ପୂଜା ସମୟରେ ଫୁଲ ନ ଥିଲେ ପୁଜା କିପରି କରିବେ ? ଏହା ସହିତ ପଢନ୍ତୁ ଆଜିର 7 ଟି Anuchinta

ବନ୍ଧୁଗଣ, ମହାଭାରତରେ କୁହାଯାଇଅଛି ଯେ, ଯେବେ କୌଣସି ଭକ୍ତ ନିଜ ନିଷ୍ଠା ମନରେ ଭଗବାନ ଙ୍କୁ ପୂଜାର୍ଚ୍ଚନା କରି ଡାକିଥାଏ, ଭଗବାନ ତାହାର ଡାକ ନିଶ୍ଚିତ ରୂପେ ଶୁଣିଥାନ୍ତି । ଏବଂ ପରିଣାମ ସ୍ୱରୂପ ଭଗବାନ ଭକ୍ତ ଙ୍କୁ ସମୃଦ୍ଧି ପ୍ରଦାନ କରିଥାନ୍ତି । ଯେକୌଣସି ଧାର୍ମିକ ସ୍ଥାନରେ ଫୁଲ ବିନା ପୂଜା ହୋଇ ନଥାଏ । ପୂଜା ରେ ସମସ୍ତ ପ୍ରକାରର ଫୁଲ ର ବ୍ୟବହାର କରାଯାଇଥାଏ । ଏହା ସହିତ କେତେକ ଫୁଲ ଏଭଳି ରହିଥାଏ ଯାହା ବହୁତ ଖାସ ହୋଇଥାଏ ।

ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ କେଉଁ ଭଗବାନ ଙ୍କୁ କେଉଁ ଫୁଲ ଚଢାଇବା ଶୁଭଦାୟକ ହୋଇଥାଏ ? ଏହା ସହିତ କେଉଁ ଫୁଲ ବାଶୀ ଅଟେ ତାହା ସମ୍ବନ୍ଧରେ ମଧ୍ୟ ସୂଚନା ଦେବାକୁ ଯାଉଅଛୁ । ଆସନ୍ତୁ ତେବେ ଜାଣିବା । ୧- ଯଦି ଆପଣଙ୍କୁ ପ୍ରତିଦିନ ଫୁଲ ମିଳୁନାହିଁ ତେବେ ଶାସ୍ତ୍ର ଅନୁଯାୟୀ ଆପଣ ଦୁବ ଦ୍ଵାରା, ଜଳ ଦ୍ଵାରା ପୂଜା କରି ପାରନ୍ତି ।

୨- ଯଦି ଆପଣ ଫୁଲ ତୋଳି ଆଣି ଫ୍ରିଡ୍ଜ ରେ ରଖୁଛନ୍ତି ଏବଂ ତାହାର ପରଦିନ ଆପଣ ସେହି ଫୁଲ କୁ ଠାକୁରଙ୍କୁ ଚଢାଉଛନ୍ତି ତେବେ ସେହି ଫୁଲ ବାଶି ହୋଇଯାଇଥାଏ । ବଜାରରେ ମିଳୁଥିବା କୁସୁମ ଫୁଲ ମଧ୍ୟ ବାସୀ ଅଟେ । କିନ୍ତୁ ଶାସ୍ତ୍ର ଅନୁଯାୟୀ ପଦ୍ମ ଫୁଲ କୁ ରଖିଲେ ତାହା ୫ ଦିନ ପର୍ଯ୍ୟନ୍ତ ବାସୀ ଅଟେ ନାହିଁ ।

୩- ତୁଳସୀ ପତ୍ର କେବେ ମଧ୍ୟ ବାସୀ ହୋଇ ନଥାଏ । ବେଲ ପତ୍ର ମଧ୍ୟ କେବେ ହେଲେ ବାଶୀ ହୋଇ ନଥାଏ । ଏହା ଶୁଦ୍ଧ ଅଟେ ।

୪- ମହାପ୍ରଭୁ ଜଗନ୍ନାଥ ଙ୍କୁ ଆପଣ ଫୁଲ ହାର ଅର୍ପଣ କରିଲେ ସେହି ଫୁଲ ହାରରେ ଗଣ୍ଠି ପକାଇବେ ନାହିଁ । ଅନ୍ୟାନ୍ୟ ଦେବାଦେବୀ ଙ୍କୁ ଆପଣ ଗଣ୍ଠି ପକାଇ ମାଳ ଅର୍ପଣ କରି ପାରିବେ ।

୫- ଧ୍ୟାନ ରଖିବେ ଯେ ଭଗବାନ ଙ୍କୁ ଫୁଲ ଅର୍ପଣ କରିବା ସମୟରେ ନିଜର ବିଷୀ ଆଙ୍ଗୁଠିରେ ଫୁଲକୁ ଛୁଇଁବେ ନାହିଁ । ବିଶି ଆଙ୍ଗୁଠି ଛୁଇଁ ଫୁଲ ତୋଳିବା ମଧ୍ୟ ଅନିର୍ବାଜ୍ୟ ଅଟେ ।

୬- ଠାକୁର ପୂଜା କରିବା ସମୟରେ ଫୁଲ କୁ ସୁନ୍ଦର ଭାବରେ ଠାକୁରଙ୍କ ନିକଟରେ ସଜାଇ ପୂଜା କରନ୍ତୁ । ପୂଜା କରିବା ସମୟରେ ଆପଣ ଫୁଲ କୁ କେବେ ମଧ୍ୟ ଦୂରରୁ ଫୋପାଡିବେ ନାହିଁ ।

୭- ଦେବତାଙ୍କୁ ଫୁଲ ଅର୍ପଣ କରିବାର ନିୟମ ଅଛି । ପ୍ରଥମେ ଦେବତାଙ୍କ ପାଦ ପୂଜା କରାଯାଇଥାଏ । ଏହାପରେ ଆପଣ ଦେବତାଙ୍କ ମସ୍ତକ ତଥା ଗଳାରେ ପୁଷ୍ପ ଦେଇ ପାରିବେ । ଆଳତି ମଧ୍ୟ ସର୍ବ ପ୍ରଥମେ ପାଦ ରୁ ଆରମ୍ଭ କରାଯାଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *