ରଜ ସଂକ୍ରାନ୍ତି (15 June), ଝିଅ ଏବଂ ମହିଳାମାନେ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ, ହେବ ସର୍ବନାଶ

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମରେ ବାର ମାସ ରେ ତେର ପର୍ବ ହୋଇଥାଏ । ପ୍ରତ୍ୟେକ ପର୍ବ ର ନିଜର ବିଶେଷତ୍ଵ ମଧ୍ୟ ରହିଥାଏ । ସେହି ଭଳି ଏକ ପର୍ବ ହେଉଛି ରଜ ପର୍ବ ଏହା ଆମ ମାନଙ୍କ ର ଏକ ପ୍ରମୁଖ ପର୍ବ ଅଟେ । ରଜ ପର୍ବ ଝିଅ ମାନଙ୍କ ର ପ୍ରମୁଖ ପର୍ବ ଅଟେ ।

ତେବେ ଆଜି ଆମେ ରଜ ପର୍ବ ରେ ଝିଅ ମାନେ କଣ କରିବା ଉଚିତ ନୁହେଁ ଏବଂ କେଉଁ କେଉଁ କାର୍ଯ୍ୟ ପାଇଁ ଘର ଲୋକେ ବାରଣ କରିବାର କାରଣ ଆଦି ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ବାର ମାସ ତେର ପର୍ବ ର ମିଥୁନ ସଂକ୍ରାନ୍ତି ର ଏହି ପର୍ବ କୁ ରଜ କୁହାଯାଇ ଥାଏ । ରଜ ପର୍ବ ତିନିଦିନ ହୋଇଥାଏ ପ୍ରଥମ ଦିନ କୁ ପହିଲି ରଜ ଦ୍ଵିତୀୟ ଦିନ କୁ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ କୁ ଭୂମି ଦାହ ବୋଲି କୁହାଯାଏ ତେବେ ଏହାର ପରଦିନ କୁ କିମ୍ବା ଚତୁର୍ଥ ଦିନ କୁ ବସୁମତୀ ସ୍ନାନ ବୋଲି କୁହାଯାଇ ଥାଏ ।

ପୌରାଣିକ ପ୍ରଥା ଅନୁସାରେ ରଜ ଶବ୍ଦ ରଜଶାଳ ଶବ୍ଦ ରୁ ଆସିଛି । ଯାହାର ଅର୍ଥ ହେଉଛି ମହିଳା ମାନଙ୍କ ର ମାସିକ ଧର୍ମ । ବିଶ୍ୱାସ କରାଯାଏ ବସୁଧା ମାତା ଭଗବାନ ବିଷ୍ଣୁ ଙ୍କ ପତ୍ନୀ ଏହି ତିନି ଦିନ କୁ ମାସିକ ଧର୍ମ ରୂପେ ପାଳନ କରନ୍ତି ଏବଂ ଚତୁର୍ଥ ଦିନ ବସୁଧା ମାତାଙ୍କ ସ୍ନାନ ହୋଇଥାଏ । ଯେଉଁ ଦିନ ଭୁମାତା ସ୍ନାନ କରନ୍ତି ।

ଏହି ତିନିଦିନ ମହିଳା ମାନଙ୍କୁ ଅର୍ପଣ କରିବା ସହ ଏହି ତିନିଦିନ ମହିଳା ଏବଂ କୁମାରୀ ମାନେ କୌଣସି ପ୍ରକାର କାମ ନ କରି ନିଜକୁ ସଜେଇ ହୋଇ ସୁନ୍ଦର ସ୍ୱାମୀ ର କାମନା କରିଥାନ୍ତି ।
ଯେପରି ବସୁଧା ମାତା ନିଜର କ୍ଷୁଧା ମେଣ୍ଟେଇବା ପାଇଁ ବର୍ଷା କୁ ଅପେକ୍ଷା କରି ବସି ରହିଥାଏ ସେହି ପରି ଘରର ଝିଅ ମାନେ କିମ୍ବା କୁମାରୀ ମାନେ ସଜେଇ ହୋଇ ଆଗାମୀ ବିବାହ ପ୍ରସ୍ତୁତ କାମନା କରିଥାନ୍ତି । ଏହାସହିତ ଏହି ତିନି ଦିନ ରଜ ମଧ୍ୟରେ କିଛି ଏପରି କାର୍ଯ୍ୟ ମହିଳା ବା କୁମାରୀ ମାନଙ୍କୁ କରିବା ପାଇଁ ବର୍ଜିତ କରାଯାଇ ଥାଏ ।

୧- ପ୍ରଥମରେ ହେଉଛି ଯେପରି ପହିଲି ରଜ ରେ କୁମାରୀ ମାନେ ଗାଧୋଇ ସାରି ନିଜକୁ ସଜେଇ ହୋଇ ସାରିବା ପରେ ଅନ୍ୟ ଦୁଇ ଦିନ ପର୍ଯ୍ୟନ୍ତ ଗାଧୋଇବା ମନା କରାଯାଇ ଥାଏ । ଏପରି ମାନ୍ୟତା ରହିଛି ରଜ ର ଆରମ୍ଭ ବସୁଧା ମାତା ମାସିକ ଧର୍ମ ର ଆରମ୍ଭ ସହିତ ସ୍ନାନ କରି ରଜ ର ଆରମ୍ଭ କରିଥାନ୍ତି ଏଵଂ ଯେ ପର୍ଯ୍ୟନ୍ତ ବସୁଧା ମାତା ସ୍ନାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ସ୍ନାନ କରିବା ଅଶୁଭ ହୋଇଥାଏ ।

୨- ଦ୍ଵିତୀୟ ରେ ରଜ ତିନିଦିନ ଝିଅ ମାନେ କୌଣସି କାମ ନ କରିବା ସହିତ ରନ୍ଧା ହୋଇଥିବା ଖାଦ୍ୟ କୁ ଗ୍ରହଣ କରି ପାରିବେ ନାହିଁ । ପୌରାଣିକ ପ୍ରଥା ଅନୁସାରେ ଯେ ପର୍ଯ୍ୟନ୍ତ ବସୁଧା ମାତା ନିଜର କ୍ଷୁଧା ମେଣ୍ଟେଇ ନାହାନ୍ତି ସେ ପର୍ଯ୍ୟନ୍ତ କୌଣସି ମହିଳା କିମ୍ବା କୁମାରୀ ମାନେ ରନ୍ଧା ହୋଇଥିବା ଖାଦ୍ୟ କୁ ଭୁଲ ରେ ବି ଗ୍ରହଣ କରିବେ ନାହିଁ ଏପରି କରିବା ଦ୍ୱାରା ଅଶୁଭ ହୋଇଥାଏ ।

୩- ତୃତୀୟ ରେ ହେଉଛି ରଜ ମଧ୍ୟରେ ଲୁଣ ଖାଇବା ମଧ୍ୟ କୁମାରୀ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ରୂପରେ ବର୍ଜିତ ଥାଏ ।

୪- ଚତୁର୍ଥ ରେ ରଜ ସମୟରେ ନିଜକୁ ସଜେଇ ହୋଇ ତିନି ଦିନ ପର୍ଯ୍ୟନ୍ତ ଏବଂ ଯେପର୍ଯ୍ୟନ୍ତ ବସୁଧା ମାତା ସ୍ନାନ କରି ନାହାନ୍ତି ସେ ପର୍ଯ୍ୟନ୍ତ ଭୂମିରେ ଖାଲି ପାଦରେ ଚାଲିବେ ନାହିଁ ଏବଂ ଭୂମିକୁ ଆଘାତ ଦେବା ଅନୁଚିତ ହୋଇଥାଏ । ଏହା ବସୁଧା ମାତାଙ୍କ ଅସମ୍ମାନ ହୋଇଥାଏ ଏଵଂ ଏହା ଅଶୁଭ ଅଟେ ।

୫- ପଞ୍ଚମ ରେ ହେଉଛି କୁମାରୀ ମାନେ ଏହି ପହିଲି ରଜ ଦିନ ହଳଦୀ ଲଗାଇ ଗାଧୋଇବା ଦ୍ୱାରା ରଖିଥିବା ନିଜର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ରଜ କୁ ବହୁତ ଧୁମଧାମରେ ପାଳନ କରା ଯାଇଥାଏ ଏବଂ ଏହି ଦିନ ଝିଅ ମାନେ କୌଣସି କାମ ନ କରି ନିଜକୁ ସଜେଇ ପିଠା ଖାଇ ମଜା କରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *