Vastu Tips- କଣ ଆପଣ ଋଣ କରିଛନ୍ତି ଓ ତାହାକୁ ସୁଝି ପାରୁ ନାହାଁନ୍ତି ? ତ କରନ୍ତୁ ଏହି ଉପାୟ, ଋଣରୁ ମିଳିବ ମୁକ୍ତି

ବନ୍ଧୁଗଣ, ଲୋନ୍ କିମ୍ବା କରଜ ଆପଣମାନେ କରନ୍ତି । ମାତ୍ର ଅସୁବିଧା କାରଣରୁ ଏହାକୁ ସୁଝି ପାରନ୍ତି ନାହିଁ । ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଉଦ୍ଧାର କିମ୍ବା କରଜକୁ ଶୁଝିବା ବହୁତ କଷ୍ଟ ହେଇଥାଏ । ସବୁବେଳେ ଆପଣ ଚିନ୍ତାରେ ରୁହନ୍ତି । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଯାହାକୁ ଜାଣିଲା ପରେ ଆପଣ ଯାହାଠୁ ଧାର୍ କିମ୍ୱା ଲୋନ୍ ଆଣିଛନ୍ତି ତାକୁ ଶୁଝିବା ଆରମ୍ଭ କରିଦେବେ । ମଣିଷ ପରିସ୍ଥିତିରେ ପଡ଼ି ଧାର୍ କରଜ କରି ଥାଏ ।

କିନ୍ତୁ ବର୍ତ୍ତମାନ ର ଯେଉଁ ସମୟ ମଣିଷ ସୌଖିନ ଜିନିଷ ପାଇଁ ଧାର୍ କରଜ କରୁଛନ୍ତି । ଆପଣ ଗୋଟେ କଥା ମନେ ରଖନ୍ତୁ ଟଙ୍କା କେବେହେଲେ ଆପଣଙ୍କ ପାଖରେ ରହିବ ନାହିଁ । ଆପଣ ଯେତେ ଲକ୍ଷ ଲକ୍ଷ ଟଙ୍କା ବି ରଖନ୍ତୁ ଧାର୍ କରଜ ବି କରନ୍ତୁ ସେହି ଟଙ୍କା ଆପଣଙ୍କ ପାଖରେ ରହିବ ନାହିଁ ତାହା ଖର୍ଚ୍ଚ ହେଇଯିବ । ବର୍ତ୍ତମାନ ସମୟରେ ଟଙ୍କା ରୋଜଗାର କରିବା ସହଜ, କିନ୍ତୁ ଟଙ୍କା କୁ ରଖିବା ବହୁତ କଷ୍ଟ ।

ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ଧାର୍ କରଜ ଓ ଲୋନ୍ ନ କରିବା ପାଇଁ । ସବୁବେଳେ ଚେଷ୍ଟା କରନ୍ତୁ ଧାର୍ କରଜ ରୁ ମୁକ୍ତି ପାଇବା ପାଇଁ । ଯଦି ଧାର୍ କରଜରୁ ଆପଣ ମୁକ୍ତି ନ ପାଇବେ ତେବେ ସବୁବେଳେ ମାନସିକ ଦୁଶ୍ଚିନ୍ତା ରେ ରହିବେ, ଘରେ ଅଶାନ୍ତି ର ବାତାବରଣ ରହିବ, ଚିଡ୍ ଚିଡ୍ ଭାବ ରହିବେ, ସବୁବେଳେ ଟେନସନ୍ ରେ ରହିବେ, କରଜ ରୁ ମୁକ୍ତି ପାଇଁ ଉପାୟ ଗୁଡ଼ିକ ହେଲା,-

୧: ଓଁ ଋଣ ମୁକ୍ତେଶ୍ଵର ମହାଦେବାୟ ନମଃ।

୨: ଓଁ ମଙ୍ଗଲମୃତେୟ ନମଃ।

୩: ଓଁ ଗମ୍ ଋଣହର୍ତ୍ତାୟ ନମଃ।

ତେବେ ପ୍ରଥମ ମନ୍ତ୍ର ହେଉଛି ଦେବ ଦେବ ମହାଦେବ ଙ୍କ ର ମନ୍ତ୍ର । ଆପଣ ମହାଦେବଙ୍କ ର ପୂଜା ଅର୍ଚ୍ଚନା କରିବେ ଓ ତାଙ୍କ ସାମ୍ନାରେ ଏହି ମନ୍ତ୍ର କହିବେ ଦେଖିବେ ଆପଣଙ୍କର ଧାର୍ କରଜ ଆସ୍ତେ ଆସ୍ତେ ଆପଣଙ୍କ ର ସୁଝିବାକୁ ଲାଗିବ । ଦ୍ଵିତୀୟ ମନ୍ତ୍ର ହେଉଛି ଅଗ୍ର ପୂଜ୍ୟ ଗଣେଶ ଭଗବାନ୍ ଙ୍କ ମନ୍ତ୍ର । ଏହି ମନ୍ତ୍ର କୁ ୧୦୮ ଥର ଦିନକୁ ଥରେ ଜପନ୍ତୁ ଦେଖିବେ ଆପଣଙ୍କ ର ଋଣ ସୁଝିବାକୁ ଲାଗିବ । ତୃତୀୟ ମନ୍ତ୍ର ଗଣେଶ ଭଗବାନ୍ ଙ୍କ ମନ୍ତ୍ର । ଏହାକୁ ଜପିବା ଦ୍ଵାରା ଉତ୍ତମ ଫଳ ପ୍ରାପ୍ତ ହେବ ।

କେବେ ବି ଆପଣ ମଙ୍ଗଳ ବାର ଦିନ ଧାର୍ କିମ୍ୱା ଲୋନ୍ କରନ୍ତୁ ନାହିଁ । ମଙ୍ଗଳ ବାର ଦିନ ଧାର୍ କରଜ ଦେଇପାରିବେ କିନ୍ତୁ ନେଇ ପରିବେ ନାହିଁ । କରଜ ରୁ ମୁକ୍ତି ପାଇଁ ମଙ୍ଗଳ ସ୍ତ୍ରୋତୋ ପ୍ରତେକ୍ ଦିନ ପାଠ କରନ୍ତୁ । ଲାଲ୍ ମସୁର ଡାଲି ମଧ୍ୟ ପ୍ରତେକ ଦିନ ଦାନ କରିପାରିବେ । ଗରିବ ଅସହାୟ ଲୋକ ଙ୍କୁ କିମ୍ୱା ବ୍ରାହ୍ମଣ ଙ୍କୁ ମଧ୍ୟ ଆପଣ ଦାନ କରିପାରିବେ । ଘରର ଇଶାଣ କୋଣ ସବୁବେଳେ ସଫା ସୁତୁରା ରଖନ୍ତୁ । ଘରେ ଅଳିଆ ଆବର୍ଜନା ସବୁ ଫୋପାଡି ଦିଅନ୍ତୁ ।

ଆଉ ଗୋଟେ ଉପାୟ ହେଉଛି, ଗୋଟେ ଦୀପ ଟେ ନେବେ ଏବଂ ସେହି ଦୀପ ଟିକୁ ସୋରିଷ ତେଲ ରେ ଭର୍ତି କରିଦେବେ ଓ ଦୀପ ଟିକୁ ମଧ୍ୟ ଜଳେଇ ଦେବେ ଏବଂ ଦୀପ ଟିରେ ଗୋଟେ ଢାଙ୍କୁଣି ରଖିବେ । ସୂର୍ଯ୍ୟାସ୍ତ ପରେ  କୌଣସି ନଦୀ କିମ୍ବା ପୋଖରୀ ପାଖରେ ଗୋଟେ ଗାତ କରି ସେହି ଦୀପ ଟିକୁ ପୋତିଦେବେ । କେବଳ ଶନିବାର ଦିନ ଏହାକୁ କରିବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *