କଥା କଥାରେ ରାଗ ଆସୁଛି କି ! ରାଗକୁ କଣ୍ଟ୍ରୋଲ କରିବାର 5 ସବୁଠାରୁ ବେଷ୍ଟ ଉପାୟ !

ବନ୍ଧୁଗଣ ଏହି ଦୁନିଆରେ ସମସ୍ତଙ୍କର ସ୍ଵଭାବ ସମାନ ହୋଇନଥାଏ । ଭିନ୍ନ ଭିନ୍ନ ସ୍ଵଭାବର ଲୋକଙ୍କୁ ଆମେ ଏଠାରେ ଦେଖିବାକୁ ପାଇଥାଉ । ଏହି ଯେପରି କିଛି ଲୋକଙ୍କର ନାକ ଅଗରେ ରାଗ ରହିଥାଏ । ଅର୍ଥାତ କିଛି ଲୋକ ବହୁତ ଶୀଘ୍ର ଛୋଟ ଛୋଟ କଥାରେ ରାଗିଯାଇଥାନ୍ତି । ଏଥିସହ ରାଗ ମୁଡରେ ସେହି ଲୋକ ସେହି ସମୟରେ କ’ଣ କହିଦେଇଥାନ୍ତି । ସେମାନେ ତାହା ନିଜେ ବି ଠିକରେ ଜାଣିପାରିନଥାନ୍ତି । ତେବେ ଯଦି ଆପଣଙ୍କୁ ମଧ୍ୟ ବାରମ୍ବାର ରାଗ ଛୋଟ ଛୋଟ କଥାରେ ରାଗି ଆସୁଥାଏ । ତେବେ ଆପଣ କେଉଁ ସବୁ କଥା ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଅଛି ଆସନ୍ତୁ ଜାଣିବା ।

1- ବନ୍ଧୁଗଣ ଯଦି ଆପଣ କୌଣସି ସ୍ଥାନରେ ଅଛନ୍ତି ଓ କାହା ସାମ୍ନାରେ ଛିଡା ହେବା ବେଳେ ଆପଣଙ୍କୁ ରାଗ ଆସୁଛି ତା’ ହେଲେ ଆପଣ ତୁରନ୍ତ କିଛି ସାମ୍ନା ଲୋକଙ୍କୁ ଜବାବ ଦିଅନ୍ତୁ ନାହିଁ । ଆପଣ ମାନେ ଟିକେ ସମୟ ଚୁପ ରୁହନ୍ତୁ ଓ ତା’ ପରେ କୁହନ୍ତୁ ଏମିତିରେ ଆପଣ ନିଜ ରାଗକୁ କଣ୍ଟ୍ରୋଲ କରିପାରିବେ ।

2- ଆମର ମସ୍ତିକ ଦୁଇ ଭାଗରେ କାମ କରିଥାଏ ପ୍ରଥମ ଭାଗକୁ ଆମେ ଇମୋସନାଲ ରେସ୍ପୋନସ ଦ୍ଵିତୀୟଟି ହେଉଛି ରେସନାଲ ରେସ୍ପୋନସ । ବେଳେବେଳେ କିଛି ପରିସ୍ଥିତି ଆସିଯାଏ । ସେତେବେଳେ ଆମେ ନବୁଝି ନଜାଣି ରିଆକ୍ଟ କରିଥାଉ ତାହା ସାଧାରଣତଃ ଭୁଲ ହୋଇଥାଏ । ଏମିତିରେ ଆମେ ରାଗିକି କହିଦେଇ ଥାଉ ଆମେ ଜାଣି ପାରି ନଥାଉ କ’ଣ କହିଲେ ଭୁଲ ହେବ କ’ଣ କହିଲେ ଠିକ ହେବ । ଅଧିକାଂଶ କ୍ଷେତ୍ରରେ ଏହା ଇମୋସନାଲ ରେସ୍ପୋନସରେ ଆସିଥାଏ ।

3- କେତେକ କ୍ଷେତ୍ରରେ ରେସନାଲ ରେସ୍ପୋନସ ପାଇଁ ମଧ୍ୟ ଆମକୁ ରାଗ ଆସିଯାଇଥାଏ । ଯେତେବେଳେ ଆମେ ଭାବି ଚିନ୍ତି କେଉଁ ପରିସ୍ଥିତିରେ କ’ଣ କହିବା ଉଚିତ ତାହା କହିଥାଉ ତାକୁ ରେସନାଲ ରେସ୍ପୋନସ କୁହାଯାଏ । କୌଣସି କଠିନ ପରିସ୍ଥିତି ଆସିଲେ ଆମେ ବାଧ୍ୟ ରାଗିବାକୁ ପଡିଥାଏ । ହେଲେ ସେହି ପରିସ୍ଥିତିରେ ଆପଣ ନିଜକୁ କଣ୍ଟ୍ରୋଲ କରିବା ଉଚିତ । ଏହାଦ୍ବାରା ଆପଣ ମାନେ ଦେଖିବେ ଆପଣଙ୍କ ରେସ୍ପୋନସ ଠିକ ରହିବ ।

4-  ଆପଣ ମାନେ ଜାଣିଛନ୍ତି କେଉଁ ଲୋକ ସହ ଆପଣ କଥା ହେବେ ଯାହାଫଳରେ ଆପଣଙ୍କୁ ଆଗରୁ ହିଁ ରାଗ ଲାଗିବ । ସେହି ସମୟରେ ଆପଣ ନିଜ ବ୍ୟବହାର ଉପରେ କଣ୍ଟ୍ରୋଲ ରଖନ୍ତୁ ଓ ରାଗନ୍ତୁ ନାହିଁ । ଏହା ଦ୍ଵାରା ସାମ୍ନା ବାଲା ଲୋକ ବି ଆପଣଙ୍କ ସହ ଠିକ ବ୍ୟବହାର କରିବ ।

5- ଆପଣ ମାନେ ରାଗରେ ଥିଲେ ବି ଠିକ ବ୍ୟବହାରରେ କଥା କହିଲେ ସାମ୍ନା ବାଲା ଲୋକ ବି ଆପଣଙ୍କ ସହ ଶାନ୍ତ ହୋଇ କଥା ହେବ । ହଠାତ କାହା ଉପରେ ରାଗିକି କିଛି ଖରାପ ବ୍ୟବହାର କରିବା ଭୁଲ ଅଟେ । ତେଣୁ ସେହି ସମୟରେ ଆପଣ ଠିକ ବ୍ୟବହାରରେ କଥାକୁ କହିଲେ କଥାଟି ସମାଧାନ ହେବ ।

ତେବେ ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *