ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରୋଷେଇ ଘର ସମ୍ପୂର୍ଣ ଭାବରେ ମଙ୍ଗଳ ଗ୍ରହର ହୋଇଥାଏ । ରୋଷେଇ ଘରକୁ ଆପଣମାନେ ଯେତେ ପରିଷ୍କାର ପରିଚ୍ଛନ ରଖିବେ । ସେତେହିଁ ଆପଣଙ୍କର ଘରର ମଙ୍ଗଳ ହୋଇଥାଏ । ଆପଣଙ୍କ ରୋଷେଇ ଘରେ ଅଗ୍ନି କୋଣ ରହିଥାଏ, ଯାହାକି ସେଇ ଅଗ୍ନି କୋଣ ମଙ୍ଗଳ ଗ୍ରହଙ୍କର ହୋଇଥାଏ । ରୋଷେଇ ଘରର କିଛି ଏପରି ଜିନିଷକୁ ଲକ୍ଷ କରି ଆପଣ ମାନେ ଜାଣିପାରିବେ ଆପଣଙ୍କ ଘରର ପରିସ୍ଥିତି ବର୍ତ୍ତମାନ କିପରି ଅଛି ଏବଂ ଆଗକୁ କିପରି ହେବାକୁ ଯାଉଅଛି ।
ଆପଣଙ୍କର ରୋଷେଇ ଘରେ ପ୍ରାୟତଃ ସବୁବେଳେ ଚାଉଳ ଉପଲବ୍ଧ ଥାଏ । ଯେତେବେଳେ ଚାଉଳ ରୋଷେଇ ଘରୁ ସରିଯାଇଥାଏ । ସେତେବେଳେ ଆପଣ ସଙ୍ଗେ ସଙ୍ଗେ ଚାଉଳ ଆଣି ରୋଷେଇ ଘରେ ମହଜୁଦ କରିଦେଇଥାନ୍ତି । ଆପଣଙ୍କୁ ସର୍ବଦା ମନେ ରଖିବା ପାଇଁ ହେବ । ଆପଣଙ୍କ ଘରେ ମଙ୍ଗଳବାର ଓ ଶନିବାର ଯେପରି କେବେବି ଚାଉଳ ସରିନଯାଏ । କାରଣ ଏହି ମଙ୍ଗଳବାର ଓ ଶନିବାର ରୋଷେଇ ଘରୁ ଚାଉଳ ସରିବାର ସଙ୍କେତ ହେଉଛି ବଡ ଦୁର୍ଭାଗ୍ୟ ଆପଣଙ୍କ ଘରକୁ ଆଗମନ ହେଉଛି ।
ସେଥିପାଇଁ ସର୍ବଦା ଏଥି ପ୍ରତି ଧ୍ୟାନ ଦେବେ ଯେପରି ଏହି ଦୁଇ ବାର ଦିନ କେବେ ମଧ୍ୟ ଆପଣଙ୍କ ରୋଷେଇ ଘରେ ଚାଉଳର ଅଭାବ ଦେଖାନଯାଉ । ରୋଷେଇ ଘରେ କେବେ ମଧ୍ୟ ରାତିର ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ । ରାତିର ବାସନ ରାତିରେ ଯଥା ଶୀଘ୍ର ମାଜି ଦେଇ ଶୋଇବାକୁ ଜାଆନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି । ରୁଟି କରିଥିବା ତାୱା ହେଉଛି ରାହୁ ।
ଆପଣ ଯେତେବେଳେ ରୁଟି କରିସାରିବେ ତାକୁ ପରିଷ୍କାର କରି ଦେଇ ରଖନ୍ତୁ ଏବଂ ତାୱାକୁ କେବେ ମଧ୍ୟ ତଳ ମୁହାଁ କରି ରଖନ୍ତୁ ନାହିଁ । ରୋଷେଇ ଘରେ ଥିବା ଚିନି ଡବାକୁ କେବେ ଖାଲି ପଡିବାକୁ ଦିଅନ୍ତୁ ନାହିଁ । କାରଣ ଚିନିରେ ଦୁଇ ପ୍ରକାର ଗ୍ରହ ରହିଥାନ୍ତି । ଶୁକ୍ର ଗ୍ରହଙ୍କ ଚିନିରେ ଅଧକ ପ୍ରଭାବ ରହିଥାଏ, କାରଣ ଚିନିର ରଙ୍ଗ ଧଳା ହୋଇଥାଏ । ରୋଷେଇ ଘରେ ସର୍ବଦା କିଛି ମିଠା ଜିନିଷ ରଖିବାକୁ ଚେଷ୍ଟା କରନ୍ତୁ ।
ନିଜ ରୋଷେଇ ଘରେ ଏକ ପାତ୍ରରେ କିଛି କଳା ଅଭୀର ଉପରେ ଏକ ପିଆଜ ଫାଳ କାଟି ସେଇ ଅଭୀର ଉପରେ ରଖନ୍ତୁ । ପ୍ରତି ସପ୍ତାହରେ ସେଇ ପିଆଜକୁ ଚେଞ୍ଜ କରି ଆଉ ଫାଳେ ପିଆଜ ଆଣିସେଇ ସ୍ଥାନରେ ରଖନ୍ତୁ । ପ୍ରତି ମାସରେ ସେଇ ଅଭିରକୁ ଚେଞ୍ଜ କରି ନୂଆ ଅଭୀର ଆଣି ରଖନ୍ତୁ ।
ଛୁରୀରେ ଆପଣ ପରିବା ଓ ଫଳ କାଟିଥାନ୍ତି । କେବେ ମଧ୍ୟ ପରିବା କାଟି ସାରିବା ପରେ ଛୁରୀର ମୁହଁକୁ ଉପର ମୁହାଁ କରି ରଖିବେ ନାହିଁ। ଏହା କରିବା ଦ୍ଵାରା ଘରେଅ ଶାନ୍ତି, କଳହ ସୃଷ୍ଟି ହୋଇଥାଏ । ଛୁରି ଓ ପନିକି ସବୁବେଳେ ତଳ ମୁହାଁ କରି ରଖନ୍ତୁ । ଆପଣ ଏହି ସବୁ ନିୟମ ମାନି ଚାଲିଲେ ଆପଣଙ୍କର ମଙ୍ଗଳ ହେବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ