Vastu tips- ରୋଷେଇ ଘରୁ ଭୁଲ୍ରେ ବି ସରିବା ପାଇଁ ଦିଅନ୍ତୁ ନାହିଁ ଏହି 4 ଟି ଜିନିଷ, ନହେଲେ ହେଇଯିବେ ପୁରା ଭିକାରି ଓ କାଙ୍ଗାଳ

ବନ୍ଧୁଗଣ, ସାବଧାନ ରୁହନ୍ତୁ ଯଦି ଆପଣଙ୍କ ରୋଷେଇ ଘରେ ଏହି ଜିନିଷ ସରିଯାଉଅଛି ତେବେ ଆପଣଙ୍କ ଘରକୁ ଆସିବାକୁ ଯାଉଅଛି ବହୁତ ବଡ ବିପତ୍ତି ତଥା ସମସ୍ୟା । ଏହା ସହିତ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଯାଇଥାଏ । ଆପଣଙ୍କ ବ୍ୟାପାର ବାଣିଜ୍ୟ ରେ କ୍ଷତି ଘଟିପାରେ । ଏହା ସହିତ କେବେ ମଧ୍ୟ ଆପଣଙ୍କ ଘରେ ମାତା ଅର୍ଣ୍ଣପୂର୍ଣା ବାସ କରିବେ ନାହିଁ । ଏଣୁ ଆପଣ ମାନେ ଏହି ଜିନିଷ ଗୁଡିକୁ ଭୁଲରେ ମଧ୍ୟ ସରିବାକୁ ଦିଅନ୍ତୁ ନାହିଁ । ଆସନ୍ତୁ ତେବେ ଜାଣିନେବା ସେହି ଜିନିଷ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- ଆପଣ କେବେ ମଧ୍ୟ ଆପଣଙ୍କ ରୋଷେଇ ଘରୁ ଅଗ୍ନି ସରିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ଗ୍ୟାସ ସିଲିଣ୍ଡର ସାରିବା ଆଗରୁ ନୂଆ ଆଣି ନିଜ ଘରେ ରଖି ଦିଅନ୍ତୁ । ଆପଣ ଯଦି ରୋଷେଇ ଘରୁ ଅଗ୍ନି କୁ ସାରିବା ପର୍ଯ୍ୟନ୍ତ ରହୁଥିବେ ତେବେ ଆପଣ ଅତି ଶୀଘ୍ର କାଙ୍ଗାଳ ହୋଇପାରନ୍ତି ।

୨- ଆପଣଙ୍କ ଘରେ ମୁଖ୍ୟ ଖାଇବା ଜିନିଷ କେବେ ମଧ୍ୟ ସରିବାକୁ ଦିଅନ୍ତୁ ନାହିଁ । ଅର୍ଥାତ ଆପଣଙ୍କ ଘରେ ଅଟା ଏବଂ ଚାଉଳ ସରିବା କେବେ ମଧ୍ୟ ଶୁଭ ହୋଇ ନଥାଏ । ଆପଣଙ୍କ ଘରେ ଅଟା ସରିବା ମାନେ ଆପଣଙ୍କ ଘରେ ରାହୁ କେତୁ ପ୍ରବେଶ କରିବା ସହିତ ସମାନ ଅଟେ । ଏବଂ ଆପଣ ଲକ୍ଷ ଚେଷ୍ଟା କରିଲେ ମଧ୍ୟ ଆପଣଙ୍କ ଘରୁ ଦାରିଦ୍ର୍ୟତା ଦୂର ହୋଇ ନଥାଏ । ଯେଉଁ ଘରେ ଚାଉଳ ଏବଂ ଅଟା ରହିଥାଏ ସେହ ଘରେ ଦେବୀ ଅର୍ଣ୍ଣପୂର୍ଣ୍ଣା ବାସ କରିଥାନ୍ତି ।

୩- ହଳଦୀ ମାତା ଲକ୍ଷ୍ମୀ ଙ୍କ ରୂପ ଅଟେ । ଏଣୁ ଆପଣଙ୍କ ଘରୁ ଯଦି ହଳଦୀ ସରିଯାଇଥାଏ ତେବେ ନାନା ପ୍ରକାରର ସଙ୍କଟ ମାଡି ଆସିଥାଏ । ଯଦି ଆପଣଙ୍କ ଘରେ ହଳଦୀ ନଥାଏ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି ନାହିଁ । ଏହା ଫଳରେ ଆପଣ ଭିକାରି ପାଲଟି ଯାଇପାରନ୍ତି ।

୪- ଲୁଣ ଆପଣଙ୍କୁ ବହୁତ ପ୍ରକାର ସାହାର୍ଜ୍ୟ କରିଥାଏ । ଯେଉଁ ଘରେ ଲୁଣ ରହିଥାଏ ସେହିଘରେ ନକାରାତ୍ମକ ଶକ୍ତି କେବେ ମଧ୍ୟ ପ୍ରବେଶ କରିନଥାଏ । ଆପଣଙ୍କ ଘରେ ଲୁଣ ର ଅବସ୍ଥିତି ବହୁତ ପ୍ରକାରର ବସ୍ତୁ ଦୋଷଦୂର କରିଥାଏ । ଆପଣଙ୍କ ଘରେ ଲୁଣ ଥିଲେ, ଧନର ଅଭାବ ଆପଣଙ୍କର ଦୂର ହୋଇଥାଏ । ଆପଣ ମାନଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥାଏ । ଏହି ମତାନ୍ତର ଯୋଗୁଁ ଆପଣଙ୍କ ଘରେ ଝଗଡା ଲାଗିଥାଏ ।

ଏଣୁ ମାନେ ରଖନ୍ତୁ ଲୁଣ କୁ କେବେ ମଧ୍ୟ ଆପଣ  ନିଜ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ । ସେହିଭଳି ଆପଣଙ୍କ ରୋଷେଇ ଘରେ ଜଳ ରହି ନଥାଏ ତେବେ ଜାଣି ନିଅନ୍ତୁ ସର୍ବନାଶ ଘଟିବାକୁ ଯାଉଅଛି । ବନ୍ଧୁଗଣ ଆପଣ ଏହି ବିଶେଷ କଥା ଗୁଡିକର ଧ୍ୟାନ ରଖନ୍ତୁ ଏବଂ ଏହି ୪ ଟି ଜିନିଷ କୁ କେବେ ହେଲେ ଆପଣଙ୍କ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *