Health tips; – ରଶୁଣ ଖାଇବାର ଉପକାରୀତା ଜାଣନ୍ତୁ… ରଶୁଣକୁ କିଏ ଓ କିପରି ଭାବେ ଖାଇବେ ?

ବନ୍ଧୁଗଣ ଆମର ଭଲ ଖାଦ୍ୟାଭ୍ୟାସ ଆମକୁ ସୁସ୍ଥ ରଖିଥାଏ । ଯେମିତି ଶରୀରରେ ବାରମ୍ବାର କୌଣସି ରୋଗବେମାରୀ ହେବ ନାହିଁ କି ଆମକୁ ସେଥିପାଇଁ ଅଧିକ ଖର୍ଚାନ୍ତ ହେବାକୁ ମଧ୍ୟ ପଡିବ ନାହିଁ । ଯେମିତି ଔଷଧୀୟ ଗୁଣରେ ଭରପୁର ଖାଦ୍ୟ ହେଉଛି ରସୁଣ । ଏହାର ସେବନ ଆମକୁ ଅନେକ ଗୁଡିଏ ରୋଗବେମାରୀ ଠାରୁ ବଞ୍ଚାଇ ଥାଏ । ଆଜି ଆମେ ଆପଣଙ୍କୁ ରସୁଣ ଖାଇବାର ଫାଇଦା ବିଷୟରେ କହିବୁ । ଏହାସହ ରସୁଣ ଖାଇବାର କିଛି ନିୟମ ମଧ୍ୟ କହିବୁ ।

1- ଶୀତଦିନେ ଗୋଟିଏ ପାଖୁଡା କଞ୍ଚା ରସୁଣ ଖାଇବା ଦ୍ଵାରା ଥଣ୍ଡା ଓ କଫ ଭଳି ସମସ୍ଯାରୁ ଆରାମ ମିଳିଥାଏ । କଞ୍ଚା ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି । ସକାଳ ଜଳଖିଆ ସମୟରେ ମାତ୍ର ଗୋଟିଏରୁ ଦୁଇ କୋଲ ରସୁଣ ଖାଇବା ଦ୍ଵାରା ଗ୍ଯାସ, ଏସିଡିଟି, ବଦହଜମି ଭଳି ପେଟଜନିତ ସମସ୍ୟାରୁ ଆପଣ ମୁକ୍ତି ପାଇବେ ।

2- ପ୍ରତିଦିନ ରସୁଣ ସେବନ କରିବା ଦ୍ଵାରା ପେଟରେ ଥିବା କୃମି ମରିଯାନ୍ତି । ଛୋଟ ପିଲାଙ୍କୁ ମଧ୍ୟ ନିୟମିତ କଞ୍ଚା ରସୁଣ ଖାଇବାକୁ ଦେଇପାରିବେ । ଏହାଦ୍ବାରା ତାଙ୍କୁ ଠିକ ସମୟରେ ଭୋକ ଲାଗିବା ସହ ପେଟର ବ୍ୟାକ୍ଟେରିଆକୁ ମଧ୍ୟ ଶେଷ କରିଦିଏ । ଛୋଟ ପିଲାମାନେ ଏହା ଖାଇବାକୁ ଭଲପାଆନ୍ତି ନାହିଁ । ତେଣୁ ଆପଣ ତାଙ୍କୁ ଭଜାଭଜିରେ ଏହାକୁ ଛୋଟ ଖଣ୍ଡରେ କାଟି ଖୁଆଇ ପାଇରିବେ ।

3- ଆପଣଙ୍କର ଯଦି ହାଇ ବ୍ଲଡ଼ପ୍ରେସର ସମସ୍ଯା ରହିଛି ତେବେ ଆପଣ କଞ୍ଚା ରସୁଣ ଖାଇବା ନିହାତି ଆବଶ୍ୟକ । ଏହା ଆମ ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣରେ ଆଣିବା ସହ କୋଲେଷ୍ଟ୍ରୋଲର ମାତ୍ରାକୁ ମଧ୍ୟ କମାଇଦିଏ । ଏହା ହୃଦରୋଗକୁ ମଧ୍ୟ ଆମ ଠାରୁ ଦୂରେଇ ରଖେ । କଞ୍ଚା ରସୁଣ ଆମ ଶରୀରରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । କଞ୍ଚା ରସୁଣ ଆମ ଶରୀରର ଅନେକ ବଡ ବଡ ରୋଗ ସହ ଲଢିଥାଏ ।

4- ଯେଉଁମାନେ ଧୂମ୍ରପାନ କରନ୍ତି ସେମାନଙ୍କ ପାଇଁ କଞ୍ଚା ରସୁଣ ଚମତ୍କାରୀ ଔଷଧ ଅଟେ । କାରଣ ଏହା ଆମ ଫୁସଫୁସକୁ ସୁସ୍ଥ ରଖିଥାଏ । ରସୁଣର ଆଣ୍ଟି ବ୍ୟାକ୍ଟେରିଆଲ ଶକ୍ତି ଯୋଗୁଁ ଦାନ୍ତ ମୂଳେ ହୋଇଥିବା ସଂକ୍ରମଣ କମିଯାଏ । କଞ୍ଚା ରସୁଣ ମେଲ୍ ହରମୋନ ଲେବୁଲକୁ ମଧ୍ୟ ବାଲାନ୍ସରେ ରଖେ ।

5- ଶରୀରରେ ରକ୍ତ ଜମାଟ ବାନ୍ଧୁଥିଲେ ଏହା ତାକୁ ମଧ୍ୟ ଠିକ କରିଥାଏ । ଯଦି ଲୋ ବ୍ଲଡ଼ପ୍ରେସର ସମସ୍ଯା ରହିଛି ତେବେ କେବେବି ଖାଲି ପେଟରେ କଞ୍ଚା ରସୁଣ ଖାଆନ୍ତୁ ନାହିଁ । ରସୁଣରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ର ଅଧିକ ଥିବାରୁ ଲିଭର ଦୁର୍ବଳ ଥିବା ବ୍ୟକ୍ତି ମଧ୍ୟ ଏହା ଖାଇବା ଉଚିତ ନୁହେଁ । ରସୁଣ ଶରୀରକୁ ଗରମ କରିଦିଏ, ତେଣୁ ଗର୍ଭବତୀ ମହିଳା କଞ୍ଚା ରସୁଣ ଖାଲିପେଟରେ ଖାଆନ୍ତୁ ନାହିଁ । କାରଣ ଗର୍ଭାବସ୍ଥାରେ ମହିଳାଙ୍କ ଶରୀର ସାମାନ୍ଯ ଠାରୁ ଅଧିକ ଗରମ ଥାଏ । ତେଣୁ କଞ୍ଚା ରସୁଣ ଖାଇବା ଦ୍ଵାରା ରକ୍ତସ୍ରାବ ହୋଇପାରେ ।

ଯଦି ଆପଣ ପୂର୍ବରୁ କେଉଁ ରୋଗରେ ପୀଡିତ ଅଛନ୍ତି ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ଓ ତା’ପରେ ଏହାର ସେବନ କରନ୍ତୁ । କିନ୍ତୁ ସୁସ୍ଥ ବ୍ୟକ୍ତି କିଛି ନିୟମ ପାଳନ କରିବା ସହ ଏହାର ସେବନ କରନ୍ତୁ । 1 ରୁ 2 ଟି କୋଲା ରସୁଣକୁ ଉଷୁମ ପାଣି ସହ ଚୋବାଇ ଖାଆନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *