ରକ୍ତ ଅଭାବ କାରଣରୁ ସବୁବେଳେ ଥକି ପଡିବା ଓ କମଜୋରି ରହୁଛି କି ? 8 ଦିନରେ ହେବ ଠିକ, ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ, ଆମ ମଣିଷ ଶରୀରରେ ଯଦି କାହାର ମିତ୍ରା ଅଳ୍ପ ବେଶୀ ହୋଇଯାଏ ତେବେ ଏହାଦ୍ୱାରା ଆମେ ଅସୁସ୍ଥ ହୋଇଯାଇଥାଉ । ତେଣୁ ଆମକୁ ସର୍ବଦା ଆମ ସ୍ୱାସ୍ଥ୍ୟ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତ ଅଭାବ ରହିଥାଏ ଏବଂ ସେଥିପାଇଁ ଆପଣଙ୍କୁ ସବୁବେଳେ ଥକାପଣ ଅନୁଭବ ହେଉଥାଏ ତେବେ ଆପଣଙ୍କର ଏହି ରକ୍ତ ଅଭାବ କାରଣରୁ ହେଉଥିବା ସମସ୍ତ ସମସ୍ୟାରୁ ଆପଣ କେବଳ ୮ ଦିନରେ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଆପଣ ନିଜ ଶରୀରକୁ ରକ୍ତ ଅଭାବ ହେବାରୁ ରୋକିବେ ।

ଯେତେବେଳେ ଆପଣଙ୍କ ଶରୀରରେ ରକ୍ତର ଅଭାବ ହୋଇଥାଏ ସେତେବେଳେ ଆପଣଙ୍କୁ ସବୁ ସମୟରେ ଥକାପଣ ଅନୁଭବ ହୋଇଥାଏ । କୋଣସି କାମ କରିବା ପାଇଁ ଆପଣଙ୍କ ମନ ଲାଗିନଥାଏ । ଅଳ୍ପ କିଛି ବାଟ ଚାଲିବା ଫଳରେ ଆପଣ ଧଇଁ ସଇଁ ହେବାକୁ ଲାଗିବେ । ଏହିସବୁ ଲକ୍ଷଣ ଗୁଡିକ ଦେଖାଦେଇଥାଏ ଶରୀରରେ ରକ୍ତ ଅଭାବ ହେବା କାରଣରୁ ।

ଆପଣଙ୍କ ଶରୀରରେ ରକ୍ତ ଅଭାବ ହେବାର ସବୁଠାରୁ ବଡ କାରଣ ହୋଇଥାଏ ଆଇରନର ଅଭାବ, ଭିଟାମିନ-c ର ଅଭାବ । ତେଣୁ ଆପଣଙ୍କୁ ସର୍ବଦା ଭିଟାମିନ-c ଏବଂ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । କମଳା, ବ୍ରୋକଲି, ଆଳୁ, ଲେମ୍ବୁ, ଅଁଳା ଏହିସବୁରେ ଭିଟାମିନ-c ର ମାତ୍ରା ପ୍ରଚୁର ପରିମାଣରେ ରହିଛି ଯାହା ଫଳରେ ଆପଣଙ୍କୁ ଏହାସବୁ ଖାଦ୍ୟ ଖାଇବା ଦ୍ଵାରା ଭିଟାମିନ ମିଳିଥାଏ ଏବଂ ଆପଣଙ୍କ ରକ୍ତ ଅଭାବ ହେବାର ସମସ୍ୟା ଦେଖା ଦେଇନଥାଏ ।

ଆପଣଙ୍କୁ ଏହାସହିତ ଗାଢ ସବୁଜ ରଙ୍ଗର ପନି ପାରିବା ଖାଇବା ଆବଶ୍ୟକ ହୋଇଥାଏ । କାରଣ ସେଥିରେ ଅଧିକ ପରିମାଣରେ କ୍ଳୋରୋଫିଲ ରହିଥାଏ ଏବଂ କ୍ଳୋରୋଫିଲ ଆପଣଙ୍କ ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ । ଯାହାଫଳରେ ଆପଣଙ୍କ ଶରୀର ରକ୍ତ ବହୁତ ଅଧିକ ତିଆରି ହେବାକୁ ଲାଗିଥାଏ ଏବଂ ଆପଣଙ୍କ ଶରୀରରେ ଥିବା ରକ୍ତ ଅଭାବ ଦୂର ହୋଇଥାଏ ।

ଏଥିପାଇଁ ଆପଣ ପାଳଙ୍ଗ ଶାଗ, ସବୁଜ ପିଆଜ ଇତ୍ୟାଦି ଖାଇବା ଉଚିତ । ବିଟ ଏବଂ ଡାଳିମ୍ବ ଆପଣଙ୍କ ଶରୀରରେ ବହୁତ ଶୀଘ୍ର ରକ୍ତ ଅଭାବକୁ ଦୂର କରିଥାନ୍ତି । ଯଦି ଆପଣଙ୍କ ଠାରେ ବହୁତ ଅଧିକ ଥକାପଣ ଦେଖାଦିଏ ରକ୍ତ ଅଭାବ ପାଇଁ ତେବେ ଆପଣ FYTIKA ଭିଆଇଟିଏ 365 ର ବଟିକା ଆପଣ ଖାଇପାରିବେ । ଏହି ମେଡ଼ିସିନ ଆପଣଙ୍କ ଶରୀରରେ ରକ୍ତ ତିଆରି କରିବା ସହ ଆପଣଙ୍କ ଶରୀର ଥକାପଣକୁ ମଧ୍ୟ ଦୂର କରିଥାଏ ।

ଆପଣଙ୍କ ଶରୀରକୁ ମଜବୁତ କରିବା ପାଇଁ ଏବଂ ଆପଣଙ୍କ ଥକାପଣ ଦୂର କରିବା ପାଇଁ ଆପଣ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ଆପଣ ପାଣି ସବୁବେଳେ ତମ୍ବା ପାତ୍ରରେ ରଖି ପିଇବା ଉଚିତ । କଳା ରାଶି ମଧ୍ୟ ଆପଣଙ୍କ ଶରୀରରେ ବହୁତ ଶୀଘ୍ର ରକ୍ତ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *