ସବୁବେଳେ କମ କହୁଥିବା ଲୋକଙ୍କ ମଧ୍ୟରେ ଥାଏ ଏହି 8 ଟି ଖାସ ଗୁଣ… (Motivational Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ଲୋକ ଥାନ୍ତି । ସମସ୍ତଙ୍କର ନିଜର କିଛି ବିଶେଷ ଗୁଣ ରହିଥାଏ । ଜଣଙ୍କ ସାଥିରେ ଆଉ ଜଣଙ୍କ ତୁଳନା କରିବା ଦ୍ଵାରା କିଛି ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ଓ କିଛି ପାର୍ଥକ୍ୟ ଦେଖିବାକୁ ମିଳିଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ଗପିବାକୁ ପସନ୍ଦ କରିଥାନ୍ତି । ଏମିତି ମଧ୍ୟ କିଛି ଲୋକ ଅଛନ୍ତି, ଯେଉଁମାନେ ବେଶି କାହା ସାଥିରେ ନଗପି ଚୁପ ରହିବାକୁ ଭଲ ପାଇଥାନ୍ତି ।

ଏହି ଚୁପ ରହୁଥିବା ଲୋକ ଅର୍ଥାତ କମ୍ କହୁଥିବା ଲୋକମାନେ ଅନ୍ୟ କାହା ତୁଳନାରେ କିଛି କମ୍ ହୋଇନଥାନ୍ତି । ତାଙ୍କର କିଛି ବିଶେଷ କ୍ୟାଲିଟି ଥାଏ । ପ୍ରଥମେ କମ କଥା କହୁଥିବା ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି । କାରଣ ଯେତେ ବେଳେ ଆପଣଙ୍କୁ କୌଣସି ବ୍ୟକ୍ତି କିଛି କହୁଥିବେ ଆପଣ ସେହି ସମୟରେ ନିରବତ୍ତା ରକ୍ଷା କରି ତାଙ୍କ କଥାକୁ ଧ୍ୟାନର ସହ ଶୁଣୁଥିବେ ।

ସେହି ସମୟରେ କିଛି ନକହି ଅନ୍ୟର କଥାକୁ ବୁଝୁଥିବେ ଏହି ଗୁଣ ବହୁତ କମ୍ ଲୋକ ପାଖରେ ଦେଖିବାକୁ ମିଳିଥାଏ । ଆପଣ ଯଦି ଅନ୍ୟର କଥାକୁ ବୁଝିପାରୁଛନ୍ତି, ତେବେ ନିଶ୍ଚୟ ଆପଣଙ୍କ ପାଖରେ ଥିବା ବ୍ୟକ୍ତି ଆପଣଙ୍କୁ ବୁଦ୍ଧିମାନ ହିଁ ଭାବିବ । କମ୍ କହୁଥିବା ଲୋକଙ୍କର ଆଉ ଏକ ଗୁଣ ହେଉଛି ସେମାନେ ନିଜର କଥାକୁ ବହୁତ କମ୍ ଶବ୍ଦରେ ଅଳ୍ପ ସମୟ ମଧ୍ୟରେ ବାଖ୍ୟା କରିଥାନ୍ତି । କମ୍ କହୁଥିବା ଲୋକ ଅନ୍ୟର ଭାବନାକୁ ବହୁତ ସମ୍ମାନ ଦେଇଥାନ୍ତି ।

କାରଣ ସେମାନେ ଅନ୍ୟର କଥାକୁ ଶୁଣିଥାନ୍ତି ଓ ବୁଝିଥାନ୍ତି।  ଏମାନଙ୍କର ଏହି ଗୁଣ ଯୋଗୁ ଏମାନଙ୍କୁ ବହୁତ ଲୋକ ପସନ୍ଦ ମଧ୍ୟ କରିଥାନ୍ତି । ଏହି କମ୍ କହୁଥିବା ଲୋକ ଅନ୍ୟକୁ ବେଶି ହଇରାଣ ମଧ୍ୟ କରିନଥାନ୍ତି । କମ କହୁଥିବା ଲୋକମାନଙ୍କ ପାଖରେ ଧର୍ଯ୍ୟର ଭଣ୍ଡାର ଥାଏ । ସେମାନେ କଥା ଅପେକ୍ଷା କାମ ଉପରେ ବେଶି ଗୁରୁତ୍ଵ ଦେଇଥାନ୍ତି । ତାଙ୍କର କାମ ଉପରେ ବେଶି ଗୁରୁତ୍ଵ ଦେବା ଯୋଗୁ ସେମାନେ ସବୁ କାମରେ ସଫଳତା ଅର୍ଜନ କରିଥାନ୍ତି ।

କମ୍ କହୁଥିବା ଲୋକମାନଙ୍କୁ ଯାହା ସିକ୍ରେଟ କଥା କୁହାଯାଇଥାଏ । ସେମାନେ ସେହି ସିକ୍ରେଟ କଥାକୁ ସିକ୍ରେଟରେ ହିଁ ରଖିଥାନ୍ତି । ତେଣୁ ତାଙ୍କମାନଙ୍କୁ ଭରଷା କରି କୌଣସି କଥା ମଧ୍ୟ କୁହାଯାଇପାରେ । କମ୍ କଥା କହୁଥିବା ଲୋକ ଅନ୍ୟ କାହା ସାଥିରେ କୌଣସି କଥାକୁ ନେଇ ଯୁକ୍ତି ତର୍କ କରିନଥାନ୍ତି । କମ୍ କହୁଥିବା ଲୋକ ଅନ୍ୟ ଲୋକଙ୍କ ସାଥିରେ ବେଶି କଥା ବାର୍ତ୍ତା ନକରୁଥିବାରୁ ସେ ନିଜ ପାଇଁକି ଯଥେଷ୍ଟ ସମୟ ବାହାର କରିଥାଏ ।

ସେହି ମଣିଷ ମାନେ ନିଜକୁ ହିଁ ବହୁତ ଭଲ ପାଇଥାନ୍ତି । ଏହି କମ୍ କଥା କହୁଥିବା ବ୍ୟକ୍ତିବିଶେଷ ମାନେ ବହୁତ ଶାନ୍ତି ପ୍ରିୟ ହୋଇଥାନ୍ତି । ସେମାନେ କାହା ସାଥିରେ କିଛି ଇଆଡୁ ସିଆଡୁ ଗପି ନଥାନ୍ତି କି କାହାର କ୍ରୋଧର ଶିକାର ମଧ୍ୟ ହୋଇନଥାନ୍ତି । ବହୁତ କିଛି ଭଲ ଗୁଣ ଏହି ଅଳ୍ପ କଥା କହୁଥିବା ବ୍ୟକ୍ତି ମାନଙ୍କ ପାଖରେ ଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *