Vastu Tips- ରୋଷେଇ ଘରେ କେବେ ବି ଶେଷ ହେବାକୁ ଦିଅନ୍ତୁ ନାହିଁ ଏହି 3 ଜିନିଷ, ମାଡି ଆସେ ଭୟଙ୍କର ଦରିଦ୍ରତା

ଆମ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ପ୍ରତ୍ୟେକ ଘରର ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ ସ୍ଥାନ ବୋଲି କୁହାଯାଇଛି। କାରଣ ଘରର ସୁଖ ସମୃଦ୍ଧି ଓ ସ୍ବାସ୍ଥ୍ୟ ମୁଖ୍ୟତଃ ରୋଷେଇ ଘର ସହ ଜଡ଼ିତ ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ-ପୂର୍ବ ବା ଆଗ୍ନେୟ ଦିଗରେ ହିଁ ରୋଷେଇ ଘର କରିବା ଉଚିତ୍। ଅଗ୍ନିଦେବ ଏହି ଦିଗର ଦେବତା ଅଟନ୍ତି। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ବଜାୟ ରୁହେ। ତେବେ ରୋଷେଇ ଘରକୁ ନେଇ କେତେକ ନିୟମ ବା ସାବଧାନତା ମଧ୍ୟ ରହିଛି ଯାହା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ଅଟେ।

୧- ରୋଷେଇ ଘରେ ସାକ୍ଷାତ ମା ଅନ୍ନପୂର୍ଣ୍ଣା ଓ ମା ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଏହା କୌଣସି ମନ୍ଦିର ଠାରୁ କମ୍ ନୁହେଁ। ସେଥିପାଇଁ କେବେ ମଧ୍ୟ ଅଗାଧୁଆ ରୋଷେଇ ଘରେ ପ୍ରବେଶ କରନ୍ତୁ ନାହିଁ। ଯଦି ସମ୍ଭବ ନୁହେଁ ତେବେ ହାତ ମୁହଁ ଭଲ ଭାବେ ଧୋଇ ରୋଷେଇ ଘରେ ପ୍ରବେଶ କରନ୍ତୁ। ଏହା ସହ ଚପଲ ଜୋତା ଆଦି ପିନ୍ଧି ମଧ୍ୟ ରୋଷେଇ ଘରକୁ ଯାଆନ୍ତୁ ନାହିଁ। ଏହା ଦ୍ବାରା ମା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ ଓ ଏହାର ପ୍ରଭାବ ଆମ ଘର ଉପରେ ପଡେ।

୨- ରୋଷେଇ ଘରେ ଅଇଁଠା ବାସନ, ଅସନା ଲୁଗା, ଅଳିଆ ଆବର୍ଜ୍ଜନା, ଅସନା ଚପଲ ଆଦି ରଖିବା ଦ୍ବାରା ମଧ୍ୟ ମା ଅନ୍ନପୂର୍ଣ୍ଣା ରୁଷ୍ଟ୍ ହୋଇଯାଆନ୍ତି ଓ ଏହାର ଦୁଷ୍ପ୍ରଭାବ ଆମ ଉପରେ ପଡେ।

୩- ରୋଷେଇ ଘରେ କୌଣସି ସ୍ଥାନରେ ବା ଫ୍ରିଜରେ ମଧ୍ୟ ବାସି ଖାଦ୍ୟ ରଖନ୍ତୁ ନାହିଁ। ଏହା ଉଭୟ ବାସ୍ତୁ ଶାସ୍ତ୍ର ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁଚିତ୍ ଅଟେ। ଏହା ଘରେ ନକାରାତ୍ମକ ଶକ୍ତିକୁ ମଧ୍ୟ ନିମନ୍ତ୍ରଣ କରିଥାଏ।

୪- ରୋଷେଇ ଘରେ ଔଷଧ ରଖିବା ଦ୍ବାରା ଏହାର ପ୍ରଭାବ ଘରର ଅନ୍ୟ ସଦସ୍ୟଙ୍କ ଉପରେ ପଡ଼ିଥାଏ ଓ ଘରେ ନକାରାତ୍ମକତା ଆସେ।

୫- ରୋଷେଇ ଘର ସଫା ସୁତୁରା ରଖିବା ସହ ଅବ୍ୟବହୃତ ଓ ଭଙ୍ଗା ସାମଗ୍ରୀ ଗୁଡ଼ିକ କେବେ ମଧ୍ୟ ରୋଷେଇ ଘରେ ରଖନ୍ତୁ ନାହିଁ। ଘରର ଯେକୌଣସି ନଳରୁ ପାଣି ଝରୁଥିଲେ ତାହା ତୁରନ୍ତ ଠିକ୍ କରନ୍ତୁ। ଏହା ଧନ ନାଶକ ଅଟେ।

୬- ରୋଷେଇ ଘରେ ଆଇନା ରଖନ୍ତୁ ନାହିଁ। ଏହା ଦ୍ବାରା ଦୁର୍ଭାଗ୍ୟ ଆସିଥାଏ ଓ ଘରର ସଦସ୍ୟଙ୍କ ସଫଳତାରେ ଅଧୋଗତି ହୋଇଥାଏ। ବିନା ବିଘ୍ଣରେ କୌଣସି କାର୍ଯ୍ୟ ସମ୍ପନ୍ନ ହୁଏ ନାହିଁ।

୭- ରୋଷେଇ ଘରେ କେବେ ମଧ୍ୟ ଅଇଁଠା ହାତ ମୁହଁ ଧୁଅନ୍ତୁ ନାହିଁ, କୁଳି କିମ୍ବା ବ୍ରଶ ମଧ୍ୟ କରନ୍ତୁ ନାହିଁ। ଯେଉଁ ସ୍ଥାନରେ ମା ଅନ୍ନପୂର୍ଣ୍ଣା ବାସ କରନ୍ତି ସେପରି ସ୍ଥାନରେ ଏହି ସବୁ କରିବା ଅଶୁଭ ବୋଲି କୁହାଯାଏ।

୮- ତାୱା ଓ କଡ଼େଇ ଉପରେ ସବୁଠୁ ଅଧିକ ବାସ୍ତୁ ପ୍ରଭାବ ପଡେ। ଏହାକୁ ଓଲଟା ରଖନ୍ତୁ ନାହିଁ, ସଫା ରଖନ୍ତୁ ଓ ବାହାର ଲୋକଙ୍କ ନଜରରୁ ଲୁଚାଇ ରଖନ୍ତୁ। ନଚେତ ଏହି ଦୁଇଟି ଜିନିଷ ରାହୁ ଓ କେତୁଙ୍କୁ ଆକର୍ଷିତ କରେ।

୯- କିଛି ସାମଗ୍ରୀ ରହିଛି ଯାହା କେବେ ରୋଷେଇ ଘରୁ ଶେଷ ହେବା ଉଚିତ୍ ନୁହେଁ। ଚାଉଳ, ତେଲ, ହଳଦୀ ଓ ଏହା ସହ ରାଇ ଏବଂ ଲୁଣ ମଧ୍ୟ ରୋଷେଇ ଘରୁ ସମାପ୍ତ ହେବା ଅଶୁଭ ଅଟେ। କାରଣ ଏହି ସବୁର ଶେଷ ହେବାର ଅର୍ଥ ଆମ ଜୀବନରୁ ସୁଖ ସମୃଦ୍ଧି ଶେଷ ହେବା ବରାବର ଅଟେ।

୧୦- ରୋଷେଇ ଘରର ରଙ୍ଗ କଳା ବା ଅନ୍ୟ କୌଣସି ଗାଢ଼ ରଙ୍ଗ ରଖନ୍ତୁ ନାହିଁ। ରୋଷେଇ ଘରେ ସର୍ବଦା ଶୁକ୍ରଙ୍କ ରଙ୍ଗ ଅର୍ଥାତ୍ ହଳଦିଆ ରଙ୍ଗର ପ୍ରୟୋଗ କରିବା ଉଚିତ୍ ଅଟେ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *