Hair care Tips- ରୁଖା ସୁଖା କମଜୋର ବାଳରେ ଭରିଦେବ ନୂଆ ଜୀବନ, ମାତ୍ର 10 ଟଙ୍କାରେ କେଶ ହେବ ମୋଟା, ଲମ୍ବା ଓ ଘନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶକୁ ନେଇ ତ ବହୁତ ଲୋକଙ୍କର ବହୁତ ପ୍ରକାର ସମସ୍ଯା ରହିଥାଏ । ତେବେ ଆଜି ଆମେ ଏପରି ଏକ ରେମିଡି ପ୍ରସ୍ତୁତି ବିଷୟରେ ଜାଣିବା । ଯେଉଁ ରେମିଡି ପ୍ରସ୍ତୁତ କରି ନିଜ କେଶରେ ପ୍ରୟୋଗ କରିବା ଦ୍ଵାରା କେଶ ଝଡିବା କମିବା ସହିତ କେଶ ମୂଳରେ ନୂତନ କେଶ ଉଠିବା ଆରମ୍ଭ ହୋଇଯିବ । ଏହା ସହିତ ବହୁତ ଲୋକଙ୍କର କେଶ ନିର୍ଜୀବ ହୋଇ ରୁକ୍ଷ ସୁକ୍ଷ ହୋଇଯିବା ଭଳି ସମସ୍ଯା ମଧ୍ୟ ବହୁତ ଲୋକଙ୍କର ରହିଥାଏ ।

ତେଣୁ ଏହି ଉପାୟ କେଶକୁ ଝଡିବା କମିବା ସହିତ କେଶକୁ ସାଇନିଙ୍ଗ କରିବାରେ ମଧ୍ୟ ବହୁତ ସାହାଜ୍ଯ କରିଥାଏ । ତେଣୁ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ କେବଳ ୨ ସାମଗ୍ରୀର ଆବଶ୍ୟକତା ରହିଛି । ତାହା ହେଉଛି ପିଆଜ ଓ ଚାହା ପତି ।

ଆପଣ ପ୍ରଥମେ ପିଆଜକୁ ଟିକି ଟିକି କରି କାଟି ଦିଅନ୍ତୁ । ପିଆଜ ଭିତରେ ଯେଉଁ ସବୁ ଉପକାରୀ ଗୁଣ ରହିଥାଏ । ତାହା କେଶର ମୂଳ ପାଖକୁ ବ୍ଲଡ଼ ସରକୁଲେସନ ବଢାଇଥାଏ । ଏହା ସହିତ କେଶ ଝଡିବା କମାଇବା ସହିତ ନୂଆ କେଶର ଗ୍ରୋଥ କରାଇଥାଏ । ଆପଣ ଏହି ଉପାୟକୁ କରିବା ପାଇଁ ଛୋଟ ଛୋଟ ସାଇଜର ୨ ରୁ ୩ ପିଆଜ କାଟନ୍ତୁ ।

ତାପରେ ଏକ ଗ୍ଯାସରେ ଏକ ପାତ୍ର ବସାନ୍ତୁ । ସେଥିରେ ୧ ଗ୍ଳାସ ପାଣି ଢାଳନ୍ତୁ । ପାଣି ଅଳ୍ପ ସମୟ ଫୁଟିଲା ପରେ ତାପରେ ସେଥିରେ ୧ ଚାମଚ ଚାହାପତି ପକାନ୍ତୁ । ତାପରେ କାଟିକି ରଖିଥିବା ପିଆଜକୁ ସେହି ପାଣିରେ ପକାନ୍ତୁ । ପାଣିକୁ କିଛି ଫୁଟିବାକୁ ଛାଡି ଦିଅନ୍ତୁ । ତାପରେ ପାଣି ଫୁଟି ଫୁଟି ପାଣିର ରଙ୍ଗ ପରିବର୍ତ୍ତନ ହୋଇଗଲା ପରେ ଏହାକୁ ଗ୍ଯାସରୁ କାଢି ଦେବେ ।

ପ୍ରସ୍ତୁତ କରିଥିବା ଏହି ରେମିଡିକୁ କୌଣସି ବର୍ଷର ଉଭୟ ପୁରୁଷ ଓ ମହିଳା ବ୍ୟବହାର କରିପାରିବେ । ଆପଣ ପ୍ରସ୍ତୁତ କରିଥିବା ଶିରମକୁ ଚୁଟି ସାମ୍ପୁ କରିବାର ପୂର୍ବ ଦିନ ରାତିରେ ହିଁ ଲଗାଇପାରିବେ । ଆପଣ ଯଦି କେଶରେ ଆଗରୁ ତେଲ ଲଗାଇଥିବେ । ତେବେ ମଧ୍ୟ ଏହି ଶିରମକୁ ତା’ ଉପରେ ମଧ୍ୟ ଲଗାଇ ପାରିବେ ।

ନଚେତ ସକାଳେ ସାମ୍ପୁ କରିବାର ୧ ରୁ ୨ ଘଣ୍ଟା ପୂର୍ବରୁ ମଧ୍ୟ ଲଗାଇ ତାପରେ ଆପଣ ବ୍ୟବହାର କରୁଥିବା ସାମ୍ପୁର ସହାୟତାରେ ଚୁଟି ସଫା କରିଦେବେ ।ଏହି ପ୍ରସ୍ତୁତ କରିଥିବା ସିରମକୁ ସପ୍ତାହରେ ୨ ରୁ ୩ ଥର ବ୍ୟବହାର କରି ପାରିବେ । ଏହାକୁ ନିଜ କେଶରେ କିଛି ସପ୍ତାହ ବ୍ୟବହାର ପରେ ନିଜେ ହିଁ ଏହାର ଭଲ ପ୍ରଭାବ ବିଷୟରେ ଜାଣିପାରିବେ ।

୧ ସପ୍ତାହ ପାଇଁ ଏହାକୁ ଫ୍ରିଜରେ ଷ୍ଟୋର କରି ରଖିପାରିବେ । ତାପରେ ପର ସପ୍ତାହରେ ପୁଣି ଥରେ ଏହାକୁ ପ୍ରସ୍ତୁତ କରି ଏହି ପ୍ରୋସେସରେ ନିଜ କେଶରେ ପ୍ରୟୋଗ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *