଦିନ ସକାଳ ଜଳଖିଆ ପରେ ଯଦି ଅଦାପାଣି ଟିକେ ପିଅନ୍ତି ତେବେ ଏହା ଆପଣଙ୍କ ଚର୍ବି ତରଳାଇବା ସହ ଓଜନକୁ ଶୀଘ୍ର ହ୍ରାସ କରିଥାଏ । ଅଦାପାଣି ତିଆରି କରିବାକୁ ହେଲେ ପ୍ରଥମେ ଏକ ପାତ୍ରକୁ ଧୋଇ ସେଥିରେ ଦୁଇ କପ୍ ପାଣି ଫୁଟାନ୍ତୁ । ଏହାପରେ ଅଦାକୁ ଭଲଭାବେ ଧୋଇବା ପରେ ଛେଚିକି ସେହି ସିଝା ପାଣିରେ ମିଶାଇ ଦିଅନ୍ତୁ ।


ଅଦା ପକାଇବା ପରେ ସେହି ପାଣିକୁ ଗୋଟିଏ ଦୁଇ ମିନିଟ ଫୁଟାଇ ବନ୍ଦ କରିଦିଅନ୍ତୁ । ପ୍ରାୟ ୧୦ ମିନିଟ ଯାଏଁ ଏହି ପାଣିକୁ ଘୋଡାଇ ରଖନ୍ତୁ ଓ ଏହାପରେ ଅଳ୍ପ ଉଷୁମ ଥିବା ଅବସ୍ଥାରେ ଅଦାପାଣିକୁ ଛାଣି ଏହାର ସେବନ କରନ୍ତୁ । ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *