Vastu Shastra- ପୂଜା ସମୟରେ ଘଣ୍ଟି ବଜାଉଥିଲେ କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ ଘଣ୍ଟି ବଜେଇବାର ନିୟମ

ବନ୍ଧୁଗଣ, ସାଧାରଣତ ହିନ୍ଦୁ ସଙ୍କୃତିରେ ପ୍ରତ୍ୟକ ଦିନ ପୂଜା ପାଠ କରିବାର ପରମ୍ପରା ରହିଅଛି । ଏଥି ନିମନ୍ତେ ସମସ୍ତଙ୍କ ଘରେ ପୂଜାସ୍ଥଳ ଅଥବା ମନ୍ଦିର ରହିଥାଏ । ନିୟମିତ ପୂଜା କରିବା ଦ୍ଵାରା ମାନସିକ ଶାନ୍ତି ଦ୍ଵାରା ସଂପୂର୍ଣ୍ଣ ଘରେ ସକାରାତ୍ମକ ଶକ୍ତି ର ବାସ ହୋଇଥାଏ । ମାତ୍ର ଏହି କଥା ମଧ୍ୟ ସତ ଅଟେ ଯେ ପୂଜା ପାଠ କରିବାର କିଛି ନିୟମ ମଧ୍ୟ ରହିଅଛି । ଏହାକୁ ଯଦି ଆମ୍ଭେ ଅଣଦେଖା କରିଦେବ ତେବେ ଆମ୍ଭକୁ ପୂଜା ର ସଂପୂର୍ଣ୍ଣ ଫଳ ଆମ୍ଭକୁ ମିଳିନଥାଏ ।

ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଜାଉଅଛୁ ଯେ ପୂଜା କରିବା ସମୟରେ ଘଣ୍ଟି ବଜାଇବା ପଛରେ କଣ କାରଣ ରହିଅଛି ? ଏହା ସହିତ କଣ ସବୁ ଲାଭ ରହିଅଛି ? ଆପଣ ନିଜ ଘରର ମନ୍ଦିରର ଥିବା ଘଣ୍ଟି କୁ ସାଧାରଣତ ଧ୍ୟାନ ରେ ଦେଖି ନଥିବେ । ମାତ୍ର ଆପଣ ଯଦି ଧ୍ୟାନ ରେ ଦେଖିବେ ତେବେ ତାହା ଉପରେ ଗରୁଡ ବନାଯାଇଥିବାର ଦେଖିବାକୁ ପାଇବେ । ଘରେ ଆମ୍ଭେ ଯେଉଁ ଘଣ୍ଟି ବ୍ୟବହାର କରିଥାଉ ତାହାକୁ ଗରୁଡ ଘଣ୍ଟି କୁହାଯାଇଥାଏ ।

ପୂଜା କରିବା ସମୟରେ ଗରୁଡ ଘଣ୍ଟି ର ବ୍ୟବହାର ଦେବତା ମାନଙ୍କୁ ଆମନ୍ତ୍ରିତ କରିବା ନିମନ୍ତେ କରାଯାଇଥାଏ । ଏହାର ଏକ ସୁନ୍ଦର ଧ୍ୱନି ରୁ ଦେବତା ମାନଙ୍କୁ ସ୍ଵାଗତ କରିବାର ଆଭାସ ହୋଇଥାଏ । ଆମ୍ଭେ ଯେତେବେଳେ ବିଧି ବିଧାନ ସହିତ ପୂଜା କରିଥାଉ ସେତେବେଳେ ଘଣ୍ଟି ର ବ୍ୟବହାର କରିଥାଉ ।

ପୂଜା ସାରିବା ପରେ ଆରତୀ ସମୟରେ ବିଶେଷ ରୂପରେ ଘଣ୍ଟି ନାଦ ହେବା ଆବଶ୍ୟକ । ଏପରି ନ ହେଲେ ଆପଣ କରୁଥିବା ଆରତୀ ଭଗବାନ ଙ୍କ ପାଖକୁ ଯାଇନଥାଏ । ଶାସ୍ତ୍ର ଅନୁଯାୟୀ ସୃଷ୍ଟି ର ନିର୍ମାଣ ସମୟରେ ଯେଉଁ ବଡ ଧ୍ୱନି ର ଶବ୍ଦ ଶୁଭିଥିଲା ତାହା ଘଣ୍ଟ ର ଅଟେ । ଏହାର ଧ୍ୱନି ରେ ଓମକାର ରହିଥାଏ । ଏଥି ନିମନ୍ତେ ଘଣ୍ଟି କୁ ଈଶ୍ବରଙ୍କ ସ୍ଥାନ ରହିଥିବା ଯୋଗୁଁ ସ୍ଥାନ ମିଳିଅଛି । ଏଥି ପାଇଁ ଆପଣ ଘଣ୍ଟି ର କେବେ ମଧ୍ୟ ଅପମାନ କରନ୍ତୁ ନାହିଁ । ଦେବୀ ଦେବତାଙ୍କ ପୂଜା ଯେଉଁ ଭଳି କରାଯାଇଥାଏ ସେହିଭଳି ଘଣ୍ଟି ର ମଧ୍ୟ ପୂଜା କରିବା ଆବଶ୍ୟକ । ଘଣ୍ଟି ର ପୂଜା କରି ଘଣ୍ଟି କୁ ବଜାଇବା ଉଚିତ ।

ପୂଜା କରିବା ସମୟରେ ଆପଣ ଘଣ୍ଟି ବଜାଇଲା ସମୟରେ ଆପଣଙ୍କ ଘରର ବାତାବରଣ ଶୁଦ୍ଧ ହୋଇଯାଇଥାଏ । ଏହା ସହିତ ଚାରିଆଡେ ସକାରତ୍ମକ ଶକ୍ତି ର ବାସ ହେବାକୁ ଲାଗିଥାଏ । ମାତ୍ର ଆମ୍ଭେ ଯଦି ଏହି ନିୟମ କୁ ଅଣଦେଖା କରିବା ତେବେ ଆପଣଙ୍କ ଘରେ ଆସୁଥିବା ସକାରାତ୍ମକ ନକାରାତ୍ମକ ରେ ପରିବର୍ତ୍ତନ ହୋଇଯାଇଥାଏ ।

ଭଗବାନ ଙ୍କୁ ଧୂପ ଦ୍ଵୀପ ଦେବା ସମୟରେ ଘଣ୍ଟାନାଦ କରିବା ଅତ୍ୟନ୍ତ ଆବଶ୍ୟକ । ବନ୍ଧୁଗଣ ଆପଣ ଏହି ନିୟମ ଗୁଡିକୁ ପାଳନ କରନ୍ତୁ ଆପଣଙ୍କର ମଙ୍ଗଳ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *