ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତିଙ୍କ ଘରେ ରହିଥାଏ । ପ୍ରାଚୀନ ହିନ୍ଦୁ ଧର୍ମ ର ଗ୍ରନ୍ଥ ରେ ତୁଳସୀ ଗଛର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତୁଳସୀ ଗଛ ପୃଥିବୀ ରେ ସ୍ଥିତ ସମସ୍ତ ବନସ୍ପତି ଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତୁଳସୀ ଗଛ ବିଭିନ୍ନ ପ୍ରକାର ରୋଗକୁ ନାଶ କରିଥାଏ ଏବଂ ଘରେ ସକରାତ୍ମକ ଉର୍ଜା କୁ ସୃଷ୍ଟି କରିଥାଏ ଏବଂ ଏହା ସହିତ ଘରେ ତୁଳସୀ ଗଛ ରହିବା ଦ୍ଵାରା ସୁଖ ଏବଂ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ଘର ବିଭିନ୍ନ ରୋଗରୁ ମୁକ୍ତ ରହିଥାଏ ।
ଏହି କାରଣରୁ ପ୍ରାଚୀନ ଋଷିମୁନି ମାନେ ତୁଳସୀ ଗଛର ପୂଜା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ତୁଳସୀ ଗଛର ପତ୍ର ଖାଇଥାଏ ତେବେ ସେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣ ରୁ ମଧ୍ୟ ତୁଳସୀ ଗଛର ଉପକାରୀତା ସମ୍ବନ୍ଧରେ ବର୍ଣ୍ଣିତ ରହିଛି । କିନ୍ତୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ଲଗାଇବାକୁ ନେଇ ମଧ୍ୟ କିଛି ନୀତି ନିୟମ ରହିଛି ଯାହାକୁ ମାନିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।
ବନ୍ଧୁଗଣ ତୁଳସୀ ଗଛ କୁ ବୃହସ୍ପତି ବାରରେ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଅନୁକୂଳ ସମୟ ହୋଇଥାଏ । କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତୁଳସୀ ଗଛ କୁ ଘରର ଅଗଣାରେ ଲଗାଇବା ଶୁଭ ଅଟେ । ପ୍ରତିଦିନ ସକାଳ ସମୟରେ ତୁଳସୀ ଗଛରେ ପାଣି ଅର୍ପଣ କରି ପରିକ୍ରମା କରିବା ଏବଂ ସନ୍ଧ୍ୟା ସମୟରେ ତୁଳସୀ ଗଛ ତଳେ ଘିଅ ଦୀପ ଜାଳିବା ସର୍ବୋତ୍ତମ ଅଟେ ।
ଚନ୍ଦ୍ର ଗ୍ରହଣ ସମୟରେ ଅନ୍ନରେ ତୁଳସୀ ପତ୍ର ରଖିବା ଦ୍ୱାରା ଗ୍ରହଣ ଲାଗି ନଥାଏ । ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହେବା ସହ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ । ତେବେ ତୁଳସୀ ଦୁଇ ପ୍ରକାରର ଥାଏ ରାମ ତୁଳସୀ ଏବଂ କୃଷ୍ଣ ତୁଳସୀ ଯାହାକୁ ଧଳା ତୁଳସୀ ଏବଂ କଳା ତୁଳସୀ ମଧ୍ୟ କୁହାଯାଏ ତେବେ ଆସନ୍ତୁ ଏହାର ପ୍ରଭେଦ ଏବଂ କେଉଁ ତୁଳସୀ କୁ ଘରେ ରଖିବା ଉଚିତ ଜାଣିନେବା ।
ପ୍ରଥମରେ କୃଷ୍ଣ ତୁଳସୀ ଟିକେ କଳା ରଙ୍ଗ କିମ୍ବା ବାଇଗଣୀ ଏବଂ ରାମ ତୁଳସୀ ଏକଦମ ସବୁଜ ଅଟେ ଏହାର ଶିରା ମଧ୍ୟ ସବୁଜ କିନ୍ତୁ କୃଷ୍ଣ ତୁଳସୀ ର ଶିରା ମଧ୍ୟ ବାଇଗଣୀ । ତେବେ କୃଷ୍ଣ ତୁଳସୀ ର ଵାସନା ଅଧିକ ଥାଏ ଏବଂ ରାମ ତୁଳସୀ ରେ ବାସ୍ନା କମ ଥାଏ । ଦ୍ଵିତୀୟ ରେ କୃଷ୍ଣ ତୁଳସୀ ର ସ୍ୱାଦ ବହୁତ ଥାଏ ଏବଂ ଖାଇଲେ ଟିକେ ରାଗ ମଧ୍ୟ ଲାଗେ କିନ୍ତୁ ରାମ ତୁଳସୀ ରେ ସ୍ୱାଦ ଅଳ୍ପ ଥାଏ ଖାଇଲେ କିଛି ଅନୁଭବ ହୁଏ ନାହିଁ ବାସ ତାର ବାସନା ମିଳେ ।
ତୃତୀୟ ରେ ହେଉଛି ଯେତେବେଳେ ଆପଣ ଖରାଦିନେ କୌଣସି ସର୍ବତ କରନ୍ତି ତେବେ ସେଥିରେ ରାମ ତୁଳସୀ ପକାନ୍ତୁ ଏହା ଦ୍ୱାରା ଥଂଡା ଅନୁଭବ ହୁଏ ଏବଂ ଶୀତଦିନେ ଚା ବନେଇବା ବେଳେ କଳା ତୁଳସୀ ପକାନ୍ତୁ ଯାହାଦ୍ୱାରା ଆପଣ ଙ୍କ ଦେହ ଗରମ ରହିବ । ତେବେ ଯଦି ଏହି ଦୁଇ ଜଣଙ୍କ ଭିତରୁ ଯଦି ଘରେ ରଖିବା କଥା ଆସିଲେ ତେବେ ଆପଣ କୃଷ୍ଣ ତୁଳସୀ ଙ୍କୁ ଆଣନ୍ତୁ ।
ଏହାର କଡା ବାସ୍ନା ଯୋଗୁଁ ଘରେ ସକରାତ୍ମକ ଭାବ ସହ କୌଣସି ମଶା ମାଛି ଘରେ ପଶିବେ ନାହିଁ ଏବଂ ଏହାର ଅନେକ ଫାଇଦା ମଧ୍ୟ ଅଛି ତେବେ ଆପଣ ଚାହିଁଲେ ଦୁଇ ଜଣଙ୍କୁ ଅର୍ଥାତ ରାମ ତୁଳସୀ ଏବଂ କୃଷ୍ଣ ତୁଳସୀ କୁ ଘରେ ରଖି ପାରିବେ କୌଣସି ଅସୁବିଧା ନାହିଁ । ତେବେ କିନ୍ତୁ ବାସ୍ତୁ ଅନୁସାରେ ଘରର ଉତ୍ତର- ପୂର୍ବ ଦିଗରେ ହିଁ ତୁଳସୀ ଗଛ ରଖିବା ଉଚିତ ଅଟେ ।