ରାସ୍ତାରେ ଯଦି ଦେଖନ୍ତି ଏହି 7 ଟି ଜିନିଷ, ତୁରନ୍ତ ନିଜ ରାସ୍ତା ବଦଳେଇ ଦିଅନ୍ତୁ, ହୋଇପାରେ ଅନର୍ଥ !

ବନ୍ଧୁଗଣ, ଆଜିର ଭୌତିକ ଦୁନିଆରେ ମଣିଷ ବହୁତ ପ୍ରୟୋଗିକ ହୋଇଯାଇଛନ୍ତି ଯେ କିଛି ମଧ୍ୟ ଜିନିଷ ସହିତ ଜଡ଼ିତ ତଥ୍ୟର ବୈଜ୍ଞାନିକ କାରଣ ଖୋଜିବାରେ ଲାଗି ଯାଇଥାନ୍ତି । ଆଜିର ଆଧୁନିକ ଯୁଗର ପିଢ଼ିର ଲୋକ ପୁରାଣ ଓ ଶାସ୍ତ୍ର ବିଷୟରେ ଅଜ୍ଞାତ ହେବା ଏକ ସାଧାରଣ କଥା ଅଟେ । କିନ୍ତୁ ତାଙ୍କର ଏହି ଅଜ୍ଞାନତା ତାଙ୍କ ଜୀବନରେ ବହୁତ ସମସ୍ୟା ଆଣିଥାଏ ।

ବହୁତ ଲୋକଙ୍କର ଅଜ୍ଞାନତା ପାଇଁ ତାଙ୍କ ଦ୍ଵାରା ହୋଇଥିବା ଘଟଣା ଯୋଗୁଁ ତାଙ୍କ ଜୀବନରେ ଶାରୀରିକ, ମାନସିକ ଉପରେ ପ୍ରଭାବ ପଡିବା ସହିତ ମୃ-ତ୍ୟୁ ର କାରଣ ମଧ୍ୟ ହୋଇଥାଏ । ତେବେ ଚାଲନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା ।

୧:- ବିଷ୍ଣୁ ପୁରାଣ ଅନୁସାରେ ଆପଣ ରାସ୍ତାରେ ଯାଉଥବା ସମୟରେ ଯଦି ଆପଣଙ୍କୁ ରାସ୍ତାରେ ମୃ-ତ ପ୍ରାଣୀର ଅସ୍ଥି ଦେଖା ଯାଇଥାଏ, ତେବେ ଏହାକୁ ଭୁଲରେ ବି ଡେଇଁ କିମ୍ବା ତା ପାଖ ଦେଇ ଯାଆନ୍ତୁ ନାହିଁ । ସାଧାରଣତଃ ଏହା ସଡ଼କ ଦୁର୍ଘଟଣା ରେ କୌଣସି ମୃ-ତ ପ୍ରାଣୀର ହୋଇଥାଏ । ଯଦି ଆପଣ ଏଭଳି ଭୁଲ କରି ଦେଉଛନ୍ତି ତେବେ ତୁରନ୍ତ ଘରକୁ ଯାଇ ସ୍ନାନ କରି ଦିଅନ୍ତୁ । ବିଷ୍ଣୁ ପୁରାଣ ଅନୁସାରେ ଏଭଳି ଅସ୍ଥି ପାଖରେ ନକରାତ୍ମକ ଶକ୍ତି ବାସ କରିଥାଏ । ଯଦି ଆପଣ ଏଭଳି ଅସ୍ଥି ସମ୍ପର୍କରେ ଆସି ଯାଉଛନ୍ତି ତେବେ ଏହା ଆପଣଙ୍କ ପବିତ୍ରତା କୁ ନଷ୍ଟ କରିଥାଏ ।

୨:- ହିନ୍ଦୁ ଧର୍ମରେ କେଶ କୁ ଅଶୁଭ ମାନା ଯାଇଥାଏ । କେଶ ସମ୍ବନ୍ଧରେ ମହାଜ୍ଞାନୀ ଭୀଷ୍ମ ଥରେ ଅର୍ଜୁନ ଙ୍କୁ କହିଥିଲେ ଯଦି ଭୋଜନ କରିବା ସମୟରେ ଭୁଲରେ ବି କେଶ ଆସିଯାଇ ଥାଏ ତେବେ ସେହି ଖାଦ୍ୟ କୁ ଗ୍ରହଣ କରିବା ଉଚିତ ନୁହେଁ । ତେଣୁ ରାସ୍ତାରେ ଯାଉଥିବା ସମୟ ରେ ରାସ୍ତାରେ ପଡ଼ୁଥିବା କଟା ଚୁଟି କୁ ଡେଇଁ ଆଦୌ ଯିବା କଥା ନୁହେଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ।

୩:- ତୃତୀୟ ବସ୍ତୁ ହେଉଛି ପାଉଁଶ, ଯଦି କୌଣସି ଜାଗାରେ କିମ୍ବା ଅନୁଷ୍ଠାନ ରେ ହୋମ ହୋଇ ସାରିବା ପରେ ସେଠାକାର ହୋମ କରାଯାଇଥିବା କାଠ ପାଉଁଶ କୁ ନେଇ ଭୁଲବଶତଃ ରାସ୍ତାରେ ପକାଇ ଦିଆଯାଇଥାଏ । ଅଗ୍ନି ଦେବଙ୍କ କୃପାରୁ ହୋଇଥିବା ଏହି ପାଉଁଶ ବହୁତ ପବିତ୍ର ହୋଇଥାଏ । ଯଦି କୌଣସି ବ୍ୟକ୍ତି ଏହାକୁ ଡେଇଁ କିମ୍ବା ପାଦ ପକାଇ ଦେଇଥାଏ ତେବେ ସେହି ବ୍ୟକ୍ତି ପାପ ର ଭାଗିଦାର ହୋଇଯାଇଥାଏ ।

୪:- ଚତୁର୍ଥ ବସ୍ତୁ ହେଉଛି ଆପଣଙ୍କୁ କେବେବି ରାସ୍ତାରେ ପଡ଼ିଥିବା ଏହି ବସ୍ତୁକୁ ଡେଇଁ ଯିବା କଥା ନୁହେଁ ଯେଉଁ ବସ୍ତୁକୁ ତାନ୍ତ୍ରିକ କାମରେ ଲଗା ଯାଇଥାଏ । କାରଣ ଏହି ବସ୍ତୁ ରେ ନକରାତ୍ମକ ଶକ୍ତିର ବାସଥାଏ । ଏହାକୁ ଡେଇଁ ଯିବା ଦ୍ଵାରା ସେହି ନକରାତ୍ମକ ଶକ୍ତି ଆପଣଙ୍କ ସହ ଆସିଯାଇଥାଏ ।

୫:- ପଞ୍ଚମ ବସ୍ତୁ ହେଉଛି ଆପଣ କେବେବି କଣ୍ଟା ମାର୍ଗ ରେ ଯାଆନ୍ତୁ ନାହିଁ । ବାସ୍ତବରେ କଣ୍ଟା ମାର୍ଗ ରେ ଯିବା ଦୁର୍ଭାଗ୍ୟର କାରଣ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଏଭଳି ମାର୍ଗରେ ଯାଇଥାଏ ତେବେ ତାହାର କ୍ଷତ ହୋଇଥାଏ ଏବଂ ତା’ସହିତ ଆପଣଙ୍କ ଦୁର୍ଭାଗ୍ୟର କାରଣ ମଧ୍ୟ ହୋଇଥାଏ ।

୬:- କୌଣସି ବ୍ୟକ୍ତିର ଗାଧୁଆ ପାଣି ମଧ୍ୟ ଡେଇଁ ଯିବା ଆଦୌ ଉଚିତ ହୋଇନଥାଏ । ବିଷ୍ଣୁ ପୁରାଣ ଅନୁସାରେ ଏହାକୁ କଷ୍ଟଦାୟୀ ବୋଲି କୁହାଯାଇ ଅଛି । ଏହି ଗାଧୁଆ ପାଣି କୁ ଡେଇଁ ଯିବା ଦ୍ଵାରା ଆପଣଙ୍କ ଜୀବନରେ ଦରିଦ୍ରତା ଆସି ଯାଇଥାଏ ।

୭:- ଶେଷ ବସ୍ତୁ ଟି ହେଉଛି ବନ୍ଧୁଗଣ ଏହା କିଛି ବସ୍ତୁ ନୁହେଁ ଏହା ଏକ ଅଦରକାରୀ ବର୍ଜ୍ୟବସ୍ତୁ ଯାହାକୁ କିଛି ମୂର୍ଖ ଲୋକ କରିଥାନ୍ତି । ଯେମିତିକି ମଳ ମୂତ୍ର, କେଶ ଗୁଛା ଓ ଛେପ ଆଦି ଜିନିଷ କୁ ଡେଇଁ ଯିବା ଦ୍ଵାରା ପେଟ ମୁଣ୍ଡ ଓ ଗୋଡ ରେ କଷ୍ଟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *