ବନ୍ଧୁଗଣ, ସାଧାରଣତ ସମସ୍ତେ ଚାହାଁନ୍ତି କରଜ ରୁ ମୁକ୍ତି ହେବା ନିମନ୍ତେ ମାତ୍ର ପରିସ୍ଥିତି ଅନୁଯାୟୀ ସମସ୍ତେ କରଜ ସୁଝି ପାରନ୍ତି ନାହିଁ । ଏହା ଫଳରେ ନାନା ପ୍ରକାରର ଅସୁବିଧାର ସମୁଖିନ ହେବାକୁ ପଡିଥାଏ । ଯଦି ଆପଣ କରଜ ରେ ବୁଡି ରହିଛନ୍ତି ତେବେ ଆପଣ ଗଣେଶ ଭଗବାନ ଙ୍କୁ ପୂଜା କରନ୍ତୁ ଏହା ସହିତ ଭକ୍ତି ର ସହିତ ଆରାଧନା କରନ୍ତୁ ।
ଭୋଳାନାଥ ଙ୍କ କୃପା ହେଲେ ମଧ୍ୟ ଆପଣ ଋଣମୁକ୍ତ ହୋଇପାରିବେ । ଏହା ବ୍ୟତୀତ ଯଦି ମଙ୍ଗଳ ଗ୍ରହ ଆପଣଙ୍କର ସଠିକ ରହିବ ତେବେ ମଧ୍ୟ ଆପଣ ଋଣମୁକ୍ତ ହୋଇପାରିବେ । ଆପଣ ଏହି ମନ୍ତ୍ରଟିକୁ ଜପ କରନ୍ତୁ,- “ଓମ ଋଣମୁକ୍ତେଶ୍ଵର ମହାଦେବାୟ ନମଃ” ।
ଆପଣ ଏହି ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ । ଏହା ସହିତ ଆପଣ ପ୍ରତ୍ୟକ ସୋମବାର ଶିବ ମନ୍ଦିର ଜାଆନ୍ତୁ ଏବଂ ଏହି ମନ୍ତ୍ର କୁ ପ୍ରତ୍ୟକ ସୋମବାର ଉଚ୍ଚାରଣ କରନ୍ତୁ । ଯଦି ଆପଣ ମଙ୍ଗଳ ଗ୍ରହ କୁ ଦୃଢ କରିବା ପାଇଁ ଚାହୁଁଛନ୍ତି ତେବେ “ଓମ ମଙ୍ଗଳ ମୁର୍ତ୍ତେୟ ନମଃ” । ଏହି ମନ୍ତ୍ର କୁ ମଧ୍ୟ ଆପଣ ୧୦୮ ଥର ଜପ କରନ୍ତୁ । ଆପଣ ଦେଖିବେ ଆପଣଙ୍କ ଯେଉଁ ରୁଣ ସମସ୍ୟା ରହୁଅଛି ତାହା ଧୀରେ ଧୀରେ ସୁଧୁରିଯିବ । ଏହା ସହିତ ଆପଣ ଗଣେଶ ମହାପ୍ରଭୁ ଙ୍କ ମନ୍ତ୍ର “ଓମ ଗନ ଗଣପତାୟ ନମଃ” । ଏହି ମନ୍ତ୍ର କୁ ମଧ୍ୟ ଆପଣ ଘରେ ପୂଜାର୍ଚ୍ଚନା କରିବା ସମୟରେ ଜପ କରନ୍ତୁ ।
ଏହା ସହିତ ଆଉ କିଛି ଉପାୟ ଅଛି ଯାହା ଦ୍ଵାରା ଆପଣ ରୁଣ ସୁଝି ପାରିବେ । ଆପଣ ପୂର୍ଣ୍ଣିମା ଏବଂ ମଙ୍ଗଳବାର ଦିନ ଆପଣ ରୁଣ ଦିଅନ୍ତୁ । ଏବଂ ବୁଧୁବାର ଦିନ କରଜ ଫେରସ୍ଥ ନିଅନ୍ତୁ । ମାତ୍ର ଭୁଲରେ ଆପଣ ମଙ୍ଗଳବାର ଦିନ କରଜ କେବେ ନିଅନ୍ତୁ ନାହିଁ । ଯଦି ଆପଣ ଏଭଳି କରନ୍ତି ତେବେ ଆପଣ ବହୁତ ସମସ୍ୟା ର ସମୁଖୀନ ହେବେ । ଯଦି ଆପଣ କାହାଠୁ କରଜ ନେଇଛନ୍ତି ତେବେ ଆପଣ ମଙ୍ଗଳ ବାର ଦିନ ପ୍ରଥମ କିସ୍ତି ଦିଅନ୍ତୁ । ଆପଣଙ୍କର କରଜ ଅତିଶୀଘ୍ର ସୁଝିଯିବ । ଯଦି ଆପଣଙ୍କର ରୁଣ ସୁଝିବାକୁ ଚାହୁଁଛନ୍ତି ତେବେ ମଙ୍ଗଳ ଗ୍ରହ ଙ୍କର ସ୍ରୋତ ପାଠ କରନ୍ତୁ ।
ଏହାଛଡା କରଜ ରୁ ମୁକ୍ତି ପାଇଁ ଆପଣ ଲାଲ ମଶୁର ଡାଲି ଦାନ କରି ପାରିବେ । ଏହା ସହିତ ଆପଣଙ୍କ ଘରର ଇଶାଣ କୋଣ କୁ ସବୁବେଳେ ସଫା ସୁତରା ରଖନ୍ତୁ । ଏହା ସହିତ ଶୁକ୍ଲପକ୍ଷ ବୁଧୁବାର ଦିନ ଯଦି ଆପଣ ଗଣେଶ ମହାପ୍ରଭୁ ଙ୍କ ସ୍ରୋତ ପାଠ କରନ୍ତି ତେବେ ଆପଣ ନିଜେ ଦେଖିବେ ଆପଣଙ୍କ ରୁଣ ନିଶ୍ଚିତ ଭାବରେ ସୁଝିବାକୁ ଲାଗିବ । ଏହିସବୁ ଉପାୟ ଆପଣ ନିଜ ଘରର ଠାକୁର ଘରେ ଅଥବା ପୂଜା ଘରେ ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କ ମନୋଷ୍କାମନା ନିଶ୍ଚିତ ଭାବରେ ପୂରଣ ହେବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ