ନମସ୍କାର ବନ୍ଧୁଗଣ , ପୂଜାପାଠ , ଦାନ ଧର୍ମ , ପରଙ୍କୁ ସାହାଯ୍ୟ କରିଥିବା ଲୋକ ଅଧିକ ଦୁଃଖ କାହିଁକି ଭୋଗିଥାଏ । ଆମେ ଦେଖି ତାହୁ କି ଅଧିକ ଧର୍ମ କର୍ମ କରୁଥିବା ବ୍ୟକ୍ତି ର ଜୀବନରେ ଅତ୍ୟଧିକ କଷ୍ଟ ଭୋଗିବାକୁ ପଡିଥାଏ ଏବଂ ଧମ କର୍ମ , ଠାକୁରଙ୍କ ଭୟଭକ୍ତି କରୁନଥିବା ବ୍ୟକ୍ତ ର ଜୀବନରେ ସୁଖ ଶାନ୍ତି ସର୍ବଦା ରହିଥାଏ । ତେଣୁ ଏହା ଦେଖି ଆମେ ଭାବି ଥାଉ ଯେ ଇଶ୍ଵରଙ୍କର ନ୍ୟାୟ କଣ ସେ କାହିଁକି ସେମାନଙ୍କ ସାହାଯ୍ୟ କରିଥାନ୍ତି ।
କିନ୍ତୁ ଧାର୍ମିକ ଲୋକମାନଙ୍କ ଜୀବନରେ ଦୁଃଖ କଷ୍ଟ ଦେଇଥାନ୍ତି । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ‘ ହେ ମାନବ ତୁମେ କର୍ମ କରି ଚଳ ଫଳ ଆଶା କର ନାହିଁ ଠିକ୍ ସମୟରେ ମୁଁ ଆପଣଙ୍କୁ ଫଳ ଦେବି ‘ । କିନ୍ତୁ ଆମେ ଦେଖିଥାଉ ଧାର୍ମିକ ବ୍ୟକ୍ତି ଅଧିକ ଦୁଃଖ କଷ୍ଟ ଭୋଗ କରିଥାଏ ମାତ୍ର ପାପୀ ବ୍ୟକ୍ତି ତାହର ଜୀବନରେ ବହୁତ ଖୁସି ରେ ରହିଥାଏ । ଏହା କଣ ଇଶ୍ଵରଙ୍କ ନ୍ୟାୟ ଆମମାନଙ୍କ ପ୍ରତି ଇଶ୍ଵର କଣ ଧାର୍ମିକ ବ୍ୟକ୍ତିମାନଙ୍କୁ କଷ୍ଟ ଦେଇଥାନ୍ତି ଏବଂ ପାପୀ ବ୍ୟକ୍ତି କୁ ଆନନ୍ଦ ରେ ରଖିଥାନ୍ତି ।
ଏହି ପ୍ରଶ୍ନ ସମସ୍ତ ମନରେ ଆସିଥାଏ ଯଦି ଆପଣ ମଧ୍ୟ ଏହା ଭାବୁଛନ୍ତି । ତେବେ ଆଜି ମୁଁ ଆପଣଙ୍କୁ ଏହି ବିଷୟରେ ଏମିତି କିଛି ବିଷୟବସ୍ତୁ କହିବି ଯାହା ଦ୍ଵାରା ଆପଣଙ୍କ ସନ୍ଦେହ ଦୂର ହୋଇଯିବ । ପ୍ରାଚୀନ କାଳରେ ଜଣେ ଗୁରୁଜି ଙ୍କର ଦୁଇ ଟି ସନ୍ତାନ ଥିଲେ ସେମାନନେ ବୁଦ୍ଧିମାନ ଏବଂ ଗୁଣବାନ ଥିଲେ । ମାତ୍ର ସେମାନଙ୍କ ଦୁଇହି ଙ୍କର ସ୍ଵଭାବ ଭିନ୍ନ ଥିଲା ।
ପ୍ରଥମ ସନ୍ତାନ ଟି ଗୁରୁଙ୍କର ସମସ୍ତ ନିୟମ ବିଧି ଅନୁସାରେ ଜୀବନ କାଟେ ଏବଂ ଇଶ୍ଵରଙ୍କ ର ଭକ୍ତି ପୂଜା ଆରାଧନା ଉପାସନା ର ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଦ୍ଵିତୀୟ ସନ୍ତାନ ଟି ନିଜର ଇଚ୍ଛାରେ ରେ ବେଶ୍ୟାମାନଙ୍କ ସହ ପାପ କାମ କରିବାରେ ଲିପ୍ତ ରହୁଥିଲା । ଆପଣମାନେ ଦେଖିଥିବେ ଯେଉଁଠାରେ ପୂଜା , ଆରାଧନା , ଇଶ୍ଵରଙ୍କ ସମାଜମଣ୍ଡପ ହୋଇଥାଏ । ସେହି ସ୍ଥାନରେ ଲୋକମାନେ ବହୁତ କମ ଯାଇଥାନ୍ତି ।
କିନ୍ତୁ ଯଦି କୋଣସି ସ୍ତ୍ରୀଙ୍କ ନୃତ୍ୟ ହୁଏ ସେଠାରେ ଅଧିକ ଲୋକେ ଦେଖାଯାଇଥାନ୍ତି । ଆଜିର ମଣିଷ ଖାଲି ପାପ ସମନ୍ଧୀୟ ଜିନିଷ କୁ ଦେଖିବାରେ ଲାଗିଛି । ଜଣେ ସ୍ତ୍ରୀ ଥରେ ରାସ୍ତାରେ ଯାଉଥିଲେ ସେତେ ବେଳେ ପୁଅ ପିଲାମାନେ ତାଙ୍କୁ ଦେଖି କହିଲେ ତୁମେ ଦେଖିବାକୁ ବହୁତ ସୁନ୍ଦର ଅଛ । ଏହି ସବୁ ଶୁଣୁ ଥିବା ଭକ୍ତ ଟିଏ କହିଲା ତମେ ସୁଦାରତା ବିଷୟରେ କିଛି ଜାଣି ନ । ଯଦି ଜାଣିଥାନ୍ତ ତେବେ ଏହା କହି ନ ଥାନ୍ତ , କାରଣ ଇଶ୍ଵରଙ୍କୁ ଯିଏ ଜାଣିଥାଏ ସେ ସୁନ୍ଦରତାକୁ ଜାଣିପାରିବ ।
ଥରେ ଗୁରୁଜୀଙ୍କ ଦୁଇ ସନ୍ତାନ ପେରୁ ଥିଲେ ଜଣେ ଇଶ୍ଵରନାକ ପୂଜା ସଋ ଆସୁଥିବା ବେଳେ ତାହାର ଗୋଡ ରେ କଣ୍ଟା ପଶିଯାଇଥିଲା । ଅନ୍ୟ ଜଣ ବେଶ୍ୟା କାମ ସାରି ବାହାରିଲା ବେଳେ ତାଙ୍କୁ ସୁନା ର ଛୋଟ ବ୍ୟାଗ ମିଳିଲା । ଯେବେ ଦୁଇହି ଗୁରିଜି ଙ୍କ ପାଖକୁ ଆସିଲେ ତେବେ ଗୁରୁଜୀ କହିଲେ ଆପଣଙ୍କ ଭାଇ ର ଆଜି ରାଜା ହେବାର ଜାତକ ଥିଲା କିନ୍ତୁ ସେ ବେଶ୍ୟା ଯୋଗୁ ତାଙ୍କୁ ସୁନାର ଛୋଟ ବ୍ୟାଗ ମିଳିଛି ।
କିନ୍ତୁ ତୁମର ଆଜି ମରଣ ର ଦିନ ଥିଲା । କିନ୍ତୁ ତୁମର ଇଶ୍ଵରଙ୍କ ପ୍ରତି ଥିବା ଭକ୍ତି ଯୋଗୁ ଛୋଟ କଣ୍ଟା ରେ ପରିଣତ ହୋଇଗଲା ତୁମର ମରଣ । ତେଣୁ ଏଥିରୁ ଆମେ ଏହା ଜାଣିପାରିଥାଉ ଯେ ଇଶ୍ଵରଙ୍କ କୁ କରିଥିବା ପୂଜା ଆରାଧନ କେବେ ବି ବ୍ୟଥ ଯାଇନଥାଏ । ତେଣୁ ଇଶ୍ଵର ଯାହା ବି କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ କରିଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।