ବନ୍ଧୁଗଣ, ବିଶେଷ କରି ଘର ଭିତରେ ଏହି ୫ ଟି କାମ ଆଦୌ କରିବା କଥା ନୁହେଁ । ନଚେତ ଘରେ ଦୁଖଃ ଏବଂ ଦାରିଦ୍ର ଆସିଥାଏ । ଏବଂ ମାତା ଲକ୍ଷ୍ମୀ ଏଭଳି ଘରୁ ଋଷ୍ଠ ହୋଇ ଚାଲି ଯାଇଥାନ୍ତି ।୧;- ଘରର ମହିଳାଙ୍କୁ କେବେ ମଧ୍ୟ ସନ୍ଧ୍ୟା ସମୟରେ ନିଜ କେଶ ମୁକୁଳା କରି ଘରେ ବୁଲିବା ଉଚିତ ନୁହେଁ । କେତେକ ମହିଳାଙ୍କୁ ଏହିଭଳି ଅଭ୍ୟାସ ରହିଥାଏ ଯେ ସେ ସନ୍ଧ୍ୟା ସମୟରେ ନିଜ କେଶକୁ କୁଣ୍ଡାଇବାକୁ ଲାଗିଥାନ୍ତି ।
ଘରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କେଶ ଖୋଲି ଘୁରି ବୁଲିଥାନ୍ତି । ମାତ୍ର ଏଭଳି କରିବା ଶାସ୍ତ୍ର ଅନୁସାରେ ଆଦୌ ଉଚିତ ନୁହେଁ । ସନ୍ଧ୍ୟା ସମୟରେ ଏଭଳି ମୁଣ୍ଡ କୁଣ୍ଡାଇବା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ଆସିବାକୁ ଲାଗିଥାଏ ।
୨;- ଘରର ମୁଖ୍ୟ ଦ୍ଵାରରେ ବସି ଚର୍ଚା କରିବା ଅଥବା ଭୋଜନ କରିବା, ଘରର ଲକ୍ଷ୍ମୀ ମୁଖ୍ୟ ଦ୍ଵାରରେ ଏହିଭଳି କରିବା ଆଦୌ ଉଚିତ ନୁହେଁ । ମାତା ଲକ୍ଷ୍ମୀ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରୁ ପ୍ରବେଶ କରିଥାନ୍ତି ଏବଂ ମୁଖ୍ୟଦ୍ଵାରରେ ହିଁ ଯଦି ମହିଳା ମାନେ ରାସ୍ତା ଅଟକାଇ ବସିଜାଆନ୍ତି ତେବେ ଲକ୍ଷ୍ମୀ ଦ୍ଵାରରୁ ହିଁ ଫେରସ୍ଥ ହୋଇଯାଇଥାନ୍ତି । ଏବଂ ଏହି କଥାର ମଧ୍ୟ ଆପଣ ବିଶେଷ ଭାବରେ ଧ୍ୟାନ ରଖିବେ ଯେ ଘରର ମୁଖ୍ୟଦ୍ଵାରକୁ ସର୍ବଦା ସ୍ଵଛ ରଖନ୍ତୁ ।
୩;- ବହୁତ ମହିଳା ଘରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇରହିଥାନ୍ତି । ଯଦି ଘରର ମହିଳା ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇ ରହିଥାନ୍ତି ତେବେ ଘରକୁ ଆସୁଥିବା ସୁଫଳ ମଧ୍ୟ ଚାଲିଯାଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏଣୁ ପ୍ରାତଃ କାଳ ସକାଳୁ ଉଠି ଭଗବାନ ଶ୍ରୀହରି ଙ୍କର ଆଶୀର୍ବାଦ ନିଅନ୍ତୁ ।
୪;- ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ନକାରାତ୍ମକ ଊର୍ଜା ସଂଚାର କରିଥାଏ । ଏଭଳି ଘରେ ମାତା ଲକ୍ଷ୍ମୀ କେବେ ମଧ୍ୟ ବାସ କରି ନଥାନ୍ତି । ଏହା ସହିତ ଘରର ମହିଳା ଅଇଁଠା ବାସନରେ କେବେ କାହାକୁ ଖାଇବାକୁ ଦିଅନ୍ତୁ ନାହିଁ ।
୫;- ଘରର ସ୍ତ୍ରୀ ପ୍ରାତଃ କାଳରୁ ଉଠି ମାତା ତୁଳସୀଙ୍କୁ ଜଳ ଅର୍ପିତ କରନ୍ତି ତେବେ ତାହା ଶୁଭଫଳ ଦେଇଥାଏ । ଯେଉଁ ବ୍ୟକ୍ତି ମାତା ତୁଳସୀଙ୍କର ନିୟମିତ ପୂଜାପାଠ କରନ୍ତି ସେଠାରେ ଲକ୍ଷ୍ମୀ ଙ୍କର ବାସ ନିଶ୍ଚିତ ଭାବରେ ହୋଇଥାଏ । ଏଥିପାଇଁ ସକାଳର ପ୍ରାରମ୍ଭ ମାତା ତୁଳସୀକୁ ଜଳ ଦେବା ସହିତ ଆରମ୍ଭ କରନ୍ତୁ । ଏହା ସହିତ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କର ସୂର୍ଯ୍ୟ ମଜବୁତ ରହିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ